-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
18-Nov-2023
ନୂଆଁପଡ଼ା (ବିଶି ଚନ୍ଦନ ମାଝୀ ): ନୂଆପଡ଼ା, କୋମନା, ତରବୋର୍ଡ, ଖରିଆର, ଲାଞ୍ଜି, ବୋଡ଼େନ, ସିନାପାଲି, ହାତୀବନ୍ଦା ଠାରେ ସହ କୋଶଳ ସଂଗ୍ରାମୀ ସାମିଲ୍ ହେଇ "କୋଶଳ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ ଆହ୍ଵାନ କ୍ରମେ" ଅଲଗ କୋଶଳ ରାଏଜ୍ ଦାବି ନେଇ କୋଶଳ ନାରା ଦେଇ କୋଶଳ ମହାବନ୍ଦ୍ ଡାକରା ଦେଇଥିଲେ l ଇ ମହାବନ୍ଦ୍ କେ ପୁରା ସମର୍ଥନ ଜଣାଇ ସାମିଲ୍ ହେଇଥିଲେ ସାହଯ୍ୟ ସେନା ନୂଆପଡ଼ା, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, କୋଶଳ ସେନା ଆର୍ ଭିନ୍ନ ଭିନ୍ନ ଅନୁଷ୍ଠାନ ର ସଦସ୍ୟ ,କୋଶଳ ନାରା ଦେଇ ସକାଳ ର ୬ରୁ ସନ୍ଦ୍ୟା ୬ବଜେ ତକ୍ କେବଳ ଜରୁରୀ କାଳୀନ ସେବାକେ ଛାଡ଼ି କରି ସବୁ ସରକାରି,ବେସରକରୀ, ଅଫିସ,ବ୍ୟାଙ୍କ୍ କଲେଜ, ସ୍କୁଲ୍, ଦୁକାନ, ବଜାର ଗାଡ଼ି ମଟର କେ ରେଲି ରେ ବାହାରି ବନ୍ଦ କରାଗଲା l ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ କୋଶଳ ବାସୀ ତଥା ଭିନ୍ନ ଭିନ୍ନ ଅନୁଷ୍ଠାନ ର ପ୍ରମୁଖ ସଦସ୍ୟ ମିଶି ସହଯୋଗ କରିଥିଲେ l ସାହଯ୍ୟ ସେନା ଆବାହକ ବେଣୁଧର ଜଗତ,ଦଳିତ ମଞ୍ଚ ଅଧିକାରର ଆବାହକ କମଳ ତାଣ୍ଡି କୋଶଳ ମୁକ୍ତି ମୋର୍ଚ୍ଚା ସାଧାରଣ ସମ୍ପାଦକ ସାହାରୁଖ ଖାଁ(ପୂର୍ବତନ ଫରସରା ସମିତି) ସୌଦାଗର ସାହୁ, କୋଶଳ ସେନା ର ସଦସ୍ୟ ବିଶି ଚନ୍ଦନ ମାଝୀ, ଅଭିଳାଷ ଗୁଆଲ୍, ଚନ୍ଦ୍ର ଦଣ୍ଡସେନା, ସନ୍ଦୀପ ଦଣ୍ଡସେନା, ଦୁଷ୍ମନ୍ତ ନିଆଲ, ଲିଙ୍ଗ ରାଜ ଧରୂଆ, ଧନ ସିଂ ମାଝୀ, ସୋନୁ ନାଗ, ଜୟ ଦେବ ଧରୁଆ, ମୁନା ଜଗତ, ଗରୁଡ଼ ଧୱଜ ମାଝୀ କୋମନା ତରବୋଡ଼ରୁ ଏହି କୋଶଳ ମହା ବନ୍ଦ୍ ରେ ସାମିଲ୍ ଥିଲେ l