-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ସୋନପୁର, (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ । ପରିଦର୍ଶନ ସମୟରେ ବସଷ୍ଟାଣ୍ଡ୍ ପରିସରରେ ଥିବା ଶୌଚାଳୟ ଓ ଚତୁଃପାର୍ଶ୍ୱର ବିପର୍ଯ୍ୟସ୍ତ ଅବସ୍ଥା ଦେଖି ସେ ଖୁବ୍ ବିରକ୍ତି ପ୍ରକାଶ କରିଛନ୍ତି । ଶୌଚାଳୟରେ ଅପରିଷ୍କାର ଓ ଦୁର୍ଗନ୍ଧ ଫାଟି ପଡୁଥିବା ଦେଖି ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜିଲ୍ଲାପାଳ ଲକ୍ଷ୍ୟ କରିଥିଲେ । ଏହା ପରେ ସେ ଘଟଣାସ୍ଥଳରୁ ପୌର ପରିଷଦ ଅଧିକାରୀ ରୁଷି ମାଝୀଙ୍କୁ ଶୌଚାଳୟ ଓ ବସଷ୍ଟାଣ୍ଡ୍କୁ ତୁରନ୍ତ ସଫାସୁତୁରା କରି ସୁସ୍ଥ ପରିବେଶ ସୃଷ୍ଟି କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପରେ ପୌର ପରିଷଦ ଅଧିକାରୀ, କର୍ମଚାରୀ, ସମାଜସେବୀ ଗୋବିନ୍ଦ ମହାରଣା, ବସ୍ ସଂଘ କର୍ମକର୍ତ୍ତା ଓ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଶୌଚାଳୟ ସହିତ ସମଗ୍ର ବସଷ୍ଟାଣ୍ଡ୍ ପରିସରକୁ ଯୁଦ୍ଧକାଳୀନ ଭିତ୍ତିରେ ସଫାସୁତୁରା କରାଯାଇଥିଲା । ବସ୍ ଯାତ୍ରୀ ମାନେ ଏଠାରେ ଏକ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ପାଇଁ ମଧ୍ୟ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିବା ଜଣା ଯାଇଛି l କାରଣ ଦିର୍ଘ ଏକ ବର୍ଷ ହେଲା ଏଠାରେ ବସ୍ ଯାତ୍ରୀ ମାନେ ଖରା ବର୍ଷା ଶୀତ କାକର ରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି l ସଧାରଣ ଲୋକ ଙ୍କ ଟିକେ ମୌଳିକ ସୁବିଧା ପାଇଁ ଏଠିକାର ଜନ ପ୍ରତିନିଧି ମାନେ ଆଦୌ ଧ୍ୟାନ ଦେଉ ନ ଥିବାରୁ ବାହାରୁ ଆସୁଥିବା ଯାତ୍ରୀ ପର୍ଯ୍ୟଟକ ପୌର ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ଭର୍ସନା କରୁଥିବା ଜଣା ପଡିଛି l ଲୋଜ ଙ୍କ ଦ୍ୱାରା ନିର୍ବାଚିତ ନେତା ଏମାନେ କାହା ପାଇଁ ବୋଲି ପ୍ରଶ୍ନ କରୁଛନ୍ତି l