-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଦିଗରେ ଅନୁଷ୍ଠାନ ପକ୍ଷରୁ ନିୟମିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଯୋଗାଯୋଗ କୌଶଳ, ଟେକ୍ନିକାଲ୍ ଟ୍ରେନିଂ, ଆପ୍ଟିଚ୍ୟୁଡ୍ ଟ୍ରେନିଂ ଏବଂ ଇଣ୍ଟରଭ୍ୟୁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି।
GIETର ଛାତ୍ରଛାତ୍ରୀମାନେ TCS, Infosys, Wipro, Accenture, IBM, APMOSYS, LOGILE ଏବଂ ସେମିକଣ୍ଡକ୍ଟର କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିସହ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ବୃଦ୍ଧି କରି ଅଧିକରୁ ଅଧିକ କମ୍ପାନୀକୁ କ୍ୟାମ୍ପସ୍ ପ୍ଲେସମେଣ୍ଟ ପାଇଁ ଆମନ୍ତ୍ରଣ କରିବାକୁ ଅନୁଷ୍ଠାନ ପ୍ରୟାସ ଜାରି ରଖିଛି।
ଶିକ୍ଷା ସହିତ ଗବେଷଣା ଓ ନବସୃଜନକୁ GIET ଏକ ପ୍ରମୁଖ ପ୍ରାଥମିକତା ଭାବେ ଗ୍ରହଣ କରିଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଗବେଷଣା ପ୍ରକଳ୍ପ, ପେଟେଣ୍ଟ, ଷ୍ଟାର୍ଟଅପ୍, ଇନୋଭେସନ୍ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେବା ପାଇଁ ଉତ୍ସାହିତ କରାଯାଉଛି। ଏହାଦ୍ୱାରା ଅନୁଷ୍ଠାନରେ ଗବେଷଣାମୂଳକ ଶିକ୍ଷା ଓ ନୂତନ ଚିନ୍ତାଧାରାର ବିକାଶକୁ ପ୍ରୋତ୍ସାହନ ମିଳୁଛି।
ଆଗାମୀ ଦିନରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଆଧୁନିକ ଟେକ୍ନୋଲୋଜିର ବ୍ୟବହାର, ଶିଳ୍ପାନୁଷ୍ଠାନ ସହ ସହଯୋଗ, ଗବେଷଣା ଓ ନବସୃଜନ ସହିତ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବାକୁ GIET ଯୋଜନା ରଖିଛି।
ସାମ୍ବାଦିକ ସମ୍ମିଳନୀ ଶେଷରେ ଅନୁଷ୍ଠାନର ସଫଳତା ଓ ଉଦ୍ୟମକୁ ଗଣମାଧ୍ୟମ ଜରିଆରେ ସମାଜରେ ପହଞ୍ଚାଇବାକୁ ସାମ୍ବାଦିକ ବନ୍ଧୁମାନଙ୍କୁ ଅନୁରୋଧ କରାଯିବା ସହ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଯାଇଥିଲା।