-+91-9937148622 |

prerana_bgr@rediffmail.com |

  Sunday 29th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   (28-Nov-2026)       ||      ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Nov-2026)       ||      GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   (28-Nov-2026)       ||      ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   (28-Nov-2026)       ||      *ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   (28-Nov-2026)       ||      ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   (28-Nov-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   (28-Nov-2026)       ||      ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   (28-Nov-2026)       ||      ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   (28-Nov-2026)       ||      ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ    (28-Nov-2026)       ||      ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   (28-Nov-2026)       ||      *ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   (28-Nov-2026)       ||      ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   (28-Nov-2026)       ||      ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (28-Nov-2026)       ||      ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   (28-Nov-2026)       ||      ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   (28-Nov-2026)       ||      କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   (28-Nov-2026)       ||      ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   (28-Nov-2026)       ||      ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   (27-Nov-2026)       ||      ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   (27-Nov-2026)       ||     

HOME   ଜିଲ୍ଲା

ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

27-Nov-2026



 

 

ଯୁଯୁମୁରା-(ସଂଜୀବ ପାଣିଗ୍ରାହୀ ): ବିଜ୍ଞାନ କେବଳ ପାଠ୍ୟପୁସ୍ତକରେ ସୀମିତ ନୁହେଁ। ଏହା ହେଉଛି ଚିନ୍ତା, ଅନୁସନ୍ଧାନ, ପରୀକ୍ଷଣ ଓ ନୂତନ କିଛି ସୃଷ୍ଟି କରିବାର ଏକ ଅବିରତ ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବୈଜ୍ଞାନିକ ମନୋଭାବ ଓ ସୃଜନଶୀଳତାର ବିକାଶ ଲକ୍ଷ୍ୟରେ ଜୟନ୍ତପୁର ଉଚ୍ଚ ବିଦ୍ୟାଳୟଠାରେ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ବିଜ୍ଞାନଭିତ୍ତିକ ୧୮୮ ଟି ପ୍ରକଳ୍ପ ଓ ସୃଜନଶୀଳ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ।

 

ସକାଳ ଉଦ୍‌ଘାଟନୀ ସମାରୋହରେ ଯୁଯୁମୁରା ବିଡିଓ ରାଜେଶ କୁମାର ଏକ୍କା ମୁଖ୍ୟ ଅତିଥି, ଶେଷ କିସାନ ମୁଖ୍ୟବକ୍ତା, ଏଡିଇଓ ଉଜାଗର ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଗଣେଶ ତାଣ୍ଡିଆ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୁଳଧର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଇଓ ସୁଜିତ ଲୁହା ସଭାପତିତ୍ୱ କରିଥିବାବେଳେ ଜୟନ୍ତପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦେବକୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅପରାହ୍ନ ଉଦ୍‌ଯାପନୀ ସମାରୋହରେ ଜୟନ୍ତପୁର ସରପଞ୍ଚ ଆରତୀ ତାଣ୍ଡିଆ ମୁଖ୍ୟ ଅତିଥି ଓ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଉଦିତ ପଟଯୋଶୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, ଶିଶୁ ମଙ୍ଗଳ ସମିତି ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ, ଏସ୍‌ଏମ୍‌ସି ସଭାପତି ସୁଧାଂଶୁ ଶେଖର ସାହୁ ଓ ଯୁଯୁମୁରା ଏବିଇଓ ସଞ୍ଜୁକ୍ତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଇଓ ସୁଜିତ ଲୁହା ସଭାପତିତ୍ୱ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଦେବକୀ ବେହେରା କାର୍ଯ୍ୟକ୍ରମର ସମ୍ୟକ ବିବରଣୀ ପ୍ରଦାନ କରିଥିବାବେଳେ ଏବିଇଓ ସଞ୍ଜୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅତିଥି ପ୍ରଫୁଲ୍ଲ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ବିଜ୍ଞାନକୁ କେବଳ ମୁଖସ୍ଥ କରିବା କିମ୍ବା ବିଜ୍ଞାନୀଙ୍କ ନାମ ମନେ ରଖିବାରେ ସୀମିତ ନରଖି ନିଜେ ବିଜ୍ଞାନକୁ ବୁଝିବା, ତିଆରି କରିବା ଓ ନୂତନ ଉଦ୍ଭାବନ ପାଇଁ ପ୍ରୟାସ କରିବା ଆବଶ୍ୟକ। ଅନ୍ୟପକ୍ଷରେ ମୁଖ୍ୟବକ୍ତା ଉଦିତ ପଟଯୋଶୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କ ଜ୍ଞାନ, ଯୁକ୍ତି ଓ ବୈଜ୍ଞାନିକ ଚିନ୍ତନକୁ ପରଖିବା ସହ ଜିଜ୍ଞାସୁ ହେବାକୁ ପ୍ରେରଣା ଦେଇଥିଲେ।ଶିଶୁ ମଙ୍ଗଳ ସମିତି ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ଶିକ୍ଷା ଓ ମାନସିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଦୁଃଖ, ଶୋକ, ଅଭାବ, ଅସୁବିଧା କିମ୍ବା ମାନସିକ ଚାପରେ ପଡ଼ି କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ ନୁହେଁ। ନିଜ ସମସ୍ୟାକୁ ମନ ଭିତରେ ଚାପି ନରଖି ଅଭିଭାବକ, ଶିକ୍ଷକ, ପାଖପଡ଼ୋଶୀଙ୍କ ସହ ଖୋଲାଖୋଲି ଆଲୋଚନା କରି ସହଯୋଗ ନେବାକୁ ସେ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ଶିଶୁ ସହାୟତା ନମ୍ବର ୧୦୯୮ର ସହାୟତା ନେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ ସମିତି ପ୍ରତ୍ୟେକ ଶିଶୁଙ୍କୁ ଉପଯୁକ୍ତ ଶିକ୍ଷା ଓ ସୁରକ୍ଷା ଯୋଗାଇ ମୁଖ୍ୟସ୍ରୋତରେ ସାମିଲ କରି ସୁନାଗରିକ ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧ ବୋଲି ସେ କହିଥିଲେ। ପ୍ରତ୍ୟେକ ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାର ଅନ୍ୱେଷଣ ଓ ବିକାଶ କରିବା ସମାଜର ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ।କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଅକ୍ଷୟ କୁମାର ପରିମାଣିକ,ଏ.ସା ଓ ମନୋହର କାଲୋ। ଏହାର ସଫଳ ଆୟୋଜନରେ ରଞ୍ଜନ କୁମାର ନାୟକ, ଅକ୍ଷୟ ସାଗର ବେହେରା, ବାସୁଦେବ ବେହେରା, ଦେବାନନ୍ଦ ମିର୍ଦ୍ଧାଙ୍କ ସମେତ ବ୍ଲକର ସମସ୍ତ ସିଆରସିସି ଓ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ବିଜ୍ଞାନ ପ୍ରଦର୍ଶନୀ କେବଳ ପ୍ରକଳ୍ପ ପ୍ରଦର୍ଶନର ମଞ୍ଚ ନୁହେଁ, ବରଂ ଶିଶୁଙ୍କ ମନରେ ପ୍ରଶ୍ନ ପଚାରିବା, ନୂତନ ଚିନ୍ତା କରିବା ଓ ନିଜ ପ୍ରତିଭାକୁ ପ୍ରକାଶ କରିବାର ଏକ ସୁଯୋଗ। ଏଭଳି ଆୟୋଜନ ଭବିଷ୍ୟତରେ ବୈଜ୍ଞାନିକ ମନୋଭାବସମ୍ପନ୍ନ, ଆତ୍ମବିଶ୍ୱାସୀ ଓ ଦାୟିତ୍ୱବାନ ନାଗରିକ ଗଠନରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Nov-2026
  ଜିଲ୍ଲା  
GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   28-Nov-2026
  ଜିଲ୍ଲା  
ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   28-Nov-2026
  ଜିଲ୍ଲା  
*ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   28-Nov-2026
  ଜିଲ୍ଲା  
ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   28-Nov-2026
  ଜିଲ୍ଲା  
*ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   28-Nov-2026
  ଜିଲ୍ଲା  
ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   28-Nov-2026
  ଜିଲ୍ଲା  
ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   28-Nov-2026
  ଜିଲ୍ଲା  
*ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   28-Nov-2026

You Might Also Like