-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ପୁଇଁତଳା: ପୁଇଁତଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଦୁର୍ଗାପାଲି ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ, ପିଏମ୍ ଶ୍ରୀ ପ୍ରଦର୍ଶନୀ ଏବଂ ଏନର୍ଜି କ୍ଲବ ମଡେଲ ପ୍ରଦର୍ଶନୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଯୋଗଦେଇ ବିଜ୍ଞାନ ଏବଂ ଶକ୍ତି ସଂରକ୍ଷଣ ଭିତ୍ତିକ ୨୦୮ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁଇଁତଳା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ସଭାରେ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଜନନୀ ମହାଲିଙ୍ଗ,
ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ତ୍ରିନାଥ ପାତ୍ର, ଜିଲ୍ଲା ବିଜ୍ଞାନ ତତ୍ବାବଧାରକ କୃଷ୍ଣଚନ୍ଦ୍ର ଶତପଥୀ, ଜଗଦୀଶ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରତ୍ନମଣି ପଟେଲ, ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ପ୍ରଧାନଶିକ୍ଷକ ରାଜକୁମାର ଭୋଇ ଆୟୋଜକ ସମ୍ପାଦକ ଏବଂ ବୁବେଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଗିରିଜା ବାଙ୍କି ଆବାହକ ଭାବେ ଦାୟିତ୍ୱ ତୁଲାଇଥିଲେ। ଛତାପିପଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନ ସଂଯୋଜକ ଜୟକୃଷ୍ଣ ନାଏକ ଏବଂ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ । ଶେଷରେ ଯୁଧିଷ୍ଠିର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।