-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
27-Nov-2026
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ବେଆଇନ ମଦ, ଗଞ୍ଜେଇ,କରେକ୍ସ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ବଢ଼ିଚାଲିଥିବାବେଳେ ଅବକାରୀ ଅଧିକାରୀ ଭବାନୀ ବେହେରା ଯୋଗ ଦେବା ଦିନ ଠାରୁ କେତେକ ବେଆଇନ ନିଶା କାରବାର ଓ ବେଆଇନ ନିଶା ଦ୍ରବ୍ୟ ଉପରେ ରୋକ୍ ଲଗାଇବାରେ ଅଣ୍ଟା ଭିଡିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଆଜି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରେ ବେଆଇନ୍ ଭାବେ ଗଚ୍ଛିତ ମହୁଲ ଫୁଲ ଜବତ କରି ଜଣକୁ ଗିରଫ କରିଛନ୍ତି। ସୂଚନାଯୋଗ୍ୟ ଯେ ଲରମ୍ଭା ଥାନା ଖୁର୍ସେଲ ଗାଁ ର ସୁମନ୍ତ ସାହୁ ୩୨ କ୍ଵିଣ୍ଟାଲ ମହୁଲ ଫୁଲ ବେଆଇନ ଭାବେ ଗଚ୍ଛିତ ରଖିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭବାନୀ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଆଜି ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ କରିବା ସହ ଆସାମୀ ସୁମନ୍ତ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉ ରେ ଅବକାରୀ ଅଧିକାରୀ ଭବାନୀ ବେହେରା ,ଏ ଏସ୍ ଆଇ ପିଣ୍ଟୁ ସାହୁ, କନେଷ୍ଟବଳ ବିନୟ ପଟେଲ, କନେଷ୍ଟବଳ ଗୁଣମତୀ ମାଝୀ, କନେଷ୍ଟବଳ ନିତିଶ ତରିଆ, ଖପ୍ରାଖୋଲ ଅବକାରୀ ଅଧିକାରୀ ବସନ୍ତ ବିଶି ଙ୍କ ସହ କନେଷ୍ଟବଳ ଜିତେନ୍ଦ୍ର ମଲ୍ଲିକ,ମୋତିଲାଲ ସାଗର, ବିସ୍ମୟ ଗଡତ୍ୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଞ୍ଚଳରେ କରେକ୍ସ ମାଫିଆ ମାନଙ୍କ ରାଜ୍ ଜମି ରହିଛି ତା ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରି ଉଚିତ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।