-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
27-Nov-2026
ଟିଟିଲାଗଡ଼ - ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ପୁଣିଥରେ ଗୌରବ ଆଣିଛନ୍ତି ଟିଟିଲାଗଡ଼ର ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଶ୍ରୀଯୁକ୍ତ ଫୈଜ ମହମ୍ମଦ ଖାନ୍ । ଶୁକ୍ରବାର ଦିନ ବେଙ୍ଗାଲୁରୁଠାରେ ଆୟୋଜିତ ୧୬ତମ ‘ଡିଡାକ୍ ଇଣ୍ଡିଆ ଆସୋସିଏସନ୍ ଲିଡରସିପ୍ ମିଟ୍’ ଅବସରରେ ତାଙ୍କୁ ପ୍ରାକ୍-ବାଲ୍ୟକାଳ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ନେତୃତ୍ୱ ସମ୍ମାନ ବା ‘ଲିଡରସିପ୍ ଆୱାର୍ଡ’ ପ୍ରଦାନ କରାଯାଇଛି ।
ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଯୁକ୍ତରାଜ୍ୟ ସ୍ଥିତ ଅଲ୍ ସେଣ୍ଟସ୍ କ୍ୟାଥୋଲିକ୍
ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ କ୍ଲେୟାର କ୍ଲାଣ୍ଟେ ଶ୍ରୀଯୁକ୍ତ ଖାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଜର୍ମାନୀର ଆନ୍ତର୍ଜାତୀୟ ପ୍ରକଳ୍ପ ମୁଖ୍ୟ ଶ୍ରୀଯୁକ୍ତ କନରାଡ୍ ନ୍ୟୁଫେଲ୍ଡ ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।
ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ନୂତନ ଚିନ୍ତାଧାରା ଏବଂ ଗୁଣାତ୍ମକ ଶିକ୍ଷାଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଶ୍ରୀ ଖାନଙ୍କ ଏହି ସଫଳତା ପାଇଁ ଟିଟିଲାଗଡ଼ ତଥା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।