-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
27-Nov-2026
ରିପୋର୍ଟ : ମଳୟ ମିଶ୍ର
ବଲାଙ୍ଗିର : ଦେଓଗାଁ' ବ୍ଲକ୍ ପକ୍ଷରୁ ଷ୍ଟ୍ରିଟ୍ ଲାଇଟ୍ ଲଗାରେ ନିର୍ଦ୍ଧାରିତ କମ୍ପାନୀର ବିଦ୍ୟୁତ୍ ସାମଗ୍ରୀ ସ୍ଥାନରେ ନକଲି ସାମଗ୍ରୀ ଲଗାଇ ଲକ୍ଷାଧିକ ଟଙ୍କାର ଘୋଟାଲା କରାଯାଇଥିବା ସମ୍ପର୍କରେ ପ୍ରଥମେ ସ୍ଥାନୀୟ ଜନୈକ ଚନ୍ଦରପୁରର ଗ୍ରାମବାସୀ ନେହେରୁ ଦୀପଙ୍କ ପକ୍ଷରୁ ସୂଚନା ଅଧିକାର ବଳରେ ତଥ୍ୟ ମଗାଯାଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯିବା ପରେ ଏହା କେତେକ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ମଧ୍ୟ ବ୍ଲକ୍ କର୍ତ୍ତୃପକ୍ଷ ନୀରବତା ଅବଲମ୍ବନ କରିଥିଲେ । ତେବେ ଏ ସମ୍ପର୍କରେ ' ପ୍ରେରଣା ' ଓ ' ଦୃଷ୍ଟିପାତ' ୱେବ୍ ଚ୍ୟାନେଲ୍ ରେ ଖବର ପ୍ରସାରଣ ପରେ ତନାଘନା କରାଯାଇଛି ।
ଏହି ଅନୁଯାୟୀ , ଜିଲ୍ଲା ପରିଷଦ ସଦସ୍ୟଙ୍କ ସୁପାରିଶରେ ଏବେ ଅବସରଗ୍ରହଣ କରିସାରିଥିବା ଜଣେ କନିଷ୍ଠଯନ୍ତ୍ରୀ ପ୍ରଶାନ୍ତ ନାୟକଙ୍କ ତତ୍ତ୍ବାବଧାନରେ ପାନାସୋନିକ୍ କମ୍ପାନୀର ବ୍ରାଣ୍ଡେଡ୍ ୯୦ ଏଲଇଡି ଲାଇଟ୍ , କେବଲ୍ ଓ ସୁଇଚ୍ ବଦଳରେ କଣ୍ଟାବାଞ୍ଜିର ଉଇକ୍ଲି ମାର୍କେଟରେ ଥିବା ଶ୍ରବଣ ଅଗ୍ରବାଲଙ୍କ ଗୋଲଡେନ୍ ଇଲେକ୍ଟ୍ରିକାଲ୍ସରୁ କମ୍ ପରିମାଣର ଶସ୍ତା ଓ ନିମ୍ନମାନର ନକଲି ସାମଗ୍ରୀ କିଣାଯାଇଥିବା ଦର୍ଶାଇ ରମାକାନ୍ତ ମହାପାତ୍ର ନାମକ ଜଣେ ଠିକାଦାର ଏହାର ୪ ଲକ୍ଷ ୬୬ ହଜାର ୮୦୦ଟଙ୍କାର ବିଲ୍ ଉଠାଇନେଇ ବ୍ୟାପକ ଅର୍ଥ ବାଟମାରଣା କରିଥିବା ଅଭିଯୋଗ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ ଏହି ବିଲ୍ କୁ ସହକାରୀ ଯନ୍ତ୍ରୀ କୁଳମଣୀ ଭୋଇ ଓ ବିଡିଓ ପ୍ରିୟରଞ୍ଜନ କୁମାର ଅନୁମୋଦନ କରିଥିଲେ ।
[ ପ୍ରେରଣା ପ୍ରଭାବ ]
ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ଭୁବନେଶ୍ବରରେ ଥିବା ଉକ୍ତ ଅବସରପ୍ରାପ୍ତ ଜେଇଙ୍କ ସହ ଯୋଗାଯୋଗ କରାଯାଇଛି ଓ ଆବଶ୍ୟକ ହେଲେ ତାଙ୍କଠାରୁ ଏହି ବାବଦ ଅର୍ଥ ରିକଭରି କରାଯିବ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବିଡିଓ ଏକ ଟିମ୍ ଗଠନ ପୂର୍ବକ ଏହାର ତଦନ୍ତ କରାଇଥିବା ମଧ୍ୟ ପରେ ପ୍ରକାଶ ପାଇଛି ଲ ସେହିପରି ସହକାରୀ ଯନ୍ତ୍ରୀ ମଧ୍ୟ ଜେଇଙ୍କ ବଦଳିପରେ ଏକଥା ଉଠିଛି ବୋଲି ସଫେଇ ଦେବା ସହିତ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ' ଏହା ବିରୋଧୀଙ୍କର ଷଡଯନ୍ତ୍ର ' ବୋଲି କହିଥିବା ପ୍ରକାଶ ।
ତେବେ ଏହି ଦୁର୍ନୀତି ଓ ଚାପିଦିଆଯାଇଥିବା ବିଷୟଟିକୁ ଲୋକଲୋଚନକୁ ଅଣାଯିବା ପରେ ଏବେ କଣ୍ଟାବାଞ୍ଜିରୁ ଠିକାଦାର ଲୋକପଠାଇ ସେହିସବୁ ନକଲି ବିଦ୍ୟୁତ୍ ସାମଗ୍ରୀକୁ ବଦଳାଇ ଅସଲି ଲାଇଟ୍ ଆଦି ଲଗାଉଥିବା ଦେଖାଯାଇଛି । ଏହାର ତଦନ୍ତ କେବେ ହେବ , ଏହା ବ୍ଲକର ଜନସାଧାରଣ ବିଡିଓ , ଜିଲ୍ଲାପାଳ ଓ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ?
ଅଧିକନ୍ତୁ ଏହି ଏଏଫସି ଓ ସି ଏଫସି ଯୋଜନାରେ ଏହି ଗ୍ରାମାଞ୍ଚଳ ରକସ୍ତାରେ ଆଲୋକୀକରଣ ନାଁ'ରେ ବ୍ଲକ୍ ର ୧୮ ଟି ପଞ୍ଚାୟତରେ ବିଗତ ୫ ବର୍ଷମଧ୍ୟରେ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।