-+91-9937148622 |

prerana_bgr@rediffmail.com |

  Thursday 26th November 2026 |

| | | |

R.N.I. Regd No. ODIODI/2010/46693

Breaking News

*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||      ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   (26-Nov-2026)       ||      ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   (26-Nov-2026)       ||      ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||      ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି    (25-Nov-2026)       ||      ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   (25-Nov-2026)       ||      ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   (25-Nov-2026)       ||      ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   (25-Nov-2026)       ||      ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   (25-Nov-2026)       ||      ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   (25-Nov-2026)       ||     

HOME   ଜିଲ୍ଲା

*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*

26-Nov-2026



ବରୀ: (ରଂଜିତ ମହାନ୍ତି )
ବରୀ ଅରଙ୍ଗାବାଦ୍ (ଚତର) ଠାରେ ଯୁଧିଷ୍ଠିର ତ୍ରିପାଠୀ ମେମୋରିଆଲ୍ ଚାରିଟେବୁଲ ଟ୍ରଷ୍ଟ ଏବଂ ବରୀ ଅଞ୍ଚଳର ଅଗ୍ରଣୀ ହୋମଓପ୍ୟାଥିକ ପ୍ରତିଷ୍ଠାନ କମଳା ହୋମିଓ ସେବା ସଦନ ମିଳିତ ଆନୁକୁଲ୍ୟରେ ଏବଂ ଅଗ୍ରଣୀ ହୋମିଓ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଏସ୍.ବି.ଏଲ୍ ପ୍ରାଇଭେଟ୍ ଲିମିଟେଡ଼ ତତ୍ ସହିତ ଏଲ୍. ଡି .ଡି ବାୟୋ ସାଇନ୍ସ,ସେଭି ହୋମିଓ ଲ୍ୟାବ୍ ସହଯୋଗ ରେ ଏକ ମାଗଣା ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ବରୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ଶିକ୍ଷକ ଯୁଧିଷ୍ଠିର ତ୍ରିପାଠୀ ଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ମାଗଣା ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ସେବା ଶିବିର କୁ ବରୀ ଅଞ୍ଚଳର ବିଶିଷ୍ଟ ନାଟ୍ୟକାର ଅଭୟ କୁମାର ଶତପଥି ପ୍ରଦ୍ୱିପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ କୁଞ୍ଜ ବିହାରୀ ଦାଶ ଯୁଧିଷ୍ଠିର ତ୍ରିପାଠୀ ଙ୍କ ଜୀବନ ଆଦର୍ଶ  ଏବଂ ସେ ସମୟରେ ଶିକ୍ଷକତା ସହିତ ହୋମିଓପ୍ୟାଥିକ କ୍ଷେତ୍ରରେ କେଉଁ ଭଳି ଭାବେ ସେବା ବ୍ରତୀ ଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ ।
 ସମ୍ମାନିତ ଅତିଥି ଭାବେ ଜ୍ୟୋତିର୍ବିଦ ସ୍ତମ୍ଭାକାର ଡ଼ ଅମୂଲ୍ୟ କୁମାର ପଣ୍ଡା ଯୋଗ ଦେଇ ବର୍ତ୍ତମାନ ହୋମିଓପ୍ୟାଥିକ ଚିକିତ୍ସା ବ୍ୟବସ୍ଥା ର ଆବଶ୍ୟକତା ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟ ସେବା ଶିବିର ର ଆବାହକ ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ ଅତିଥି ପରିଚୟ, ସ୍ବାଗତ ଭାଷଣ ସହିତ ରାସାୟନିକ ଔଷଧ,ତମାଖୁ,ମାଦକ ଦ୍ରବ୍ୟ କେଉଁ ଭଳି ଭାବରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି କରେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ପ୍ରଥମେ ଯୁଧିଷ୍ଠିର ତ୍ରିପାଠୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନୀରବ ପ୍ରାର୍ଥନା ଓ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ଏହି ସ୍ବାସ୍ଥ୍ୟ ସେବା ଶିବିର ସକାଳ ୯ଟା ରେ ଆରମ୍ଭ ହୋଇଥିଲା। ଡଃ ଗୋବିନ୍ଦ ଚନ୍ଦ୍ର ସାହୁ, ଡଃ ଦେବଦତ୍ତ ଜେନା, ଡଃ ପାର୍ଥ ସାରଥୀ ରାଉତରାୟ, ଡଃ ବିଶ୍ଵନାଥ ତ୍ରିପାଠୀ, ଡଃ ଆଲବର୍ଟ ମହାନ୍ତି ହୋମିଓ ଭେଷଜ ସହାୟକ କାହ୍ନୁଚରଣ ନାୟକ ୧୧୭ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପରାମର୍ଶ,ଚିକିତ୍ସା ଓ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ଅଧ୍ୟକ୍ଷା ଚଞ୍ଚଳା ତ୍ରିପାଠୀ, ବରିଷ୍ଠ ପାଲା ଗାୟକ ଗୁନ ଚରଣ ନାୟକ, କବିୟତ୍ରି ପଙ୍କଜିନି ଉପାଧ୍ୟାୟ,ପଣ୍ଡିତ ରବି ନାରାୟଣ ଶତପଥି,ଚିତ୍ତ ରଞ୍ଜନ ପାଢ଼ୀ, ସୌମ୍ୟ ରଞ୍ଜନ ଦାସ, ଔଷଧ ବିତରକ ପ୍ରତିନିଧି ସାନ୍ତନୁ କୁମାର ବିଷୋୟୀ, ହରପ୍ରସାଦ ପଣ୍ଡା, ଚିତ୍ତ ରଞ୍ଜନ ପରିଡ଼ା, ସ୍ଵଂୟ ସମ୍ପୂର୍ଣ୍ଣା ତ୍ରିପାଠୀ, ଲୋକନାଥ ତ୍ରିପାଠୀ,ଜୟ ପ୍ରସାଦ ନାଥ,ପ୍ରିୟନାଥ ତ୍ରିପାଠୀ,ଚିତ୍ତ ରଞ୍ଜନ ପାଢ଼ୀ,ପ୍ରତିଭା ତ୍ରିପାଠୀ , ଚୈତନ୍ୟ ଚରଣ ଜେନା,ବିଶ୍ଵ ଭୂଷଣ ଜେନା,ଏସ୍.ବି.ଏଲ୍ ର ଭୁବନେଶ୍ୱର ଶାଖା ପରିଚାଳକ ମାନସ ରଞ୍ଜନ ମିଶ୍ର , କଟକ ଶାଖା ପରିଚାଳକ ଶିବାଶିଷ ରଥ,ଅତିଥି ଭାବେ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ସମ୍ପାଦକ ଚନ୍ଦ୍ରକାନ୍ତ କର,ଜାଭିୟର ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ତ୍ରିପାଠୀ ପ୍ରଭୃତି ସହଯୋଗ କରିଥିଲେ। ରାଜାତୋଟା କମ୍ପ୍ୟୁଟର ଏକାଡ଼େମୀ ର ଅଧ୍ୟକ୍ଷ ସଞ୍ଜୟ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   26-Nov-2026
  ଜିଲ୍ଲା  
ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   26-Nov-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   26-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   26-Nov-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   26-Nov-2026
  ଜିଲ୍ଲା  
ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର   26-Nov-2026
  ରାଜ୍ୟ  
ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ   26-Nov-2026
  ଜିଲ୍ଲା  
୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   26-Nov-2026
  ଜିଲ୍ଲା  
*ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   26-Nov-2026
  ଜିଲ୍ଲା  
ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   26-Nov-2026
  ଜିଲ୍ଲା  
ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   26-Nov-2026
  ଜିଲ୍ଲା  
ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   25-Nov-2026

You Might Also Like