-+91-9937148622 |
prerana_bgr@rediffmail.com |
Thursday 26th November 2026 |
R.N.I. Regd No. ODIODI/2010/46693
Breaking News
26-Nov-2026
କୋକସରା (ତ୍ରିନାଥ ବେଶ୍ରା)
ଅଲ ଓଡିଶା ଅଙ୍ଗନୱାଡି ଲେଡୀସ ୱାର୍କର ଆସୋସିଏନ ର ଡାକରା ଅନୁଯାୟୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଙ୍ଗନବାଡି କର୍ମୀ ସଂଘ l ଦରମା ବୃଦ୍ଧି, ସରକାରୀ ମାନ୍ୟତା ପ୍ରଦାନ ସହ ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି l ୧ମ ଦାବି ସରକାରି ମାନ୍ୟତା ଦେବା ନଚେତ ଅଙ୍ଗନ୍ ୱାଡି କର୍ମୀ କୁ ତିରିଶି ଟଙ୍କା ଓ ସହାୟିକା କୁ ମାସିକ ପନ୍ଦର ହଜାର ଟଙ୍କା l ୨ୟ ଦାବି ହେଲା ଅଙ୍ଗନ ୱାଡି କର୍ମୀ ଓ ସହାୟିକା କୁ ଗ୍ରlଜୁଟି ପ୍ରଦାନ ,3ୟ ଦାବିହେଲା ୫୫ ବର୍ଷ ରୁ ଉର୍ଦ୍ଧ ଅଙ୍ଗନ୍ ୱାଡି କର୍ମୀ ଙ୍କ ପ୍ରତି ବର୍ଷ କାର୍ଯ୍ୟ ଦକ୍ଷତା ବନ୍ଦ କରାଯାଇ ,ଏହି ପରି ୭ଦଫା ଦାବିନେଇ କୋକସରା ଆଇସିଡ଼ିଏସ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି l ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସେମାନେ କାମ କରୁଛନ୍ତି l ତଥାପି ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖି ଦାବି ପ୍ରତି ଗୁରୁତ୍ୱ ଦେଉନାହାନ୍ତି l ତେଣୁ ଯେତେଦିନ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜlରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅଲ୍ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘ l