-+91-9937148622 |
prerana_bgr@rediffmail.com |
Wednesday 25th November 2026 |
R.N.I. Regd No. ODIODI/2010/46693
Breaking News
25-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବ୍ଲକ କଇଁନ୍ତୀରା ପଞ୍ଚାୟତ ବାଞ୍ଜିପାଲି ଗ୍ରାମରେ ୫୧୨୨ ତମ ନିମ୍ବାର୍କ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ପୁରୀ ରାମଜୀ ମଠର ମହନ୍ତ ବଂଶୀଧର ଦାସଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସୋମବାର ଦିନ କଳସ ସ୍ଥାପନ କରାଯାଇଥିଲା l ମଙ୍ଗଳବାର ସକାଳେ ଯଜ୍ଞ ଆରମ୍ଭ ହୋଇଥିଲା l ଏଥିରେ ଯଜ୍ଞକର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଅକ୍ଷୟ କୁମାର ନାୟକ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ନାୟକ ଓ ପୂଜକ ଭାବେ ରାମାନୁଜ ପୂଝାରୀ ଦାୟିତ୍ୱ ତୁଲାଇଥିଲେ l ପରେ ଅଭ୍ୟର୍ଥନା ତଥା ଗୁରୁଦେବ ଙ୍କ ଗ୍ରାମ ପରିକ୍ରମା ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପରେ ପରେ ସାମୁହିକ ଗୋପାଳ ସହସ୍ର ନାମ ଓ ହଂସ ଗୀତା ପଠନ କରାଯାଇଥିଲା l ଏହି ଅବସରରେ ଦେବଙ୍କର ପାରମ୍ପରିକ ଦିବ୍ୟ ଅମୃତବାଣୀ ଶ୍ରବଣ ପରେ ବାର୍ଷିକ ବିବରଣୀ ପଠନ,ଆରତୀ,ପୁଷ୍ପାଞ୍ଜଳି ଅର୍ପଣ ଓ ଶାନ୍ତି ପାଠ କରାଯାଇ ଉଦଯାପନ କରାଯାଇଥିଲା l ନିମ୍ବାର୍କ ଜୟନ୍ତୀ ମହୋତ୍ସବ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ଆଠ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ କେନ୍ଦ୍ରୀୟ କମିଟି ଓ ବାଞ୍ଜିପାଲି ଗ୍ରାମବାସୀ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ l