-+91-9937148622 |
prerana_bgr@rediffmail.com |
Tuesday 24th November 2026 |
R.N.I. Regd No. ODIODI/2010/46693
Breaking News
24-Nov-2026
(ପ୍ରିୟଦର୍ଶିନୀ ପାତ୍ର,)
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡାବୁଗାଁ ବ୍ଲକ ଅନ୍ତର୍ଗତ କେଲିଆ ଶୈବପୀଠରେ ଭକ୍ତ ଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଓଡ଼ିଶା ତଥା ଛତିଶଗଡ଼ ରୁ ମଧ୍ୟ ଭକ୍ତମାନେ ବାବା ଝାଡେଶ୍ବର ଙ୍କ ଦର୍ଶନ ପାଇଁ ଆସିଥିଲେ। ପ୍ରତ୍ୟୁଷରୁ ହିଁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତ ଙ୍କ ପ୍ରସାଦ ସେବନ ଓ ବିଶ୍ରାମ ପାଇଁ ସୁବ୍ୟବସ୍ଥା କରାଯାଇଥିଲା। ପୂର୍ବତନ ବିଧାୟକ ଭୁଜବଳ ମାଝୀ, ମନ୍ଦିର ପରିଚାଳନା କମିଟି ସଂପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଲିପିକା ମାଝୀ, ଥାନା ଅଧିକାରୀ ଲକ୍ଷ୍ମୀ ପରଜା, ଆଇନଜୀବୀ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ଧର୍ମାନନ୍ଦ ନାୟକ, ଭଗବାନ ମହାନ୍ତି, ବଂଶୀଧର ମାଝୀ, ସୁର୍ଯ୍ୟ ସୁବୁଦ୍ଧି, ସୁରେନ୍ଦ୍ର ମିଶ୍ର, ଭାଗିରଥୀ ନାୟକ, ଲାଲଧର କଲାର ପ୍ରମୁଖ ଏବଂ ଚଚରାଗୁଡା ପଞ୍ଚାୟତର ଯୁବ ସ୍ବେଛାସେବୀ ମାନେ ସମସ୍ତ ବ୍ୟବସ୍ଥା ର ତଦାରଖ କରିଥିଲେ। କମିଟି ର ସୁବ୍ୟବସ୍ଥିତ ଯୁଗପଯୋଗୀ କାର୍ଯ୍ୟ ସମୁହକ କୁ ଶ୍ରଦ୍ଧାଳୁମାନେ ପ୍ରଶଂସା କରିଛନ୍ତି।