-+91-9937148622 |

prerana_bgr@rediffmail.com |

  Tuesday 24th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   (24-Nov-2026)       ||      ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   (24-Nov-2026)       ||      ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   (24-Nov-2026)       ||      ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   (24-Nov-2026)       ||      ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ    (24-Nov-2026)       ||      ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   (24-Nov-2026)       ||      ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   (24-Nov-2026)       ||      ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||      ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||      ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   (23-Nov-2026)       ||      ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   (23-Nov-2026)       ||      ‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   (23-Nov-2026)       ||      ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   (23-Nov-2026)       ||      ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   (23-Nov-2026)       ||      ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||     

HOME   ଜିଲ୍ଲା

ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ

24-Nov-2026



ନୂଆପଡ଼ା:(ପରମେଶ୍ୱର ମେହେର )ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ମହାସମାରୋହରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା ଓ ଜ଼ିଲ୍ଲା ଯୁବ ଅଧିକାରୀ, ମାଇ ଭାରତ, ଅଙ୍କିତ କୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ଅତିଥି ଓ ବିଚାରକମାନଙ୍କୁ ଉପଢୌକନ ପ୍ରଦାନ କରି ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ସମ୍ମାନିତ କରିଥିଲେ।

ଜିଲ୍ଲା କ୍ରୀଡ଼ା ଅଧିକାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ PPT Challenge ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ସୁବାଷ ଚନ୍ଦ୍ର ରଇତ ନିଜ ଅଭିଭାଷଣରେ କହିଥିଲେ ଯେ, ଏକବିଂଶ ଶତାବ୍ଦୀ ଯୁବପିଢ଼ିଙ୍କ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବାର ଏକ ଉପଯୁକ୍ତ ସମୟ। ଜିଲ୍ଲାର କଳା, ସଂସ୍କୃତି ଓ ଯୁବପିଢ଼ିଙ୍କ ଦକ୍ଷତା ଏବଂ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଦେଶ ତଥା ଦେଶ ବାହାରେ ଏହାର ପ୍ରଚାର ଓ ପ୍ରସାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଯୁବଶକ୍ତି ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସକ୍ରିୟ ଭାବେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।

ଯୁବ ଅଧିକାରୀ, ମାଇ ଭାରତ, ଅଙ୍କିତ କୁମାର ଶର୍ମା “ସ୍ଥାୟୀ ଶିଳ୍ପାୟନ ଏବଂ ସମ୍ବଳ ଆଧାରିତ ଅଭିବୃଦ୍ଧି” (Sustainable Industrialisation & Resource-led Growth) ଓ “ନିଶାମୁକ୍ତ ଯୁବା ଓ ବିକଶିତ ଭାରତ” ଭଳି ବିଷୟ ଉପରେ ନିଜର ମତ ଉପସ୍ଥାପନ କରିଥିଲେ। ଯୁବ ପ୍ରତିଭାର ବିକାଶ, କଳା ଓ ଲୋକସଂସ୍କୃତିର ପ୍ରୋତ୍ସାହନ, ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ସଚେତନତା ବୃଦ୍ଧି ଓ ସୃଜନଶୀଳତାର ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା ନିଜ ଅଭିଭାଷଣରେ କହିଥିଲେ ଯେ, ରାଜ୍ୟ ଓ ଦେଶର ବିକାଶ ପାଇଁ ଯୁବଶକ୍ତିର ଭାଗୀଦାରୀ ଅତ୍ୟନ୍ତ ଜରୁରୀ। ଉଚ୍ଚଶିକ୍ଷିତ ହେବା ସହ ନିଜର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ମଧ୍ୟ ସମ୍ମାନ ଦେବା ଉଚିତ। ଗୁରୁଜନଙ୍କୁ ସର୍ବଦା ସମ୍ମାନ ଦେବା ସହ ନିଜର ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ ଏହି ମଞ୍ଚ ଏକ ଉପଯୁକ୍ତ ମାଧ୍ୟମ। ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ନିଜକୁ ଦେଶ ଗଠନ ପ୍ରକ୍ରିୟାରେ ସାମିଲ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ।

PPT Challenge ପ୍ରତିଯୋଗିତାରେ ପୂର୍ବରୁ ଅନଲାଇନ୍‌ରେ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ଚୟନିତ କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ “ସ୍ଥାୟୀ ଶିଳ୍ପାୟନ ଏବଂ ସମ୍ବଳ ଆଧାରିତ ଅଭିବୃଦ୍ଧି” (Sustainable Industrialisation & Resource-led Growth) ବିଷୟ ଉପରେ ୧୫ରୁ ୨୯ ବର୍ଷ ବୟସର ଯୁବକ ଓ ଯୁବତୀମାନେ PPT ମାଧ୍ୟମରେ ନିଜ ନିଜର ମତ, ଚିନ୍ତାଧାରା ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଆଜିର ପ୍ରତିଯୋଗିତାରେ ଦିନେଶ କୁମାର ସାହୁ ପ୍ରଥମ, ଦୀପକ ପ୍ରସାଦ ଠାକୁର ଦ୍ୱିତୀୟ ଏବଂ ଓଜସ୍ୱିନୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ହସ୍ତରୁ ପୁରସ୍କୃତ ହୋଇଥିଲେ।

ଆଗାମୀ ୦୪/୧୨/୨୦୨୬ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ୍ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ PPT Challenge ପ୍ରତିଯୋଗିତାରେ ପ୍ରଥମରୁ ଷଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଦୁଇଟି ଦଳରେ ବିଭକ୍ତ ହୋଇ ନୂଆପଡ଼ା ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ। ଟିମ୍ ‘କ’ରେ ଦିନେଶ କୁମାର ସାହୁ, ମନୋଜ କୁମାର ଶବର ଓ ରଶ୍ମୀ ପଟେଲ ରହିଥିବାବେଳେ ଟିମ୍ ‘ଖ’ରେ ଦୀପକ ପ୍ରସାଦ ଠାକୁର, ଓଜସ୍ୱିନୀ ପ୍ରଧାନ ଓ ରୂପାଞ୍ଜଳି ବାଗ ସ୍ଥାନ ପାଇଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ନୂଆପଡ଼ା ଖେଲୋ ଇଣ୍ଡିଆ ସେଣ୍ଟରର ପ୍ରଶିକ୍ଷକ ଦେବଦତ୍ତ ସାହୁଙ୍କୁ ‘ଯୁବ ପ୍ରତୀକ’ (Youth Icon) ଭାବେ ସମ୍ମାନିତ କରିଥିଲେ।

PPT Challenge ପ୍ରତିଯୋଗିତାର ବିଚାରକ ଭାବେ ପ୍ରବୋଧ ହୋତା, ପ୍ରଧାନ ଶିକ୍ଷକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼; ଭାବତୋଷ ପଣ୍ଡା, CRCC, ଗୋଡ଼ଫୁଲା ଏବଂ ବରିଷ୍ଠ ଶିକ୍ଷକ କିଶୋର କୁମାର ପ୍ରଧାନ, କନ୍ଦୁବାହାର ଉଚ୍ଚ ବିଦ୍ୟାଳୟ ଯୋଗଦେଇ ପ୍ରତିଯୋଗିତାର ସୁଚାରୁ ସମ୍ପାଦନରେ ସହଯୋଗ କରିଥିଲେ।

ଏଥିସହ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି ଯେ, ଗତ ୧୪/୧୧/୨୦୨୬ ଓ ୧୫/୧୧/୨୦୨୬ରେ ଆୟୋଜିତ କରାଳ ଟ୍ରାକ୍ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ, ଏକକ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଏବଂ ନୁକଡ଼ ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଆଗାମୀ ୪ ଡିସେମ୍ବରରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ କରାଳ ଟ୍ରାକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଯାତ୍ରା କରିବେ।

ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   24-Nov-2026
  ଜିଲ୍ଲା  
ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   24-Nov-2026
  ଜିଲ୍ଲା  
ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   24-Nov-2026
  ଜିଲ୍ଲା  
ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   24-Nov-2026
  ରାଜ୍ୟ  
ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ   24-Nov-2026
  ଜିଲ୍ଲା  
ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   24-Nov-2026
  ଜିଲ୍ଲା  
ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   24-Nov-2026
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ   23-Nov-2026
  ଜିଲ୍ଲା  
  ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ   23-Nov-2026
  ଜିଲ୍ଲା  
ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   23-Nov-2026
  ରାଜ୍ୟ  
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   23-Nov-2026
  ଜିଲ୍ଲା  
ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   23-Nov-2026

You Might Also Like