-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ବଲାଙ୍ଗିର-ଚଳିତ ବିଧାନସଭାସତ୍ରରେ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ସହିତ କେବିକେ ଅଞ୍ଚଳର ବଲାଙ୍ଗୀର,ସୋନପୁର,କଳାହାଣ୍ଡି ଓ ନୂଆପଡାରେ ଶୀଲ୍ପସ୍ଥାପନ ନେଇ ସରକାରଙ୍କ ଯୋଜନା ବିଷୟ ନେଇ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ରାଜ୍ୟସରକାର ବଲାଙ୍ଗୀର ଜିଲ୍ଲାରେ ୧୫ ଟି ସହିତ ଏହି ୪ଟି ଜିଲ୍ଲାରେ ପ୍ରାୟ ୩୦ଟି ଶୀଲ୍ପ ସ୍ଥାପନ ପାଇଁ ଯୋଜନା କରିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି । ବିଧାୟକ କଳିକେଶଙ୍କ ଅଣତାରକା ପ୍ରଶ୍ନ-୮୭୬ରେ ଶୀଲ୍ପବିଭାଗକୁ ପ୍ରଶ୍ନ କରିଥିଲେ ଯେ,ଗତ ୩ବର୍ଷ ମଧ୍ୟରେ ବଲାଙ୍ଗୀର,ସୋନପୁର,କଳାହାଣ୍ଡି ଓ ନୂଆପଡାରେ ନିଯୁକ୍ତି ସୃଷ୍ଟି ପାଇଁ କେଉଁକେଉଁ ଓ କେତୋଟି ଶୀଲ୍ପ ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି ? ଏହାର ଉତ୍ତର ଶୀଲ୍ପମନ୍ତୀ ସମ୍ପଦଚନ୍ଦ୍ର ସ୍ୱାଇଁ ଦେଇ କହିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲା କୃଷିଭିତ୍ତିକ,ପାୱାର ଓ ରିନୋଏବୁଲ ଏନର୍ଜି,କେମିକାଲ,ଟେକ୍ସଟାଇଲ,ହୋଟେଲଶିଲ୍ପ,ବାଇିଫୁଏଲ ଭଳି ସେକ୍ଟରରେ ୧୫ଟି ଉଦ୍ୟୋଗ ଶୀଲ୍ପସ୍ଥାପନ ପାଇଁ ବଲାଙ୍ଗୀର ଜିଲ୍ଲାକୁ ଆସୁଛନ୍ତି । ପ୍ରାୟ ୨୫୦୦ କୋଟି ଟଙ୍କାର ନିବେଶ ଆସିବ ଓ ଏଥିରେ ପ୍ରାୟ ୨୦୦୦ ଜଣଙ୍କର ନିଯୁକ୍ତି ବଢିବ । ବଲାଙ୍ଗୀର ଜିଲ୍ଲାକୁ ଗତ ୨୦୨୩ ମସିହାରେ ରାମକୋ ଅଲୁମିନେଟସ ପ୍ରା.ଲିଃ,ମା ଭବାନୀ ଜିନଟେକ ପ୍ରା,ଲିଃ,ଶ୍ରୀଭାସ ଏଗ୍ରୋଇଣ୍ଡିଆ ପ୍ରା.ଲିଃ,ଅର୍ଡେଣ୍ଟ ଷ୍ଟିଲ ପ୍ରା,ଲିଃ ଅନୁମୋଦନ ନେଇଥିଲେ । ଠିକ ସେହିପରି ଏମସିଏଲ ଲିମିଟେଡ ଅନୁମୋଦନ ଅପେକ୍ଷାରେ ରହିଛି । ୨୦୨୫ ମସିହାରେ ଏଚପିସିଏଲ,ଆଇରନଟ୍ରିଙ୍ଗଲ,ପରଫେକ୍ଟ ଇନଫ୍ରାଭିଜନ ପ୍ରା.ଲିଃ,ଶ୍ରୀଅମ୍ବିକା କଟଶ୍ପିନ ପ୍ରା.ଲିଃ ଓ ୨୦୨୬ରେ ସାଗୁନ ରିଟ୍ରୀଟ (ଟୁରିଜମ),ଆଇନେକ୍ସ ଇକୋଲଜିଷ୍ଟିକ,ଆସ୍ଥା କଟସ୍ପିନ,ପ୍ରତିମା ଆଗ୍ରୋସ୍ପିନିଂ,ଇଣ୍ଡିଏନ ଓଏଲ କର୍ପୋରେସନ ଲିଃ ପ୍ରମୁଖ ଅନୁମୋଦନ ନେଇ ସାରିଛନ୍ତି ବୋଲି ଉତ୍ତର ଆସିଛି । ସେହିପରି ଲୋୟରସୁକତେଲ ପ୍ରକଲ୍ପରେ ଚଳିତବର୍ଷ ପ୍ରାୟ ପାଇପଲାଇନ ଜରିଆରେ ୫,୬୭୦ ହେକ୍ଟର ଅତିରିକ୍ତଜମିକୁ ଜଳସେଚିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଉତ୍ତର ରଖିଛନ୍ତି । ତେବେ ଲୋୟରସୁକତେଲ ପ୍ରକଲ୍ପରେ ବିସ୍ଥାପିତମାନଙ୍କର ଆଉ କାହାରି କ୍ଷତିପୂରଣ କିମ୍ବା ଥଇଥାନ ରାଶି ବାକିଆ ନାହିଁ ବୋଲି ଉତ୍ତର ଆସିଛି । ବଲାଙ୍ଗୀର ଜିଲ୍ଲାରେ ଅପରଲାନ୍ଥ ଜଳସେଚନ ପ୍ରକଲ୍ପର ସ୍ପିଲୱେକାମ ପାଇଁ ଟେଣ୍ଡର ଆରମ୍ଭ ହୋଇଥିବା ତଥା ୪ଟି ମେଗା ଉଠାଜଳସେଚନପ୍ରକଲ୍ପ,୨୪ଟି ଏମଆଇପି ପ୍ରୋଜେଟକ୍ଟ ଓ ୨୧୩୩ଟି ଉଠାଜଳସେଚନ ପ୍ରକଲ୍ପ କାମ ଚାଲିଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ସେହିପରି ଖଣି ବିଭାଗକୁ କଳିକେଶ କରିଥିବା ପ୍ରଶ୍ନରେ ବଲାଙ୍ଗୀର ଜିଲ୍ଲାର ବିଅଁରପାଲି ,ବବଜା,ସାଲେପାଲି,ଭରତବାହାଲ ଗ୍ରାଫାଇଟ/ମାଙ୍ଗାନିଜ,ଲରମ୍ଭା ଗ୍ରାଫାଇଟ/ମାଙ୍ଗାନିଜ.କହ୍ନାଇଟାଲ ମାଙ୍ଗାନିଜ,ତମିଆଁ ଗ୍ରାଫାଇଟ ମାଙ୍ଗାନିଜ ବ୍ଲକ ନୀଲାମ ସରିଥିବା ଓ ଖଣି ଉତ୍ତୋଳନ ପାଇଁ ଯୋଜନା ଚାଲିଛି ବୋଲି ଖଣିମନ୍ତ୍ରୀ ଖଣି,ଇସ୍ପାତମନ୍ତ୍ରୀ ବିଭୁତିଭୂଷଣ ଜେନା ଉତ୍ତର ରଖିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାର ଆଦିବାସୀ/ଦଳିତଙ୍କ ପାଇଁ ଥିବା ହଷ୍ଟେଲବ୍ୟବସ୍ଥା ଓ ସ୍କୁଲମାନଙ୍କରେ ଭିତ୍ତିଭୂମୀ ନେଇ ମଧ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କର ଉତ୍ତରରେ ଜିଲ୍ଲାରେ ଗୋଟିଏ ଏକଲବ୍ୟ ଆବାସିକ ସ୍କୁଲ,୪ଟି ଅନ୍ୱେଷା ହଷ୍ଟେଲସମେତ ମୋଟ ୫୬ଟି ଆବାସିକ ହଷ୍ଟେଲର ସ୍ଥିତି ବିଷୟରେ ତଥ୍ୟ ରଖିଛନ୍ତି । ସେହିପରି ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡିକରେ ଭିତ୍ତିଭୁମୀ ନିର୍ମାଣ ସହ ମରାମତି ପାଇଁ ଦିଆଯାଇଥିବା ଅନୁଦାନ ବିଷୟରେ ମଧ୍ୟ ଉତ୍ତର ରଖିଛନ୍ତି । ମୁଖ୍ୟତଃ ସ୍କୁଲ ଓ ହଷ୍ଟେଲମାନଙ୍କରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟୟେଲେଟ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ରଖିଛନ୍ତି ।