-+91-9937148622 |

prerana_bgr@rediffmail.com |

  Monday 23rd November 2026 |

| | | |

R.N.I. Regd No. ODIODI/2010/46693

Breaking News

କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||      ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ    (23-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   (23-Nov-2026)       ||      ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     (22-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (22-Nov-2026)       ||      ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    (22-Nov-2026)       ||      ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ    (22-Nov-2026)       ||      ୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ    (22-Nov-2026)       ||      ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକରେ ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ    (22-Nov-2026)       ||      ବରପାଲି ରେ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ କପ୍‌, ଝାରସୁଗୁଡ଼ା ଚାମ୍ପିଅନ   (22-Nov-2026)       ||      ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ   (22-Nov-2026)       ||      *ଡାବୁଗାଁରେ ଜନଜାତୀୟ ଗୌରବ ଦିବସ ପାଳିତ*   (22-Nov-2026)       ||      ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   (22-Nov-2026)       ||      ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   (22-Nov-2026)       ||      ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   (22-Nov-2026)       ||      ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା   (22-Nov-2026)       ||      ସାଇଟ କଲେଜରେ ଶିଶୁ ସୁରକ୍ଷା ଓ  ସଚେତନତା ଶିବିର   (22-Nov-2026)       ||      ପାନ ଦୋକାନରେ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ, ଚୋରି ଟଙ୍କା ଉଦ୍ଧାର ସହ ଲୁହା ରଡ୍ ଜବତ   (22-Nov-2026)       ||      *ଓଡିଶା ପାଇଁ ଗୌରବ ଡା. ଜ୍ୟୋତିର୍ମୟ ନାୟକ ଜାତୀୟ ଶ୍ରେଷ୍ଠ ଚିକିତ୍ସା ଶିକ୍ଷକ ପୁରସ୍କାର ପାଇଁ ମନୋନୀତ*   (22-Nov-2026)       ||      ବାରିପଦା ବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ :ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ   (22-Nov-2026)       ||     

HOME   ଜିଲ୍ଲା

କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

23-Nov-2026



ବଲାଙ୍ଗିର(ପ୍ରେରଣା ଖବର): କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିର ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡା  ଠାରେ ସଂସଦର ସଭାପତି ବିଶିଷ୍ଟ ସାହିତ୍ୟିକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ୍ କବି ତଥା କୋସଲବାଦୀ ନେତା ସୁଶୀଳ କୁମାର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋସଲି ଭାଷା ସାହିତ୍ୟର ବହୁଳ ପ୍ରଚାର ପ୍ରସାର ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ରସରାଜ ଅଚ୍ୟୁତ ପୁରୋହିତ ଯୋଗଦେଇ ହାସ୍ୟରସରେ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ତଥା କୋସଲପ୍ରବାହ ର ପ୍ରତିଷ୍ଠାତା ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇ କୋସଲି ଭାଷା ଆମ ମାଁ ର ଭାଷା, ତେଣୁ ଭାଷା ମାଁ କୁ ସମସ୍ତେ ସମ୍ମାନ ଦେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ବଲାଙ୍ଗିରର ବିଶିଷ୍ଟ ସମାଜସେବୀ କିଶୋର ରଥ, ବିଶିଷ୍ଟ କବି ଶ୍ୟାମ ସୁନ୍ଦର ପ୍ରଧାନ ଓ ଦିଲୀପ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାତା ସମ୍ପାଦକ ଡ. ଗୋପୀକୃଷ୍ଣ ପଣ୍ଡିଆ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।  ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ଡ. ମିନତୀ ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ସୋମନାଥ ମିଶ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପ ସଭାପତି ସନ୍ତୋଷ ଉପାଧ୍ୟାୟ, ବିଶିଷ୍ଟ ସାହିତ୍ୟିକ ଭବାନୀ ଶଙ୍କର ପଟେଲ ଓ କବି ସନାତନ ମିଶ୍ର ମଞ୍ଚାସୀନ ଥିଲେ। ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଓ ଚନ୍ଦନା ମଞ୍ଜରୀ ତ୍ରିପାଠୀଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ତୃତୀୟ ଅଧିବେଶନ ରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ଆସିଥିବା କବି କବୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସମ୍ପାଦକ ଚରଣ ସା, ବଂଶୀଧର ପଶାୟତ ଓ ପ୍ରଦୀପ କୁମାର ପଣ୍ଡା ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   23-Nov-2026
  ଜିଲ୍ଲା  
ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ   23-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   23-Nov-2026
  ଜିଲ୍ଲା  
ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     22-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   22-Nov-2026
  ଜିଲ୍ଲା  
ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    22-Nov-2026
  ଜିଲ୍ଲା  
ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ   22-Nov-2026
  ଜିଲ୍ଲା  
୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ   22-Nov-2026
  ଜିଲ୍ଲା  
ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକରେ ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ   22-Nov-2026
  ଜିଲ୍ଲା  
ବରପାଲି ରେ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ କପ୍‌, ଝାରସୁଗୁଡ଼ା ଚାମ୍ପିଅନ   22-Nov-2026
  ଜିଲ୍ଲା  
ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ   22-Nov-2026
  ଜିଲ୍ଲା  
*ଡାବୁଗାଁରେ ଜନଜାତୀୟ ଗୌରବ ଦିବସ ପାଳିତ*   22-Nov-2026

You Might Also Like