-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
22-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଉପରପଡ଼ା ପୂଜା ମଣ୍ଡପ ଠାରେ ଚାଲିଥିବା ସପ୍ତାହ ପାରାୟଣରେ ଆଜି ପଞ୍ଚମ ଦିନ ଅର୍ଥାତ ରବିବାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବ୍ୟାସ ଅଭିଷେକ ମିଶ୍ର (ସିକୁନ) ଆଜି ବ୍ରାହ୍ମଣୀ ଲୀଳା,ଗୋବର୍ଦ୍ଧନ ପୂଜା ଏବଂ ରୁକ୍ମିଣୀଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ବିବାହ ପ୍ରସଙ୍ଗ ଉପରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ।ବ୍ରାହ୍ମଣୀ ଲୀଳା ବର୍ଣ୍ଣନା ସମୟରେ ଭଗବାନଙ୍କ ଭକ୍ତ ବତ୍ସଳତା ଓ କରୁଣା କଥା ଶୁଣି ଶ୍ରୋତାମାନେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ। ଗୋବର୍ଦ୍ଧନ ପୂଜା ପ୍ରସଙ୍ଗରେ ବ୍ୟାସ କହିଥିଲେ,ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ କନିଷ୍ଠ ଆଙ୍ଗୁଳିରେ ଧାରଣ କରି ଗୋପପୁରବାସୀଙ୍କୁ ରକ୍ଷା କରିଥିଲେ। ଅହଙ୍କାର ତ୍ୟାଗ କରି ଭଗବାନଙ୍କ ଶରଣ ନେଲେ ହିଁ ମଣିଷ ସଙ୍କଟରୁ ମୁକ୍ତି ପାଏ।
ଏହାପରେ ରୁକ୍ମିଣୀ ବିବାହ ପ୍ରସଙ୍ଗ ଆରମ୍ଭ ହେବା ମାତ୍ରେ ପୁରା ପାରାୟଣ ସ୍ଥଳ ଉତ୍ସବ ମୁଖର ହୋଇ ଉଠିଥିଲା। ଭଗବାନ କୃଷ୍ଣ ଓ ରୁକ୍ମିଣୀଙ୍କ ବିବାହ ବର୍ଣ୍ଣନା ସମୟରେ ଗ୍ରାମର ମହିଳାମାନେ ହୁଳହୁଳି ଦେଇ ଜୟ ଧ୍ୱନି କରିଥିଲେ। ହରିବୋଲ,ଜୟ ଶ୍ରୀକୃଷ୍ଣ ଧ୍ୱନିରେ ପୁରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।ପରେ ବିବାହ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ନୃତ୍ୟ କୀର୍ତ୍ତନ କରିବା ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ସୁ ସଜ୍ଜିତ ରଥରେ ବିଜେ କରାଇ ବିବାହ ସ୍ଥଳକୁ ନେଇଥିଲେ ।ସେଠାରେ ବହୁ ଆଡମ୍ବର ପୁର୍ଣରେ ଭଗବାନ ଶ୍ରୀକୃଷ୍ଣଙ୍କ ରୁକ୍କୁନିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ପରେ କମିଟି ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇ ପ୍ରସାଦ ସେବନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ।