-+91-9937148622 |

prerana_bgr@rediffmail.com |

  Sunday 22nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   (22-Nov-2026)       ||      ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   (22-Nov-2026)       ||      ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   (22-Nov-2026)       ||      ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା   (22-Nov-2026)       ||      ସାଇଟ କଲେଜରେ ଶିଶୁ ସୁରକ୍ଷା ଓ  ସଚେତନତା ଶିବିର   (22-Nov-2026)       ||      ପାନ ଦୋକାନରେ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ, ଚୋରି ଟଙ୍କା ଉଦ୍ଧାର ସହ ଲୁହା ରଡ୍ ଜବତ   (22-Nov-2026)       ||      *ଓଡିଶା ପାଇଁ ଗୌରବ ଡା. ଜ୍ୟୋତିର୍ମୟ ନାୟକ ଜାତୀୟ ଶ୍ରେଷ୍ଠ ଚିକିତ୍ସା ଶିକ୍ଷକ ପୁରସ୍କାର ପାଇଁ ମନୋନୀତ*   (22-Nov-2026)       ||      ବାରିପଦା ବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ :ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ   (22-Nov-2026)       ||      *ନବରଙ୍ଗପୁରରେ ଡାକ୍ତରଙ୍କୁ ଧମକ ଅଭିଯୋଗ, ଏକ ଦିନ ଓପିଡି ବନ୍ଦ କରିବ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍*   (22-Nov-2026)       ||      ବରପାଲି ରେ ଗଙ୍ଗାଧର ମେହେର କପ୍ ଫୁଟବଲ ଫାଇନାଲକୁ କୁଚିଣ୍ଡା ଦଳ ପ୍ରବେସ   (22-Nov-2026)       ||      ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ    (21-Nov-2026)       ||      କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   (21-Nov-2026)       ||      ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   (21-Nov-2026)       ||      ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   (21-Nov-2026)       ||      ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   (21-Nov-2026)       ||      ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   (21-Nov-2026)       ||      ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ    (21-Nov-2026)       ||      ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   (21-Nov-2026)       ||      ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ    (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||     

HOME   ଜିଲ୍ଲା

ବାରିପଦା ବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ :ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ

22-Nov-2026



ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା

ମୟୁରଭଞ୍ଜ ଜିଲ୍ଲା  ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢାବଳଙ୍ଗ ନଦୀ ପାର୍ଶ୍ଵରେ   ରିଙ୍ଗରୋଡ଼ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଦାବୀ ହୋଇ ଆସୁଥିଲା. ତେବେ ଆଜି ବାରିପଦା ସହରକୁ ବାରମ୍ବାର ବନ୍ୟା ଦାଉରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏକ ବୃହତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ନୀତିଗତ ଭାବେ ଅନୁମତି ପ୍ରଦାନ କରା ଯାଇଛି। ରାଜ୍ୟ ସରକାର କିଛିଦିନ ତଳେ ପ୍ରଥମ ପର୍ଯ୍ୟାୟରେ ବୁଢାବଳଙ୍ଗ ନଦୀରେ ଜଳ ସଂରକ୍ଷଣ ଓ ନିୟନ୍ତ୍ରଣ ପାଇଁ ଆଇଏସଏସ ବ୍ୟାରେଜ ନିର୍ମାଣ ନିମନ୍ତେ ୧୯୬ କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବୁଢ଼ାବଳଙ୍ଗ ନଦୀର ବାମ ପାର୍ଶ୍ୱରେ ବାରିପଦା ସହରନିକଟରେ ବନ୍ୟା ସୁରକ୍ଷା ବନ୍ଧ ସହ ରିଙ୍ଗ ରୋଡ ନିର୍ମାଣ ପାଇଁ ୨୭୮.୧୩ କୋଟି ଟଙ୍କାର ପ୍ରକଳ୍ପକୁ ସରକାରୀ ଅନୁମତି ମିଳିଛି। ଏହା ମୟୂରଭଞ୍ଜ ଜଳସେଚନ ଡିଭିଜନ, ବାରିପଦା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ଯୋଜନାରେ କାର୍ଯ୍ୟକାରୀ ହେବ। ଜଳସମ୍ପଦ ବିଭାଗର

ଅତିରିକ୍ତ ସଚିବ ଆରତୀ ରାଉତ ଏନେଇ ଆଜି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଥିବାର ଜଣାଯାଇଛି. ବାରିପଦା ସହରରେ ବାରମ୍ବାର ବନ୍ୟା ପରିସ୍ଥିତି ଉପୁଜୁଥିବା ଏବଂ ସହରାଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁମତି ଦିଆଯାଇଥିବା ପତ୍ରରେ ସ୍ପଷ୍ଟ କରାଯାଇଛି। ତେବେ ଏହି ଅନୁମତି ସହ ସମ୍ପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ଓ ବର୍ଷୱାରୀ ପାଣ୍ଠି ଯୋଗାଣ ଯୋଜନା ଦାଖଲ କରିବାକୁ କୁହାଯାଇଛି। ଏଥିସହ କାର୍ଯ୍ୟ ଆରମ୍ଭ ହେବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ପ୍ରସ୍ତାବ ଅର୍ଥ ବିଭାଗକୁ ପୁନଃ ଦାଖଲ କରିବାକୁ ପଡ଼ିବ। ବୈଷୟିକ ପରାମର୍ଶଦାତା କମିଟିର ସୁପାରିସ ଓ ନିର୍ଦ୍ଧାରିତ କାର୍ଯ୍ୟ ପରିସର ଅନୁଯାୟୀ କାମ କରିବା ସହ ସମସ୍ତ ଆଇନଗତ, ଆର୍ଥିକ ଓ ବୈଧାନିକ ନିୟମ ପାଳନ କରିବାକୁ କୁହାଯାଇଥିବା ବେଳେ ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ସହମତି ମିଳିଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ ବାସ୍ତବ ରୂପ ନେଲେ ବାରିପଦା ସହରର ବନ୍ୟା ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ 2013 ମସିହା ଫାଇଲିନରେ ବାରିପଦା ସହର ବନ୍ୟା ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହେବା

ପରେ ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ତଥା ରିଙ୍ଗରୋଡ଼ ନିର୍ମାଣ ପାଇଁ ବାରିପଦା ବାସୀ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିଲା. ବିଭିନ୍ନ ନିର୍ବାଚନ ସମୟରେ ଏହା ନିର୍ବାଚନୀ ପ୍ରତିଶୃତି ଭାବରେ ମଧ୍ୟ ରହି ଆସିଛି. ବିଭିନ୍ନ ସମୟରେ ଏହାର ସର୍ଭେ ଆଦି ହୋଇ ଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ହୋଇ ପାରିନଥିଲା. ତେବେ ବର୍ତ୍ତମାନର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦା ବାସୀଙ୍କର ଏହି ଦାବିକୁ ସାକାର କରିବା ପାଇଁ ଦୃଢତାର ସହିତ ପ୍ରୟାସ କରି ଆସୁଥିଲେ. ଅନେକ ଥର ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀଙ୍କୁ ନେଇ ବୈଠକ କରିବା ପରେ ଏହାର ସର୍ଭେ କାମ ସରିଥିଲା. ତେବେ ଆଜି ଏହି ପ୍ରକଳ୍ପ ପାଇଁ ସରକାରୀ ଅନୁମୋଦନ ମିଳି ଥିବାରୁ ବୁଦ୍ଧିଜୀବୀ ମହଲରେ ମନ୍ତ୍ରୀ ଡା. ମହାପାତ୍ରଙ୍କ ପ୍ରୟାସକୁ ପ୍ରଶଂସା କରାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   22-Nov-2026
  ଜିଲ୍ଲା  
ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   22-Nov-2026
  ରାଜ୍ୟ  
ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   22-Nov-2026
  ଜିଲ୍ଲା  
ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା   22-Nov-2026
  ଜିଲ୍ଲା  
ସାଇଟ କଲେଜରେ ଶିଶୁ ସୁରକ୍ଷା ଓ  ସଚେତନତା ଶିବିର   22-Nov-2026
  ଅପରାଧ  
ପାନ ଦୋକାନରେ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ, ଚୋରି ଟଙ୍କା ଉଦ୍ଧାର ସହ ଲୁହା ରଡ୍ ଜବତ   22-Nov-2026
  ଜିଲ୍ଲା  
*ଓଡିଶା ପାଇଁ ଗୌରବ ଡା. ଜ୍ୟୋତିର୍ମୟ ନାୟକ ଜାତୀୟ ଶ୍ରେଷ୍ଠ ଚିକିତ୍ସା ଶିକ୍ଷକ ପୁରସ୍କାର ପାଇଁ ମନୋନୀତ*   22-Nov-2026
  ଜିଲ୍ଲା  
ବାରିପଦା ବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ :ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ   22-Nov-2026
  ଜିଲ୍ଲା  
*ନବରଙ୍ଗପୁରରେ ଡାକ୍ତରଙ୍କୁ ଧମକ ଅଭିଯୋଗ, ଏକ ଦିନ ଓପିଡି ବନ୍ଦ କରିବ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍*   22-Nov-2026
  ଜିଲ୍ଲା  
ବରପାଲି ରେ ଗଙ୍ଗାଧର ମେହେର କପ୍ ଫୁଟବଲ ଫାଇନାଲକୁ କୁଚିଣ୍ଡା ଦଳ ପ୍ରବେସ   22-Nov-2026
  ଅପରାଧ  
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ   21-Nov-2026
  ରାଜନୀତି  
କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   21-Nov-2026

You Might Also Like