-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
22-Nov-2026
ନବରଙ୍ଗପୁର -(ପ୍ରିୟଦର୍ଶିନୀ ପାତ୍ର)
ଡାକ୍ତରଙ୍କୁ ଧମକ ଓ ଦୁର୍ବ୍ୟବହାର ଅଭିଯୋଗରେ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ (ଓମ୍ସା) ନବରଙ୍ଗପୁର ଶାଖା ନିନ୍ଦା କରିଛି। ଚିଠିରେ ଦୁଇଟି ବିଷୟରେ ଅଭିଯୋଗ ହୋଇଛି। ପ୍ରଥମ ଅଭିଯୋଗ ୨ ନଭେମ୍ବର ୨୦୨୬ ରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସିଡିଏମ୍ଓଙ୍କୁ ଧମକ ଦେଇଥିଲେ ଏବଂ ଦ୍ୱତୀୟଟି ହେଲା ୧୯ ନଭେମ୍ବର 2026 ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ସହ ୧୫-୨୦ ଜଣ ଲୋକ ଡିଏଚ୍ଏଚ୍ ରେ କର୍ତ୍ତବ୍ୟରତ ସର୍ଜରୀ ଡାକ୍ତରଙ୍କୁ ଗାଳିଗୁଲଜ କରିଥିଲେ।ଏହାକୁ ବିରୋଧ କରି ଆସନ୍ତା ସପ୍ତାହରେ ଗୋଟିଏ ଦିନ ପାଇଁ ଜିଲ୍ଲାର ସବୁ ସରକାରୀ ହସ୍ପିଟାଲରେ ଓପିଡି ବନ୍ଦ ରଖିବାକୁ ଓମ୍ସା ନିଷ୍ପତ୍ତି ନେଇଛି। ତେବେ ଜରୁରୀ ସେବା ଜାରି ରହିବ।