-+91-9937148622 |

prerana_bgr@rediffmail.com |

  Sunday 22nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   (22-Nov-2026)       ||      ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   (22-Nov-2026)       ||      ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   (22-Nov-2026)       ||      ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା   (22-Nov-2026)       ||      ସାଇଟ କଲେଜରେ ଶିଶୁ ସୁରକ୍ଷା ଓ  ସଚେତନତା ଶିବିର   (22-Nov-2026)       ||      ପାନ ଦୋକାନରେ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ, ଚୋରି ଟଙ୍କା ଉଦ୍ଧାର ସହ ଲୁହା ରଡ୍ ଜବତ   (22-Nov-2026)       ||      *ଓଡିଶା ପାଇଁ ଗୌରବ ଡା. ଜ୍ୟୋତିର୍ମୟ ନାୟକ ଜାତୀୟ ଶ୍ରେଷ୍ଠ ଚିକିତ୍ସା ଶିକ୍ଷକ ପୁରସ୍କାର ପାଇଁ ମନୋନୀତ*   (22-Nov-2026)       ||      ବାରିପଦା ବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ :ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ   (22-Nov-2026)       ||      *ନବରଙ୍ଗପୁରରେ ଡାକ୍ତରଙ୍କୁ ଧମକ ଅଭିଯୋଗ, ଏକ ଦିନ ଓପିଡି ବନ୍ଦ କରିବ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍*   (22-Nov-2026)       ||      ବରପାଲି ରେ ଗଙ୍ଗାଧର ମେହେର କପ୍ ଫୁଟବଲ ଫାଇନାଲକୁ କୁଚିଣ୍ଡା ଦଳ ପ୍ରବେସ   (22-Nov-2026)       ||      ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ    (21-Nov-2026)       ||      କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   (21-Nov-2026)       ||      ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   (21-Nov-2026)       ||      ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   (21-Nov-2026)       ||      ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   (21-Nov-2026)       ||      ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   (21-Nov-2026)       ||      ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ    (21-Nov-2026)       ||      ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   (21-Nov-2026)       ||      ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ    (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||     

HOME   ରାଜ୍ୟ

ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ

22-Nov-2026



ରିପୋର୍ଟ:  ମଳୟ ମିଶ୍ର

ବଲାଙ୍ଗିର: ଜିଲ୍ଲାର ଅନ୍ୟତମ ଦାଦନପେଣ୍ଠ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ରେଳଷ୍ଟେସନ ଥିବା ହରିଶଙ୍କର ରୋଡ୍ ବନାମ ଲାଠୋର ଥାନାର ଲାଠୋରରେ ଖୋଲାଖୋଲି ଚାଲିଛି ବେଆଇନ୍ ଦାଦନଶ୍ରମିକ ଚାଲାଣ । 

ତେବେ ଦୁଃଖ ଓ କ୍ଷୋଭର ବିଷୟ ଏହା ଯେ, ଏହା ହେଉଛି, ବେଆଇନ୍ ଭାବରେ ଦାଦନଶ୍ରମିକ ଚାଲାଣ ରୋକିବାକୁ  ଚଳିତ ଡବଲ୍ ଇଞ୍ଜିନ୍ ସରକାରଙ୍କର ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କପତ୍ନୀ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀ ପାଟଣାଗଡ ଅନ୍ତର୍ଗତ । ଆହୁରିମଧ୍ୟ , ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀଙ୍କ ଅଧୀନରେ ରହିଥିବା ୫ ଟି ଥାନା ମଧ୍ୟରୁ ପୂର୍ବରୁ ଖପ୍ରାଖୋଲ ଥାନାର ଫାଣ୍ଡି ଥିବା ଓ ଏବେ ଥାନାକୁ ଉନ୍ନୀତ ଲାଠୋର ଥାନାର ପରିସର ଭୁକ୍ତ କେବଳ ନୁହେଁ, ଏହି ଥାନାର ପାଖରେ, ପଛରେ ଓ ଆଗରେ ରହୁଥିବା ସର୍ଦ୍ଦାରଙ୍କ ଘର ଏବଂ ଥାନାସମ୍ମୁଖର ରେଳଷ୍ଟେସନରୁ ହିଁ ଏହି ଦାଦନଚାଲାଣ ହୋଇଆସୁଛି । ସଂପ୍ରତି ଏହିଥାନାର ଥାନାଧିକାରୀ ଭାବରେ ଅବିନାଶ ପ୍ରଧାନ ଅବସ୍ଥାପିତ ଅଛନ୍ତି । ସେ ବେଆଇନ ଦାଦନ ଚାଲାଣ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରି

ଧରପଗଡକୁ ଯୋରଦାର୍ କରୁଛନ୍ତି ।

ଥାନା ପାଖରେ ଘରଥିବା ୧୦ ଜଣଙ୍କ ମଧ୍ୟରୁ ମୁଖ୍ୟ ସର୍ଦ୍ଦାରଙ୍କ ମଧ୍ୟରେ ପୂର୍ବର ମୁଖ୍ୟସର୍ଦ୍ଦାର ୰ଦୁର୍ଗା ଘିଭେଲାର ଭାଇ ଦାରା ଘିଭେଲା, ଟଙ୍କ ରଣା ଓ ତା'ର ପାର୍ଟନର୍ ଭଇଁଷାଲ୍, ଏବେ ସେ ଛାଡିଦେଇଥିବା ପୂର୍ବତନ ଗିରଫ ମହିଳା ସର୍ଦ୍ଦାର ତୁଳସୀ ରଣା(ଯେ କି ଏବେ କୋମନାରେ ରହି ଏହା ଚଳାଇଛି) ର ସ୍ବାମୀ ରଘୁ ରଣା, ରାମ ବିଭାର,ପଦ୍ମନାଭ ନାଏକ,ଜାଭେଦ ଖାନ୍, ମଟୁ ଖାନ୍ ଓ ଅନ୍ୟାନ୍ୟ ସର୍ଦ୍ଦାରମାନେ ।

ଏମାନେ ଲାଠୋର ଷ୍ଟେସନ ଦେଇ ଯାଉଥିବା କୋରବା- ବିଶାଖାପାଟଣା ଏକ୍ସପ୍ରେସ୍ , ସମତା ଏକ୍ସପ୍ରେସ୍, ବିଳାସପୁର-ତିରୁପତି ଏକ୍ସପ୍ରେସ୍ ସମେତ ସମସ୍ତ ପାସେଞ୍ଜର, ଇଣ୍ଟରସିଟି ଟ୍ରେନ୍ ରେ ଦାଦନଶ୍ରମିକ ଚାଲାଣ କରିଥା'ନ୍ତି ।  ପାସେଞ୍ଜର ବା ଲିଙ୍କ୍ ଟ୍ରେନରେ ରାୟପୁର ପର୍ଯ୍ଯନ୍ତ ନେଇ ସେଠାରୁ ରାଜ୍ୟ ବାହାରକୁ ଚାଲାଣ କରନ୍ତି । ଥାନାପୁଲିସର ଆଖିସାମ୍ନାରେ ଏହା ଚାଲିଥିଲେ ହେଁ, ପୁଲିସ୍ ଆଖିବୁଜି ବସିଥାଏ । କେବଳ କଦବାକ୍ବଚିତ୍ ଧରପଗଡ କରିଥାଏ । ଚଳିତବର୍ଷ ଅଦ୍ୟାବଧି ଲାଠୋର ପୁଲିସ୍ ମାତ୍ର ୬ଟି ଧରପଗଡ ମାମଲା ଋଜୁ କରିଥିବା ପ୍ରକାଶ । ଆଜିର ଦାଦନଶ୍ରମିକ ଉଦ୍ଧାର ମାମଲାରେ ପଡୋଶୀ ନୂଆପଡା ଜିଲ୍ଲାର ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସହିତ ୩ ଜଣ ସର୍ଦ୍ଦାର ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ  ଜଣେ  ଆନ୍ତଃଜିଲ୍ଲାର ସର୍ଦ୍ଦାର ନୂଆପଡା ଜିଲ୍ଲାର ଓ ୨ ଜଣ ଆନ୍ତଃରାଜ୍ୟ ଦଲାଲ ମହାରାଷ୍ଟ୍ରର ବୋଲି ଲାଠୋର ଆଇ ଆଇ ସି ଅବିନାଶ ପ୍ରଧାନଙ୍କ ଠାରୁ ପ୍ରକାଶ । ଶ୍ରୀ ପ୍ରଧାନ ଜଣେ ଉତ୍ସାହୀ କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ଯୁବଅଧିକାରୀ ହୋଇଥିଲେ ହେଁ,  ଏହି ଦାଦନଋତୁରେ ଜିଲ୍ଲାର ଦାଦନପ୍ରବଣ ଥାନା ଓ ଫାଣ୍ଡିରେ ତଳୁ ଉପର ସ୍ତର ପର୍ଯ୍ୟନ୍ତ ହାତଚିକ୍କଣ କରିଆସୁ ଥିବାରୁ ଏଥିପ୍ରତି ବିଭାଗୀୟ ବଡବଡିଆ ମାନେ ଗଣମାଧ୍ୟମରେ ଖବର ପ୍ରକାଶ ସତ୍ତ୍ବେ ଦୃଷ୍ଟି ଦିଅନ୍ତି ନାହିଁ । କୁହାଯାଏ ଏଥିପାଇଁ ଥାନା ନିଲାମ କରାଯାଇ ପୋଷ୍ଟିଂ କରାଯାଉଛି ଓ ବିଗତ ଦଶନ୍ଧି ଦଶନ୍ଧି ଧରି ଏହା ଏକ ପରମ୍ପରାରେ ପରିଣତ ହେଲାଣି ।

ଜିଲ୍ଲାର ଦାଦନଗଡ କଣ୍ଟାବାଞ୍ଜି, ଟିଟିଲାଗଡ, ମୁରିବାହାଲ, ତୁରେକେଲା, ପଡୋଶୀ ରାଜ୍ୟ ଛତିଶଗଡର ବସନା, ବାଗବହରା ଇତ୍ୟାଦି ପାଖ ଷ୍ଟେସନରୁ ନିୟମିତ ଭାବରେ ଦାଦନଚାଲାଣ ହେଉଥିଲେ ହେଁ, ଏବେ ଲାଠୋର ଷ୍ଟେସନରୁ ପୁଲିସର ନଜର ସାମ୍ନାରେ ବା ସୁରକ୍ଷାରେ ଚାଲାଣ କରିବା ସର୍ଦ୍ଦାରଙ୍କୁ ବେଶି ସୁହାଉଥିବା କୁହାଯାଉଛି ।

ଏ ସମ୍ପର୍କରେ ପଚାରିବାରୁ ଲାଠୋର- ପିପଲବାହାଲ ଗ୍ରାମର ଓ ଏବେ ଲାଠୋର ସରସ୍ବତୀ ଶିଶୁମନ୍ଦିର ଗଳିରେ ନୂଆଘର ତିଆରିକରି ରହୁଥିବା କିଛିବର୍ଷ ତଳର ଦିନମଜୁରିଆ ଶ୍ରେଣୀର ଓ ଏବେ ଏକାଧିକ ଦାମୀକାର୍ ମଟରଗାଡି ବସୁଥିବା  ରାମ ବିଭାର କହିଛି ଯେ, 'ମୋ ନାଁ'ରେ କାହିଁକି ପେପରରେ ବାହାର କରୁଛ ? ମୋ ଭାଇ ନାଁରେ ଲାଇସେନ୍ସ ରହିଛି ଓ ମୋ ବାପର ପୁତୁରାମାନେ ଏହା କରୁଛନ୍ତି । ଦାରା ,ପଦ୍ମନାଭ ମାନେ ଗାଡି ଚଢାନ୍ତି.. । ମୋର କାମ ଆରମ୍ଭ ହୋଇନାହିଁ  । କିଛିଦିନ ପରେ ହେବ ।' ଏଣୁ ଶ୍ରମିକଚାଲାଣ ନିମନ୍ତେ ଶ୍ରମବିଭାଗର ଲାଇସେନ୍ସ ନ କରି ମଧ୍ୟ ବେଆଇନ୍ ଦାଦନଶ୍ରମିକ ଚାଲାଣ କରୁଥିଲେ ହେଁ ପୁଲିସ୍ ବା ଶ୍ରମବିଭାଗ ପକ୍ଷରୁ ଏହି ପୁରୁଣାସର୍ଦ୍ଦାର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଆଶ୍ଚର୍ଯ୍ୟର କଥା  !


News Comment




Photo in News

Advertisment
Lastest News
  ଜିଲ୍ଲା  
ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   22-Nov-2026
  ଜିଲ୍ଲା  
ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   22-Nov-2026
  ରାଜ୍ୟ  
ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   22-Nov-2026
  ଜିଲ୍ଲା  
ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା   22-Nov-2026
  ଜିଲ୍ଲା  
ସାଇଟ କଲେଜରେ ଶିଶୁ ସୁରକ୍ଷା ଓ  ସଚେତନତା ଶିବିର   22-Nov-2026
  ଅପରାଧ  
ପାନ ଦୋକାନରେ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ, ଚୋରି ଟଙ୍କା ଉଦ୍ଧାର ସହ ଲୁହା ରଡ୍ ଜବତ   22-Nov-2026
  ଜିଲ୍ଲା  
*ଓଡିଶା ପାଇଁ ଗୌରବ ଡା. ଜ୍ୟୋତିର୍ମୟ ନାୟକ ଜାତୀୟ ଶ୍ରେଷ୍ଠ ଚିକିତ୍ସା ଶିକ୍ଷକ ପୁରସ୍କାର ପାଇଁ ମନୋନୀତ*   22-Nov-2026
  ଜିଲ୍ଲା  
ବାରିପଦା ବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ :ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ   22-Nov-2026
  ଜିଲ୍ଲା  
*ନବରଙ୍ଗପୁରରେ ଡାକ୍ତରଙ୍କୁ ଧମକ ଅଭିଯୋଗ, ଏକ ଦିନ ଓପିଡି ବନ୍ଦ କରିବ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍*   22-Nov-2026
  ଜିଲ୍ଲା  
ବରପାଲି ରେ ଗଙ୍ଗାଧର ମେହେର କପ୍ ଫୁଟବଲ ଫାଇନାଲକୁ କୁଚିଣ୍ଡା ଦଳ ପ୍ରବେସ   22-Nov-2026
  ଅପରାଧ  
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ   21-Nov-2026
  ରାଜନୀତି  
କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   21-Nov-2026

You Might Also Like