-+91-9937148622 |

prerana_bgr@rediffmail.com |

  Saturday 21st November 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   (20-Nov-2026)       ||      ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   (20-Nov-2026)       ||      ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   (20-Nov-2026)       ||      ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   (20-Nov-2026)       ||      *ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   (20-Nov-2026)       ||      ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   (20-Nov-2026)       ||      ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   (20-Nov-2026)       ||      ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   (20-Nov-2026)       ||      ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   (20-Nov-2026)       ||      ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   (20-Nov-2026)       ||      ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   (20-Nov-2026)       ||      ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   (20-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା    (20-Nov-2026)       ||      ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା ! ୪ ଟି ପଦରେ ଜଣେ ଭାରପ୍ରାପ୍ତ ♦️ ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ    (20-Nov-2026)       ||      ଚଳିତ ବଜେଟ ରାଶିର ଅର୍ଥ ଖର୍ଚ୍ଚ କରିପାରୁନାହଁ, ପୁଣି କାହିଁକି ଅତିରିକ୍ତ ବଜେଟ ଆଣିଛ?: କଂଗ୍ରେସ   (20-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||     

HOME   ରାଜ୍ୟ

ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ

20-Nov-2026



​ଟିଟିଲାଗଡ(ସଞ୍ଜୟ କୁମାର ନାୟକ)- ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସରକାରୀ କର୍ମଚାରୀଙ୍କ ବଦଳି ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ସମୟସୀମା ପରେ ବି ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ରହିବା ଘଟଣା ଏବେ ପ୍ରଶାସନିକ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସରକାରୀ କର୍ମଚାରୀଙ୍କ ବଦଳି ନୀତି ସମ୍ପର୍କିତ ବ୍ୟାପକ ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାତ୍ର ଏହି ସରକାରୀ ନିୟମାବଳୀକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଛି। ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଆସିବା ପରେ ମଧ୍ଯ ପୁଣି ତାକୁ ବାତିଲ କରାଯାଉଥିବା ଦେଖିବାକୁ ମିଳୁଛି। ତାହେଲେ ଏହାର କାରଣ କଣ ? ଯେଉଁ ଅଧିକାରୀଙ୍କ ବଦଳି ବାତିଲ ହେଉଛି ସେମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରାଗଲେ ବହୁତ କିଛି ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। 

   ​କୌଣସି ଅତିରିକ୍ତ କାର୍ଯ୍ୟକାଳ ପ୍ରଶାସନିକ ମାର୍ଗଦର୍ଶିକା ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ପ୍ରତିଷ୍ଠିତ ଆଇନର ସିଧାସଳଖ ଉଲ୍ଲଂଘନ କରୁଛି। 'ଷ୍ଟେଟ୍ ଅଫ୍ ୟୁପି ବନାମ ସିୟା ରାମ' ଏବଂ 'ସୋମେଶ ତିୱାରୀ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ' ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ରାୟ ଦେଇଛନ୍ତି ଯେ, ପ୍ରଶାସନିକ ବ୍ୟବସ୍ଥାରେ ନ୍ୟସ୍ତସ୍ୱାର୍ଥ, ଦୁର୍ନୀତି ଏବଂ ଏକଚାଟିଆ କାରବାରକୁ ରୋକିବା ପାଇଁ ବଦଳି ନୀତି ଅତ୍ୟନ୍ତ ଜରୁରୀ।  
​ସୁପ୍ରିମକୋର୍ଟଙ୍କ ମତାନୁଯାୟୀ, କୌଣସି ସରକାରୀ କର୍ମଚାରୀ ଯେପରି ନିଜର ବ୍ୟକ୍ତିଗତ ସମ୍ପର୍କ ବଢ଼ାଇ ସରକାରୀ କର୍ତ୍ତବ୍ୟରେ ଅବହେଳା ନକରନ୍ତି, ସେଥିପାଇଁ ବଦଳି ଏକ ପ୍ରଶାସନିକ ଆବଶ୍ୟକତା। ବିନା କୌଣସି ବିଶେଷ ଜନସ୍ୱାର୍ଥରେ ବଦଳି ନୀତିକୁ ପାଳନ ନକରିବା ପ୍ରଶାସନିକ ଏକଚାଟିଆ ମନୋଭାବ ଏବଂ ସମ୍ଭାବ୍ୟ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଥାଏ। ତେବେ ବିଭିନ୍ନ ଅଧିକାରୀଙ୍କ ଦୀର୍ଘଦିନର ରହଣି ପଛରେ ନ୍ୟସ୍ତସ୍ୱାର୍ଥ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ସୁରକ୍ଷା ରହିଥିବା ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।  ସରକାରୀ ନିୟମ ଓ ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ଅଣଦେଖା କରି ଗୋଟିଏ ସ୍ଥାନରେ ଜମି ରହିଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   20-Nov-2026
  ଜିଲ୍ଲା  
ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   20-Nov-2026
  ରାଜ୍ୟ  
ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   20-Nov-2026
  ଜିଲ୍ଲା  
ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   20-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   20-Nov-2026
  ଜିଲ୍ଲା  
ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   20-Nov-2026
  ଜିଲ୍ଲା  
ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   20-Nov-2026
  ଜିଲ୍ଲା  
ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   20-Nov-2026
  ଜିଲ୍ଲା  
ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   20-Nov-2026
  ଜିଲ୍ଲା  
ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   20-Nov-2026
  ଜିଲ୍ଲା  
ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   20-Nov-2026
  ରାଜ୍ୟ  
ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   20-Nov-2026

You Might Also Like