-+91-9937148622 |

prerana_bgr@rediffmail.com |

  Saturday 21st November 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   (20-Nov-2026)       ||      ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   (20-Nov-2026)       ||      ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   (20-Nov-2026)       ||      ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   (20-Nov-2026)       ||      *ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   (20-Nov-2026)       ||      ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   (20-Nov-2026)       ||      ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   (20-Nov-2026)       ||      ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   (20-Nov-2026)       ||      ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   (20-Nov-2026)       ||      ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   (20-Nov-2026)       ||      ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   (20-Nov-2026)       ||      ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   (20-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା    (20-Nov-2026)       ||      ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା ! ୪ ଟି ପଦରେ ଜଣେ ଭାରପ୍ରାପ୍ତ ♦️ ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ    (20-Nov-2026)       ||      ଚଳିତ ବଜେଟ ରାଶିର ଅର୍ଥ ଖର୍ଚ୍ଚ କରିପାରୁନାହଁ, ପୁଣି କାହିଁକି ଅତିରିକ୍ତ ବଜେଟ ଆଣିଛ?: କଂଗ୍ରେସ   (20-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||     

HOME   ଜିଲ୍ଲା

ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*

20-Nov-2026



ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟରେ ବନ୍ୟା ପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ସତର୍କତା ଓ ପ୍ରସ୍ତୁତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ବର୍ଷା ପରିସ୍ଥିତି, ଜଳଭଣ୍ଡାରଗୁଡ଼ିକର ସ୍ଥିତି ଏବଂ ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ବୈଠକରେ ଶ୍ରୀମତୀ ଶର୍ମା ସମସ୍ତ ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକମାନଙ୍କଠାରୁ ନିଜ ନିଜ ଅବବାହିକାରେ ହୋଇଥିବା ବର୍ଷା, ଜଳଭଣ୍ଡାରଗୁଡ଼ିକର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନର ସ୍ଥିତି ଏବଂ ପ୍ରମୁଖ ଜଳ ଭିତ୍ତିଭୂମିର କାର୍ଯ୍ୟକ୍ଷମ ସ୍ଥିତି ସମ୍ପର୍କରେ ତଥ୍ୟ ନେଇଥିଲେ। ବର୍ଷାର ପରିବର୍ତ୍ତିତ ସ୍ଥିତି, ଜଳଭଣ୍ଡାରକୁ ଆସୁଥିବା ଜଳର ପରିମାଣ ଓ ନିଷ୍କାସିତ ଜଳ ଉପରେ ନିରନ୍ତର ନଜର ରଖିବା ସହ ପ୍ରଚଳିତ ନିୟମ ଓ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଜଳଭଣ୍ଡାର ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ବାତ୍ୟାର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତିରେ କୌଣସି ପ୍ରକାର ଶିଥିଳତା ନ ଆଣିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଆଗାମୀ ୨୪ ଘଣ୍ଟାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଦିନରାତି ସଜାଗ ରହିବା, ଜଳ ପ୍ରବାହର ପରିବର୍ତ୍ତିତ ସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ଯେକୌଣସି ସମ୍ଭାବ୍ୟ ବିପଦ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷକରି ଜଳଭଣ୍ଡାରକୁ ହଠାତ୍ ଅଧିକ ଜଳ ପ୍ରବେଶ କରିବାର ସମ୍ଭାବନା, ତଳମୁଣ୍ଡ ଅଞ୍ଚଳର ସ୍ଥିତି ଆକଳନ ଏବଂ

ଆବଶ୍ୟକ ସ୍ଥଳେ ତ୍ୱରିତ ସମନ୍ୱିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସକ୍ରିୟ ବନ୍ୟା ପରିଚାଳନା ନିମନ୍ତେ କ୍ଷେତ୍ରସ୍ତରୀୟ ଅଧିକାରୀ, ଅବବାହିକା କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ନିରନ୍ତର ନିରୀକ୍ଷଣ, ସମୟୋଚିତ ସୂଚନା ଆଦାନପ୍ରଦାନ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଦ୍ୱାରା ଜନଜୀବନ, ଜୀବିକା ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବାତ୍ୟାର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟରେ ଚବିଶ ଘଣ୍ଟିଆ ନିରୀକ୍ଷଣ, ସତର୍କତା ଓ ସମନ୍ୱିତ ପ୍ରସ୍ତୁତି ଜାରି ରହିବ। ସମ୍ଭାବ୍ୟ ବିପଦର ପୂର୍ବ ଆକଳନ, ତ୍ୱରିତ ପଦକ୍ଷେପ ଏବଂ ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   20-Nov-2026
  ଜିଲ୍ଲା  
ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   20-Nov-2026
  ରାଜ୍ୟ  
ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   20-Nov-2026
  ଜିଲ୍ଲା  
ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   20-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   20-Nov-2026
  ଜିଲ୍ଲା  
ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   20-Nov-2026
  ଜିଲ୍ଲା  
ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   20-Nov-2026
  ଜିଲ୍ଲା  
ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   20-Nov-2026
  ଜିଲ୍ଲା  
ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   20-Nov-2026
  ଜିଲ୍ଲା  
ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   20-Nov-2026
  ଜିଲ୍ଲା  
ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   20-Nov-2026
  ରାଜ୍ୟ  
ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   20-Nov-2026

You Might Also Like