-+91-9937148622 |
prerana_bgr@rediffmail.com |
Friday 20th November 2026 |
R.N.I. Regd No. ODIODI/2010/46693
Breaking News
19-Nov-2026
ବରପାଲି,(ସୁଦାମ ଦୀପ): ବରଗଡ ଜିଲ୍ଲା ବରପାଲି ବ୍ଳକ କଟାପାଲି ଶ୍ରୀ ବିଶାଖା ଦାଶ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ଫସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପଧାନ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ମେହେର , ସିଆରସିସି ଅଶୋକ କୁମାର ପଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସତ୍ୟ ନାଗ ମଂଚାସୀନ ଥିଲେ l ପ୍ରକଳ୍ପ ଗୁଡ଼ିକୁ ନିରୀକ୍ଷଣ କରିବା ନିମନ୍ତେ ଗଙ୍ଗାଧର ଏନଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ବାରିକ ଏବଂ ସରଣ୍ଡା ପାଳି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଚରକଭାବେ ଯୋଗଦାନ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ମୋଟ ୩୬ଟି ପ୍ରକଳ୍ପ ପିଲାମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ୍ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପଧାନ ଶିଶୁ ମାନଙ୍କୁ ଉତ୍ସାହ କରିବା ନିମେନ୍ତେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କୁ ପରିଶ୍ରମ ରୂପକ ସଫଳତା ଉପରେ ନିଜର ବୃତ୍ତି ଗଠନ ପାଇଁ ପରାମର୍ଶ ଦେଇଥିଲେ l ଶ୍ରୀଯୁକ୍ତ ମନୋଜ କୁମାର ବାରିକ ଦୈନନ୍ଦିନ ଜୀବନରେ ବିଜ୍ଞାନର ମହନୀୟତା ଓ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ତଥା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟ ପ୍ରକାଶ ପଧାନ, ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଲିପି ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ l