-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
18-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମର ଉପରପଡ଼ା ପୂଜା ମଣ୍ଡପ ଠାରେ ବୁଧବାର ଠାରୁ ସପ୍ତାହ ବ୍ୟାପି ଅଖଣ୍ଡ ସପ୍ତାହ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ସଂକୀର୍ତ୍ତନ,ଘଣ୍ଟବାଦ୍ୟର ତାଳେ ତାଳେ ଓ ହୁଳହୁଳି ଧ୍ୱନିରେ ସନ୍ଧ୍ୟାରେ ଗ୍ରାମର ଶତାଧିକ ମହିଳା କଳସ ଧରି ଗ୍ରାମ ପରିକ୍ରମା କରି ବଡବନ୍ଧକୁ ପାଣି ନେଇଯାଇଥିଲେ ।ସେଠାରେ ପୂଜକଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଥିବା ପଙ୍କଜ ସାହୁ ଓ ତାଙ୍କ ଧର୍ମପତ୍ନୀ ଲିଲିମା ସାହୁ ପାଣି ଭର୍ତ୍ତି ପୂର୍ଣ୍ଣ କଳସ ଧରି ଶୋଭାଯାତ୍ରା ମାଧ୍ୟମରେ ପରାୟଣ ସ୍ଥଳକୁ ଆସି କଳସ ସ୍ଥାପନ କରିଥିଲେ।ସେହିପରି ଆଜି ଗ୍ରାମର ମହିଳା ମାନେ ହୁଳହୁଳି ଧ୍ୱନି ସହ ବାଦ୍ୟର ତାଳେ ତାଳେଟ ବ୍ୟାସ ସିକୁନ ମିଶ୍ର ଙ୍କୁ ବରଣ କରି ପରାୟଣ ମଣ୍ଡପକୁ ପାଛୋଟି ଆଣିଥିଲେ।ପରେ ସପ୍ତାହ ପାରାୟଣ(ପ୍ରବଚନ) କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭାଗବତ ରେ ବର୍ଣ୍ଣିତ ଲେଖା ଓ ଐତିହାସିକ କିମ୍ବଦନ୍ତୀ ଶୁଣିବା ପାଇଁ ବହୁ ଭକ୍ତ ପ୍ରେମୀଙ୍କ ଭିଡ଼ ଜମିଥିଲା।