-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
17-Nov-2026
ଲୋଇସିଂହା, (ବିନୋଦ ଦୀପ) ଆୟୋଜକ ଷ୍ଟାଡିୟମ୍ ଟ୍ରଷ୍ଟ ବୋର୍ଡ ଓ ଆଥଲେଟିକ ଏସୋସିଏସନ ଲୋଇସିଂହା ତଥା ୨୦୨୬ ମସିହାର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ ର ଚତୁର୍ଥ ମ୍ୟାଚ୍ ରେବେଲ ଟାଇଗର ଭିଲାଇ, ଛତିଶଗଡ ବନାମ ଟିହୁରା ଏଫ୍ ସି ସମ୍ବଲପୁର ମଧ୍ୟରେ ହୋଇଥିଲା l ନିର୍ଦ୍ଧାରିତ ଖେଳ ସମୟରେ ରେବେଲ ଟାଇଗର ଭିଲାଇ, ଛତିଶଗଡ ୩-୦ ଗୋଲ୍ରେ ବିଜୟୀ ହେଲା l ଆଜିର ମ୍ୟାଚ ରେ ପ୍ରଥମ ସେମି ଫାଇନାଲ ର ଶ୍ରେଷ୍ଠ ଖେଳାଳି: ଆଶୁତୋଷ ପ୍ରସାଦ ଜର୍ସି ନ. ୧୦, ରେବେଲ ଟାଇଗର, ଭିଲାଇ, ଛତିଶଗଡ l ରେଫରୀବୃନ୍ଦ ଦେବାଶିଷ ବାଗ, ସୁଧାଂଶୁ ସେଠ୍, କରୁଣାକର ପଧ।ନ, ବିଜୟ ରଣା, ମ୍ୟାଚ୍ କମିଶନର ସୁଦୟ ବାରିକ l ଆଜିର ଖେଳ ରେ ମୁଖ୍ୟ ଅତିଥି ଭାବେ ଅମରେନ୍ଦ୍ର ମିଶ୍ର ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ତ୍ରିପାଠୀ ସରପଞ୍ଚ ବାଦିବାହାଲ, ମୋହନ ପଟେଲ୍ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆଗଲପୁର l ଶ୍ରୀ ଦିଲୀପ କୁମାର ବେହେରା ସଦସ୍ୟ ଷ୍ଟାଡିୟମ୍ ଟ୍ରଷ୍ଟ ବୋର୍ଡ ତଥା ସଭାପତି ଆଥଲେଟିକ ଏସୋସିଏସନ୍ ଲୋଇସିଂହା ମଂଚାସୀନ ଥିଲେ l ଆସନ୍ତା କାଲି ର ମ୍ୟାଚ୍ ବିଶାଖାପାଟନମ୍ ବୁଟସ ଏଫସି ବନାମ ସମ୍ବଲପୁର ଆଶିଷ ଏକାଦଶ ମଧ୍ୟରେ ହେବ l ଆନନ୍ଦ ପୁଟେଲ, ଚତୁର ଦଳାଇ, ନଜୁ ଖାନ୍, ରଞ୍ଜନ ବେହେରା, ବ୍ରଜ ବିଶୋଇ, ସଞ୍ଜୀବ ସାହୁ, ବିଷ୍ଣୁ, ଶିବ ଅଗ୍ରୱାଲ, ସିଲୁ ସେବକ, ଭାଗବତିଆ ଭୋଇ, କରନ ପଧାନ, କୁନା ବାରିକ, ମନୋଜ ମାହାଣା, ଟିକୁ ପାଣ୍ଡିଆ, ଦେବ ବିଶ୍ୱାଳ, ରିତେଶ, ରମେଶ, ସୁମିତ, ମୋହିତ ମିଶ୍ର, ବୁଧିଆ ନାଏକ, ଆକାଶ ପଧାନ, ସରୋଜ ବିଶ୍ୱାଳ ଓ ସରୋଜ ପୁଟେଲ ପ୍ରମୁଖ ଆଜିର ଖେଳ ରେ ସହଯୋଗ କରିଥିଲେ l