-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
17-Nov-2026
ବରଗଡ଼(ତୁଳସୀ ଚରଣ ଦାଶ): ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଆଜି ସ୍ଥାନୀୟ ଟାଉନ ଥାନା ସମ୍ମୁଖରେ ବିଶ୍ବ ମଧୁମେହ ସପ୍ତାହ ଉପଲକ୍ଷେ ଲାୟନ୍ସ କ୍ଲବ ସଦସ୍ୟ ଶୁସାନ୍ତ ତ୍ରିପାଠୀଙ୍କ ନେତୃତ୍ବରେ ତଥା କ୍ରିଷ୍ଣା ବିକାଶ ଫାଉଣ୍ଡେସନ ସହଯୋଗରେ ଏକ ମାଗଣା ସ୍ବାସ୍ଥ୍ୟ
ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା । ଡାକ୍ତର ଜୟ କୃଷ୍ଣ ମେହେର ଯୋଗଦାନ କରି ବିଶେଷକରି ମଧୁମେହ ଓ ରକ୍ତଚାପ ରୋଗ ନିରାକରଣ ଉପରେ ପରାମର୍ଶ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ସଭାପତି ଶ୍ରୀ ଅଭୟ କୁମାର ଭୋଇ,ମନୋଜ ମହାପାତ୍ର, ଅଶୋକ ଅଗ୍ରୱାଲ, ଦୀପକ ବାଲୋଦିଆ,ଆୟୁଷ ଗୁପ୍ତା, ଲଳିତ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ଓ ଆହୁରି ଅନେକ ଯୋଗଦାନ କରି ସହଯୋଗ କରିଥିଲେ ।ଆସନ୍ତା ଦିନରେ ବରଗଡ଼ ଗୋବିନ୍ଦପାଲି ଛକ ଓ ଭଟଲି ଛକରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ଭୋଇ ଜଣାଇଛନ୍ତି।