-+91-9937148622 |

prerana_bgr@rediffmail.com |

  Wednesday 18th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (17-Nov-2026)       ||      ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   (17-Nov-2026)       ||      ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   (17-Nov-2026)       ||      ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   (17-Nov-2026)       ||      ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   (17-Nov-2026)       ||      ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   (17-Nov-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   (17-Nov-2026)       ||      *କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   (17-Nov-2026)       ||      କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   (17-Nov-2026)       ||      Three Novels by Malaya Mishra Hit the Bookstores A Powerful Voice of Rebellion Against Conservative Ideologies and Outdated Values   (17-Nov-2026)       ||      ରେଶମ ଗ୍ରାମର କାର୍ତ୍ତିକ ସଂକ୍ରାନ୍ତି ଉତ୍ସବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଯୋଗଦାନ   (17-Nov-2026)       ||      ଆସନ୍ତା ନଭେମ୍ବର ୨୦ ରେ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ    (17-Nov-2026)       ||      *ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ଆଶୁତୋଷ ପଣ୍ଡା ଙ୍କ କୃତିତ୍ୱ*-   (17-Nov-2026)       ||      ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ମଧୁମେହ    (17-Nov-2026)       ||      କବ୍ଜା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ    (17-Nov-2026)       ||      ରାଜ୍ୟର ଅଗଣିତ ପାଠକ ପାଠିକାଙ୍କ ମନ ମୋହିବ କଥାକାର ମଳୟ ମିଶ୍ରଙ୍କ ସଦ୍ୟ ପ୍ରକାଶିତ ୩ ପୁସ୍ତକ♦️ ବିଦ୍ରୋହ  ଓ ଅଚଳ ମୂଲ୍ୟବୋଧ ବିରୁଦ୍ଧରେ ଶାଣିତ ସ୍ବର !   (17-Nov-2026)       ||      ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||     

HOME   ଜିଲ୍ଲା

ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ

17-Nov-2026



ବେଲପଡ଼ା ମାମଲାରେ କେବଳ ଜଣେ କର୍ମଚାରୀଙ୍କ ଡେପୁଟେସନ୍  

ବଲାଙ୍ଗିର(ପ୍ରେରଣା ଖବର): ମନରେଗା ଯୋଜନାରେ ଅର୍ଥ ପରିଚାଳନା ଓ ନନ୍‌-ସାଲାରୀ କମ୍ପୋନେଣ୍ଟ୍‌ରେ ଦେୟ ପ୍ରଦାନକୁ ନେଇ ବଲାଙ୍ଗିର ଜିଲ୍ଲାରେ ବିବାଦ ତୀବ୍ର ହେବାରେ ଲାଗିଛି। ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ନନ୍‌-ସାଲାରୀ କମ୍ପୋନେଣ୍ଟ୍‌ ରେ ଅର୍ଥ ପ୍ରଦାନ ହୋଇଥିବା ଅଭିଯୋଗ ରେ ବଲାଙ୍ଗୀର ଜିଲ୍ଲା ର ୧୧ଟି ବ୍ଲକ ର ବିଡିଓ ଙ୍କୁ ଜିଲ୍ଲା ପରିଷଦ ପକ୍ଷରୁ ଶୋ-କଜ୍ ନୋଟିସ୍ ଜାରି ହୋଇଛି। ଅନ୍ୟପକ୍ଷରେ ବେଲପଡ଼ା ବ୍ଲକରେ ମନରେଗା ପ୍ରଶାସନିକ ଅର୍ଥର କଥିତ ଅନିୟମିତତା କୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି।ଜିଲ୍ଲା ପରିଷଦ କାର୍ଯ୍ୟାଳୟର ନୋଟିସ୍ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷର ବକେୟା ଦେୟ ପରିଶୋଧ ପରେ ଚଳିତ ଆର୍ଥିକ ବର୍ଷର ଦରମା ଓ ଆଇନଗତ ଦେୟକୁ ପ୍ରାଥମିକତା ଦେବାକୁ ସରକାରୀ ନିର୍ଦ୍ଦେଶ ରହିଛି। ନନ୍‌-ସାଲାରୀ କମ୍ପୋନେଣ୍ଟ୍‌ର ଅର୍ଥ ପ୍ରଦାନ ପାଇଁ ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ଓ ପାଣ୍ଠି ଉପଲବ୍ଧତାକୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହା ସତ୍ତ୍ୱେ ୧୧ଟି ବ୍ଲକ ରେ ନିୟମ ଉଲ୍ଲଂଘନ କରି ଅର୍ଥ ପ୍ରଦାନ ହୋଇଥିବା ଅଭିଯୋଗ ଆସିଛି।ଏହି ଘଟଣାରେ ବିଡିଓମାନଙ୍କୁ ଅର୍ଥ ପ୍ରଦାନର ଆଧାର, ତାରିଖୱାରୀ ଓ କାର୍ଯ୍ୟୱାରୀ ଖର୍ଚ୍ଚ, ଏଫଟିଓ ବିବରଣୀ, ପୂର୍ବ ଅନୁମତି ଏବଂ ବ୍ଲକ ସ୍ତରରେ ଦାୟିତ୍ୱ ନିର୍ଦ୍ଧାରଣ ସମ୍ପର୍କରେ ତିନି ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି। ବେଲପଡ଼ା ବ୍ଲକ ମାମଲାକୁ ନେଇ ଦ୍ୱିତୀୟ ପ୍ରଶ୍ନ- ବେଲପଡ଼ା ବ୍ଲକରେ ମନରେଗାର ପ୍ରଶାସନିକ ଖର୍ଚ୍ଚ ଓ ଅର୍ଥ ପରିଚାଳନାକୁ ନେଇ ପୂର୍ବରୁ ଅନିୟମିତତାର ଅଭିଯୋଗ ଉଠିଥିଲା। ଏହି ପ୍ରସଙ୍ଗରେ ବିଏଫଓ ଭାଗତରାମ ମିର୍ଦ୍ଧା ,ଏପିଓ ସନ୍ତୋଷ ପ୍ରଧାନ, କ୍ୟାସିୟର ଚୈତନ୍ୟ ବାଗ, ଏସିପି ତ୍ରିଲୋଚନ ନାଗ ଏବଂ ନରେଗା ଆସିଷ୍ଟାଣ୍ଟ ପ୍ରକାଶ ବସ୍ତିଆଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଅନ୍ୟ ଚାରି ଜଣଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ନେଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି।
ଯଦି ମନରେଗା ଅର୍ଥ କାରବାରରେ ଅନିୟମିତତାର ଅଭିଯୋଗ ରହିଛି, ତେବେ କେବଳ ଜଣେ କର୍ମଚାରୀଙ୍କୁ ଡେପୁଟେସନ୍‌ରେ ପଠାଇବା ଯଥେଷ୍ଟ କି? ଅନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାର ନିରପେକ୍ଷ ଯାଞ୍ଚ କେବେ ହେବ?ବଡ଼ ସ୍ତରରେ ତଦନ୍ତ ଦାବି - ଜିଲ୍ଲାର ୧୧ଟି ବ୍ଲକରେ ନନ୍‌-ସାଲାରୀ ଅର୍ଥ ପ୍ରଦାନକୁ ନେଇ ଶୋ-କଜ୍ ଜାରି ହେବା ଏବଂ ବେଲପଡ଼ା ବ୍ଲକରେ ପୂର୍ବରୁ ଉଠିଥିବା ପ୍ରଶାସନିକ ଅର୍ଥ ଅନିୟମିତତା ଅଭିଯୋଗ ଏବେ ଜିଲ୍ଲାସ୍ତରୀୟ ମନରେଗା ଅର୍ଥ ପରିଚାଳନାକୁ ସନ୍ଦେହ ଘେରକୁ ଆଣିଛି।ଏହି ସମସ୍ତ ଘଟଣାରେ କେବଳ ବିଡିଓ କିମ୍ବା ତଳସ୍ତରୀୟ କର୍ମଚାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ନକରି ଅର୍ଥ ମଞ୍ଜୁରୀ, ଦେୟ ପ୍ରଦାନ ଓ ଅନୁମୋଦନ ପ୍ରକ୍ରିୟାରେ ଜଡ଼ିତ ସମସ୍ତ ସ୍ତରର ଅଧିକାରୀଙ୍କ ଭୂମିକା ଯାଞ୍ଚ କରିବା ଆବଶ୍ୟକ।ଏହା ପଛରେ କୌଣସି ଉଚ୍ଚସ୍ତରୀୟ ପ୍ରଭାବ ବା ରାଜନୈତିକ ହସ୍ତକ୍ଷେପ ରହିଛି କି ନାହିଁ, ସେ ଦିଗକୁ ମଧ୍ୟ ନିରପେକ୍ଷ ଭାବେ ଯାଞ୍ଚ କରିବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ   17-Nov-2026
  ଜିଲ୍ଲା  
ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   17-Nov-2026
  ଜିଲ୍ଲା  
ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   17-Nov-2026
  ଜିଲ୍ଲା  
ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   17-Nov-2026
  ଜିଲ୍ଲା  
ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   17-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   17-Nov-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   17-Nov-2026
  ଜିଲ୍ଲା  
*କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   17-Nov-2026
  ଜିଲ୍ଲା  
କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   17-Nov-2026

You Might Also Like