-+91-9937148622 |

prerana_bgr@rediffmail.com |

  Tuesday 17th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||      ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   (16-Nov-2026)       ||      CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   (16-Nov-2026)       ||      ୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    (16-Nov-2026)       ||      କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   (16-Nov-2026)       ||      ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ    (16-Nov-2026)       ||      *ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   (16-Nov-2026)       ||      ବରପାଳି ଯାଦବ ସମାଜର ମହାନତା   (16-Nov-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   (16-Nov-2026)       ||      *ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   (16-Nov-2026)       ||      *କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   (16-Nov-2026)       ||      କୋକସରା ରେ କେ ଜେ ୟୁ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ   (16-Nov-2026)       ||      ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର    (16-Nov-2026)       ||      *ଡାବୁଗାଁ ଠାରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ♦️ -ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ   (16-Nov-2026)       ||      ୧୮ରୁ୨୦ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ   (16-Nov-2026)       ||      ରୟାଲ ଏକାଡେମୀର ବାର୍ଷିକ କ୍ରୀଡା   (16-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (16-Nov-2026)       ||      ବରିଷ୍ଠ ନାଗରିକ ସଂଘ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ    (16-Nov-2026)       ||     

HOME   ଜିଲ୍ଲା

ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା

17-Nov-2026



ତଥ୍ୟବିହୀନ ଯୁକ୍ତି ଅପେକ୍ଷା ତଥ୍ୟ ସମୃଦ୍ଧ ଆଲୋଚନା ଅତ୍ୟନ୍ତ ଜରୁରୀ: ବାଚସ୍ପତି ଶ୍ରୀମତୀ ପାଢୀ 

 ଭୁବନେଶ୍ୱର (ମୁରଲୀଧର ମିଶ୍ର ): ୧୭ତମ ଓଡ଼ିଶା ବିଧାନସଭାର ମାନ୍ୟବର ବିଧାୟକମାନଙ୍କ ପାଇଁ ଆୟୋଜିତ ଦିନିକିଆ ଅଭିମୁଖୀକରଣ ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଲେ ଯେ, ବିଧାନସଭା ଅଧିବେଶନ କେବଳ ବୈଠକରେ ସୀମିତ ନୁହେଁ, ଏଠାରେ ଆଲୋଚନାର ଗୁଣବତ୍ତା ଓ ସୁଫଳ ଯେପରି ଜନସାଧାରଣଙ୍କ ନିକଟରେ ପହଂଚିବ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥ୍ୟବିହୀନ ଯୁକ୍ତି ଅପେକ୍ଷା ତଥ୍ୟ ସମୃଦ୍ଧ ଆଲୋଚନା ଅତ୍ୟନ୍ତ ଜରୁରୀ । ଏଥିପାଇଁ ନିରନ୍ତର ଶିକ୍ଷା, ସଂସ୍କାର ଏବଂ  ନିଜର ଜ୍ଞାନକୁ ସମୟୋପଯୋଗୀ ଭାବେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ବିଧାନସଭା ଗୃହ ଚଳାଇବା ପାଇଁ ସମସ୍ତଙ୍କର ଧୈର୍ଯ୍ୟ, ଶୃଙ୍ଖଳା ଓ ପାରସ୍ପରିକ ସହଯୋଗିତା ଲୋଡ଼ା ବୋଲି ପ୍ରକାଶ କରିବା ସହ ଜନସେବାରେ ସମସ୍ତଙ୍କୁ ସଚ୍ଚୋଟତା ଓ ନୈତିକତା ବଜାୟ ରଖିବାକୁ ନିଜ ଅଭିଭାଷଣରେ ସେ କହିଥିଲେ । ଦୂରଦୃଷ୍ଟିସମ୍ପନ୍ନ ନୀତି ପ୍ରସ୍ତୁତି, ଗଠନମୂଳକ ଆଲୋଚନା ଓ ସହମତିଭିତ୍ତିକ ନିଷ୍ପତ୍ତି ସହ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ସେ ଦଳ ମତ

ବିଧାନସଭା ହେଉଛି ଜନସାଧାରଣଙ୍କର ଆଶା, ଆକାଂକ୍ଷାକୁ ଉପସ୍ଥାପନ କରିବାର ଏକ ବଳିଷ୍ଠ ମାଧ୍ୟମ: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା 

ନିର୍ବିଶେଷରେ ମାନ୍ୟବର ବିଧାୟକଙ୍କ ସହଯୋଗ ଲୋଡ଼ିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆଜିର ଏହି ପ୍ରଶିକ୍ଷଣ ମାନ୍ୟବର ବିଧାୟକମାନଙ୍କ ପାଇଁ ଉପାଦେୟ ହୋଇଛି । ବିଧାନସଭା କେବଳ ଆଇନ ପ୍ରଣୟନ ନୁହେଁ, ଲୋକ ମାନଙ୍କର ଆଶା, ଆକାଂକ୍ଷାକୁ ପ୍ରକାଶ କରିବାର ଏକ ମାଧ୍ୟମ । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାନ୍ୟବର ଭାରତର ଉପ-ରାଷ୍ଟ୍ରପତିଙ୍କ ଯୋଗଦାନ ଆମ ପାଇଁ ଗୌରବମୟ ଇତିହାସ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଚଳିତ ବିଧାନସଭାରେ ବିଭିନ୍ନ ଦଳର ବହୁ ନବାଗତ ବିଧାୟକ ନିର୍ବାଚିତ ହୋଇ ଆସିଥିବା ବେଳେ ସେମାନଙ୍କର ପ୍ରଦର୍ଶନ ଖୁବ ଉତ୍ସାହପଦ ଓ ଉଚ୍ଚକୋଟୀର ରହିଛି । ସେମାନଙ୍କ ଉପରେ ଜନସାଧାରଣଙ୍କର ବହୁ ଆଶା ଓ ଆକାଂକ୍ଷା ରହିଛି । 

 

ଉଦଯାପନୀ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଯେ, ସପ୍ତଦଶ ବିଧାନସଭାର ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମ ସେମାନଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିଛି l ବହୁ ପ୍ରସଙ୍ଗରେ ବିଧାନସଭାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ସେମାନେ ଜିଜ୍ଞାସା ପ୍ରକାଶ କରିଛନ୍ତି ଏବଂ ବହୁ ସନ୍ଦେହ ମୋଚନ କରିଛନ୍ତି l ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ଦୂରଦର୍ଶୀ ଓ ଆଗାମୀ ଦିନରେ ଜଣେ ଜଣେ ଆହୁରି ଭଲ ବିଧାୟକ ହେବା ସହିତ ବିଧାନସଭାର କାର୍ଯ୍ୟକୁ ଅଧିକ ଦକ୍ଷ  ଓ ପ୍ରଭାବୀ କରିବାରେ ସହାୟକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ  l କାର୍ଯ୍ୟକ୍ରମ ଶେଷରେ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ସକ୍ରିୟ ଅଂଶଗ୍ରହଣ  କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।  ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୁଇଟି ପ୍ରଶିକ୍ଷଣ ସମ୍ପାନ ଆୟୋଜିତ ହୋଇଥିଲା । ପ୍ରଥମ ଅଧିବେଶନରେ

ବିଧାନସଭାର ବିଭିନ୍ନ କମିଟି ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟପାଳିକାମାନଙ୍କର କାର୍ଯ୍ୟକୁ ବିଧାୟକମାନଙ୍କ ଦ୍ୱାରା ତଦାରଖ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନରେ ଲୋକସଭାର ମାନ୍ୟବର ସାଂସଦ ଡଃ ଭର୍ତ୍ତୃହରି ମହତାବ, ଲୋକସଭା ସଚିବାଳୟର ପ୍ରାକ୍ତନ ଯୁଗ୍ମ ସଚିବ ଡଃ. ରୂପ ନାରାୟଣ ଦାସ ଏବଂ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ସଂସଦୀୟ ପରମ୍ପରାରେ ବିଭିନ୍ନ କମିଟିର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଆଇନ ପ୍ରଣୟନ, ପ୍ରଶାସନିକ କାର୍ଯ୍ୟର ନିରୀକ୍ଷଣ ଓ ଅନୁଧ୍ୟାନ କରି ସରକାରଙ୍କୁ ପରାମର୍ଶ, ବଜେଟ ଅନୁଯାୟୀ ଖର୍ଚ୍ଚ ତଦାରଖ,  ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଏବଂ କାର୍ଯ୍ୟପାଳିକାଙ୍କର ଉତ୍ତରଦାୟିତ୍ୱ ଉପରେ ସାଂସଦ ଡଃ ମହତାବ ଆଲୋକପାତ କରିଥିଲେ  । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ଲୋକସଭା ସଚିବାଳୟର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ଦୀପକ ଗୋସାଇଁ ଯୋଗ ଦେଇ ବିଧେୟକ ଓ ବଜେଟ ପ୍ରକ୍ରିୟା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସରକାରୀ ମୁଖ୍ୟସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   17-Nov-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   16-Nov-2026
  ଜିଲ୍ଲା  
CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   16-Nov-2026
  ଜିଲ୍ଲା  
୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    16-Nov-2026
  ଜିଲ୍ଲା  
କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   16-Nov-2026
  ଜିଲ୍ଲା  
ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   16-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ   16-Nov-2026
  ଜିଲ୍ଲା  
*ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   16-Nov-2026
  ଜିଲ୍ଲା  
ବରପାଳି ଯାଦବ ସମାଜର ମହାନତା   16-Nov-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   16-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   16-Nov-2026
  ଜିଲ୍ଲା  
*କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   16-Nov-2026

You Might Also Like