-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
16-Nov-2026
ବରପାଲି,୧୬|୧୧ (ସୁଦାମ ଦୀପ): ବରପାଲି ଯାଦବ ସମାଜ ପକ୍ଷରୁ ଜଣେ ଅସହାୟ ବୃଦ୍ଧାଙ୍କ ମୃତ କାର୍ଯ୍ୟକ୍ରମ ହାତକୁ ନେଇ ଏକ ଉଦାହରଣ ସାଜିଛନ୍ତି। ଗତ ନଭେମ୍ବର ୬ତାରିଖ ଦିନ ମୃତ୍ୟୁ ହୋଇଥିବା ବେଳେ ଯାଦବ ସଭାପତି ଖାଡିଆ ବଗର୍ତିଙ୍କ ସହ ସମାଜ ର ସଦସ୍ୟ ସଦସ୍ୟାଗଣ ପହଞ୍ଚି ବୃଦ୍ଧାଙ୍କ ସବ ସତ୍କାର କରିବା ସହ ପବିତ୍ର ନୃସିଂହ ନାଥ ପିଠରେ ଅସ୍ତି ବିସର୍ଜନ କରିଥିଲେ। ସମାଜ ପକ୍ଷରୁ ସ୍ତାନୀୟ ଯାଦବ କଲ୍ୟାଣ ମଣ୍ଡପ ପପରିସରରେ ଶୁଦ୍ଧି କ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷିରେ ସମାଜର ମହିଳା ମାନଙ୍କୁ ନେଇ ସଭାପତି ଖାଡିଆ ବଗର୍ତି ଙ୍କ ନେତୃତ୍ୱରେ ମହିଳା କମିଟି ଗଠନ କରାଯାଇଥିଲା। ନୁତନ ମହିଳା କମିଟିରେ ସଭାପତି ଭାବେ ରେବତୀ ଭୋଇ, ସମ୍ପାଦକ ରୁବି ବଗର୍ତି, ଉପ ସଭାପତି ସଞ୍ଜିତା କାଣ୍ଡ, ଘନକେଶୀ ମହାକୁଡ଼, ସହ ସମ୍ପାଦକ ସୁଷମା ଜାଲ, କୋଷାଧକ୍ଷ ପିଙ୍କି ଜାଲ କାର୍ଯ୍ୟ କାରୀ ସଭ୍ୟ ଲଷ୍ମୀ ଜୁଆଡି, ଡାଲିମ୍ବ ବାଗ, ସମାରୀ ବାଙ୍କ, ବାସନ୍ତି ବାଗ, ମିନା ବାଗ, ଶାନ୍ତି ଜାଲ ବନିତା ଭୋଇ, ଦେବକୀ କାଣ୍ଡ ଓ ସୁଧା ବିଶି ମନୋନୀତ ହୋଇଥିଲେ। ଶୁଦ୍ଧି କ୍ରିୟା କୁ ବ୍ଲକ ସଭାପତି ମନଫୁଲ ଭୋଇ ତଥା ସମସ୍ତ କର୍ମକର୍ତା ମାନେ ସହଯୋଗ କରିଥିଲେ। ଶେଷରେ ଧୀରେନ୍ଦ୍ର ଭୋଇ (ଟୁନା ) ଧନ୍ୟବାଦ ଅର୍ପଣ କରିଥିଲେ।