-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
16-Nov-2026
ଡାବୁଗାଁ:(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଠାରୁ ମାତ୍ର ଏକ କିଲୋମିଟର ଦୂର ମୈଦଲପୁର ଯିବା ରାସ୍ତାରେ ଆବିର୍ଭାବ ହୋଇଥିବା ଦେବାଦିଦେବ ମହାଦେବ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗଙ୍କୁ ଦର୍ଶନ କରିବା ପାଇଁ ଆଜି କାର୍ତ୍ତିକ ସୋମବାରରେ ଶତାଧିକ ଭକ୍ତଙ୍କ ଭିଡ଼ ଜମିଥିଲା।ପ୍ରତିଦିନ ଶତାଧିକ ଶିବଭକ୍ତ ଏହି ସ୍ଥାନକୁ ଆସୁଥିବା ବେଳେ ଆଜି କାର୍ତ୍ତିକ ସୋମବାର ହୋଇଥିବାରୁ ଭିଡ଼ ଆହୁରି ବଢ଼ିଥିଲା। ଦିନ ତମାମ ଏହି ପବିତ୍ର ସ୍ଥାନରେ ଗହଳି ଚହଳି ଲାଗି ରହିଥିଲା।ଆଗାମୀ ପଞ୍ଚୁକ ପାଇଁ ଆହୁରି ଅଧିକ ଭକ୍ତ ଆସିବେ ବୋଲି ଆଶା କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।