-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
16-Nov-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁରର ଅବହେଳିତ ନୂତନ ପିଢ଼ିର ଯୁବ କ୍ରିକେଟ ଖେଳାଳି ମାନଙ୍କ ଖେଳ ନୈପୁଣ୍ୟ ର ବିକାଶ ପାଇଁ ବିଗତ ଦୁଇ ବର୍ଷ ଧରି ସୋନପୁର ୟୁନିଟି ସ୍ପୋର୍ଟିଂ ଆନୁକୂଲ୍ୟରେ Dr ଭୀମରାଓ ଆମ୍ବେଦକର ଙ୍କ ସମ୍ମାନ ଉଦେଶ୍ୟରେ ଶ୍ରୀ ରାମେଶ୍ବର ଷ୍ଟାଡିଅମ୍ ଠାରେ ୟୁନିଟି ସ୍ପୋଟିଂ ପକ୍ଷରୁ ୨୦/୨୦ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅୟୋଜନ କରାଯାଇ ଥିଲା l ଚଳିତ ବର୍ଷ ନଭେମ୍ବର 11 ତାରିଖ ରୁ 15 ତାରିଖ 5 ଦିନ ବ୍ୟାପି ପ୍ରତିଦିନ ଦୁଇଟି ମ୍ୟାଚ ଅନୁଷ୍ଟିତ ହୋଇ 15ତାରିଖ ଫାଇନାଲ ରେ ୱେଷ୍ଟର୍ନ ବଲାଙ୍ଗୀର ଓ ପାଟଣାଗଡ ଦଳ ମଧ୍ୟରେ ଅନୁଷ୍ଟିତ ମ୍ୟାଚ ଟୁର୍ନାମେଣ୍ଟ ର ଉତ୍କର୍ଷ ଖେଳ ପ୍ରଦର୍ଶନ ହୋଈ ଥିଲା l ଗତ କାଲି ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ରେ ପାଟଣାଗଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ୧୦ ୱିକେଟ୍ ହରାଇ ବଲାଙ୍ଗିର ଦଳ କୁ ୧୨୫ ରନ ଟାର୍ଗେଟ ଦେଇଥିଲା l ଦଳ ପକ୍ଷରୁ ରାହୁଲ କୁମାର ୨୭ ବଲ୍ ରେ ୨୭ ରନ୍ ଓ କୁନାଲ ପଣ୍ତା ୨୭ ବଲ ରେ ୪୧ ରନ ସଂଗ୍ରହ କରିଥିଲେ l ପ୍ରତି ଉତ୍ତର ରେ ୧୯ ଓଭର ରେ ୫ ୱିକେଟ୍ ହରାଇ ବଲାଙ୍ଗିର ଦଳ ଏହି ଟାର୍ଗେଟ କୁ ସହଜ ରେ ପୁରା କରି ୨୦୨୬ ର ଜୟ ଭୀମ କ୍ରିକେଟ୍ ଟର୍ଣ୍ଣl ମେଣ୍ଟ ର ବିଜେତା ଟ୍ରଫି ହାସଲ କରିଥିଲେ l ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ , IAS , ସମ୍ମାନିତ ଅତିଥି ଭାବରେ ଏ ଡି ଏମ ଶ୍ରୀ ଅନିରୁଦ୍ଧ ପ୍ରଧାନ, ରାଜ୍ୟ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, କର୍ମଯୋଗୀ ଗୋଵିନ୍ଦ ମହାରଣା, ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ସମାଜ ସେବୀ ଶ୍ରୀକାନ୍ତ ମିଶ୍ର ଯୋଗ ଦେଇ ଖେଳାଳି ଙ୍କ ପରିଚୟ ପ୍ରଦାନ ଓ ପୁରସ୍କାର ପ୍ରଦାନ କରିଥିଲେ l ଉପ ବିଜେତା ଦଳ ର କୁନାଲ ପଣ୍ତା ସର୍ବ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ଭାବେ ପୁରଷ୍କୃତ ହୋଇଥିବା ବେଳେ ସୁଶାନ୍ତ ପଟେଲ ବେଷ୍ଟ ବୋଲର ଓ ବାବୁଲୁ ସେଠି ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ l କ୍ଳବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l