-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
16-Nov-2026
-
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ ଅଫିସ ମିନି କନ୍ ଫରେନ୍ସ ହଲ୍ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏହି ଅବସର ରେ ସୋନପୁର ଉପ ଜିଲ୍ଲାପାଳ ଡଃ ସୌମ୍ୟ ରୁପା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ସାମ୍ୱାଦିକ ପରିବାର ଙ୍କ ସୁରକ୍ଷା ଓ ଚିକିତ୍ସା ବିଷୟ , ପ୍ରଶାସନିକ କାର୍ଯ୍ୟ ରେ ସହଭାଗିତା ଇତ୍ୟାଦି ସଂଘ ର ୧୭ ବର୍ଷ ର ସାମଜିକ କାର୍ଯ୍ଯ କୁ ଖୁବ୍ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସଂଘ ର ଉପଦେଷ୍ଟା ପବିତ୍ର ମୋହନ ପାଣ୍ଡିଆ, ପର୍ଶୁରାମ ମିଶ୍ର, ମାନ ଭଞ୍ଜନ ମିଶ୍ର, ରାଜ କିଶୋର ତ୍ରିପାଠୀ ଯୋଗ ଦେଇ ଏ ସଂଘ ର ସେବା କାର୍ଯ୍ଯ ଓ ସମସ୍ତ କାର୍ଯ୍ଯ କଳାପ ଯୋଗୁଁ ରାଜ୍ୟ ରେ ସବୁବେଳେ ୧ /୨ ସ୍ଥାନ ରେ ରହି ଜିଲ୍ଲା ର ସୁନାମ ଅର୍ଜନ କରିଛି ବୋଲି କହିଥିଲେ l ସଂଘ ସଭାପତି ମନୋରଞ୍ଜନ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ରଖି ଥିବା ବେଳେ ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର ସଭା ସଂଯୋଜନା କରିଥିଲେ l ସଂପାଦକ ମହାଦେବ ମଲ୍ଲିକ ଧନ୍ଯବାଦ ଅର୍ପଣ କରିଥିଲେ l ବିନିକା, ଡୁଙ୍ଗୁରୀ ପାଲି, ତରଭା, ସୋନପୁର ଅଞ୍ଚଳ ର ସମସ୍ତ ସଦସ୍ୟ ଯୋଗ ଦେଇ ନିଜ ନିଜ ର ମତ ରଖି ଥିଲେ l