-+91-9937148622 |

prerana_bgr@rediffmail.com |

  Tuesday 17th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||      ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   (16-Nov-2026)       ||      CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   (16-Nov-2026)       ||      ୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    (16-Nov-2026)       ||      କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   (16-Nov-2026)       ||      ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ    (16-Nov-2026)       ||      *ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   (16-Nov-2026)       ||      ବରପାଳି ଯାଦବ ସମାଜର ମହାନତା   (16-Nov-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   (16-Nov-2026)       ||      *ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   (16-Nov-2026)       ||      *କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   (16-Nov-2026)       ||      କୋକସରା ରେ କେ ଜେ ୟୁ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ   (16-Nov-2026)       ||      ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର    (16-Nov-2026)       ||      *ଡାବୁଗାଁ ଠାରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ♦️ -ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ   (16-Nov-2026)       ||      ୧୮ରୁ୨୦ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ   (16-Nov-2026)       ||      ରୟାଲ ଏକାଡେମୀର ବାର୍ଷିକ କ୍ରୀଡା   (16-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (16-Nov-2026)       ||      ବରିଷ୍ଠ ନାଗରିକ ସଂଘ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ    (16-Nov-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ♦️ -ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ

16-Nov-2026



ଝାରସୁଗୁଡ଼ା(ପ୍ରେରଣା ଖବର): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରେସ୍ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମଠାରେ ଜିଲ୍ଲା ସ୍ତରୀୟ ‘ଜାତୀୟ ପ୍ରେସ୍ ଦିବସ - ୨୦୨୬’ ମହାସମାରୋହରେ ପାଳିତ ହୋଇ ଯାଇଛି। ଚଳିତ ବର୍ଷର ବାର୍ତ୍ତା “ସାମ୍ବାଦିକତା: ଲୋକପ୍ରିୟତା / କର୍ତ୍ତବ୍ୟବୋଧ” ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ସାମ୍ପ୍ରତିକ ସମୟରେ ଚାଞ୍ଚଲ୍ୟକର ଖବର ପରିବେଷଣ ଅପେକ୍ଷା ତଥ୍ୟଭିତ୍ତିକ, ବିଶ୍ୱସନୀୟ ଏବଂ ଦାୟିତ୍ୱବୋଧକ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ଦିଲୀପ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ, ଜିଲ୍ଲା ପ୍ରେସ୍ କ୍ଲବ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଡ. ସ୍ଵର୍ଣ୍ଣମୟୀ ପୁରୋହିତ ଏବଂ ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଯୁକ୍ତ ବାଳଗୋବିନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଭାର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଏହି ସଭାରେ ମତବ୍ୟକ୍ତ କରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ କହିଥିଲେ ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକମାନେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ମଜବୁତ ସେତୁ ପରି କାର୍ଯ୍ୟ କରୁଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ଦିଲୀପ କୁମାର ପ୍ରଧାନ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ଡିଜିଟାଲ୍ ଯୁଗରେ ଖବରର ଦ୍ରୁତ ପ୍ରସାରଣ ମଧ୍ୟରେ ସତ୍ୟତା ଓ ବିଶ୍ୱସନୀୟତା ବଜାୟ ରଖିବା ହିଁ ଜଣେ ପ୍ରକୃତ ସାମ୍ବାଦିକର ପରିଚୟ। ଜିଲ୍ଲା ପ୍ରେସ୍ କ୍ଲବ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି କହିଥିଲେ ଯେ, କ୍ଷଣସ୍ଥାୟୀ ଲୋକପ୍ରିୟତା କିମ୍ବା ଚାଞ୍ଚଲ୍ୟକର ଖବର ପଛରେ ନଧାଇଁ ସାମ୍ବାଦିକମାନେ ନିଜର ସାମାଜିକ

କୃତୀ ଛାତ୍ରଛାତ୍ରୀ ପୁରସ୍କୃତ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ

କର୍ତ୍ତବ୍ୟବୋଧକୁ ସର୍ବଦା ଅଗ୍ରାଧିକାର ଦେବା ଉଚିତ। ଅନ୍ୟତମ ଅତିଥି ତଥା କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଡ. ସ୍ଵର୍ଣ୍ଣମୟୀ ପୁରୋହିତ ତୃଣମୂଳ ସ୍ତରର ବିକାଶମୂଳକ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ସକାରାତ୍ମକ ଭୂମିକାକୁ ପ୍ରଶଂସା କରିଥିବା ବେଳେ ସାମ୍ବାଦିକମାନଙ୍କର ନିର୍ଭୀକ ଓ ନିରପେକ୍ଷ କଲମ ଚାଳନା ସମାଜକୁ ସଠିକ୍ ଦିଗଦର୍ଶନ ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଆଲୋଚନାଚକ୍ରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରୁ ସାମ୍ବାଦିକ ଅଜୟ କୁମାର ଶର୍ମା, ଜୀବନ କୁମାର ମହାନ୍ତି, ମହେନ୍ଦ୍ର କୁମାର ସାଏ, ଭୂପାଳ ଚନ୍ଦ୍ର ବେହେରା, ଓୟୁଜେ ସଭାପତି, ଉମାକାନ୍ତ ପଣ୍ଡା ଏବଂ ପ୍ୟାରେଲାଲ ଶ୍ରୀବାସ୍ତବ ପ୍ରମୁଖ ଅଂଶଗ୍ରହଣ କରି ସାମ୍ବାଦିକତାର ଆହ୍ୱାନ ଓ ଦାୟିତ୍ୱବୋଧ ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏଥିସହ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଛାତ୍ରୀ ମାମିନା ମିଞ୍ଜ ମଞ୍ଚ ସମ୍ମୁଖରେ ସାମ୍ବାଦିକତାର ଭୂମିକା ଉପରେ ନିଜର ଅଭିଭାଷଣ ରଖିଥିଲେ। ସଭାରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ

ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ‘ସଏଲତା ଡ୍ୟାନ୍ସ ଏକାଡେମୀ’ର ସ୍ୱେଜଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ କୁନିକୁନି କଳାକାରମାନେ ମନୋମୁଗ୍ଧକର ସମ୍ବଲପୁରୀ, ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ବେହେରାମାଲ ଆଶ୍ରମ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ଆଦିବାସୀ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହି ଅବସରରେ କଳାକାରମାନଙ୍କୁ ଉତ୍ତରୀୟ, ପୁଷ୍ପଚାରା ଏବଂ ମୋମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନିହାଲ୍ ଭୋଇ, ମନବୋଧ ବଗର୍ତ୍ତି, ରବିନ୍ଦ୍ର ନିଆଲ, ସୁନୀତା ଗନ୍ଧା, ଜଗନ୍ନାଥ ରାଉତ ଏବଂ ରାମଚନ୍ଦ୍ର ବଇଠା, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   17-Nov-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   16-Nov-2026
  ଜିଲ୍ଲା  
CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   16-Nov-2026
  ଜିଲ୍ଲା  
୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    16-Nov-2026
  ଜିଲ୍ଲା  
କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   16-Nov-2026
  ଜିଲ୍ଲା  
ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   16-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ   16-Nov-2026
  ଜିଲ୍ଲା  
*ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   16-Nov-2026
  ଜିଲ୍ଲା  
ବରପାଳି ଯାଦବ ସମାଜର ମହାନତା   16-Nov-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   16-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   16-Nov-2026
  ଜିଲ୍ଲା  
*କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   16-Nov-2026

You Might Also Like