-+91-9937148622 |

prerana_bgr@rediffmail.com |

  Tuesday 17th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||      ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   (16-Nov-2026)       ||      CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   (16-Nov-2026)       ||      ୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    (16-Nov-2026)       ||      କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   (16-Nov-2026)       ||      ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ    (16-Nov-2026)       ||      *ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   (16-Nov-2026)       ||      ବରପାଳି ଯାଦବ ସମାଜର ମହାନତା   (16-Nov-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   (16-Nov-2026)       ||      *ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   (16-Nov-2026)       ||      *କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   (16-Nov-2026)       ||      କୋକସରା ରେ କେ ଜେ ୟୁ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ   (16-Nov-2026)       ||      ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର    (16-Nov-2026)       ||      *ଡାବୁଗାଁ ଠାରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ♦️ -ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ   (16-Nov-2026)       ||      ୧୮ରୁ୨୦ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ   (16-Nov-2026)       ||      ରୟାଲ ଏକାଡେମୀର ବାର୍ଷିକ କ୍ରୀଡା   (16-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (16-Nov-2026)       ||      ବରିଷ୍ଠ ନାଗରିକ ସଂଘ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ    (16-Nov-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ

16-Nov-2026



ବଲାଙ୍ଗୀର(ପ୍ରେରଣା ଖବର): ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ ମତ ରଖିଛନ୍ତି ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର । ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନରେ ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୬ ପାଳିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ଉପ-ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହିସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା ଏବଂ ସ୍ୱତନ୍ତ୍ର ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରମୋଦ କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ  ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ଯୋଗଦାନ କରିଥିଲେ।

ଅତିଥିମାନଙ୍କ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ଏବଂ ସାମ୍ବାଦିକ ସଂଘର ସଂପାଦକ ଦୀପକ ପୁରୋହିତ ମଧ୍ୟ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ଶ୍ରୀ ପୁରୋହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । 

ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ଚତୁର୍ଥ ସ୍ତମ୍ଭ ‘ଗଣମାଧ୍ୟମ’ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଦାୟିତ୍ୱସମ୍ପନ୍ନ ଭୂମିକା ବହନ କରିଆସିଛି ବୋଲି ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ଇସଲୱାର ମତପ୍ରକାଶ କରିଥିଲେ। ରାଷ୍ଟ୍ରର ସାମୂହିକ ସମୃଦ୍ଧି, ସ୍ୱଚ୍ଛତା ଏବଂ ଜନକଲ୍ୟାଣ କ୍ଷେତ୍ରରେ ଗଣମାଧ୍ୟମ ସର୍ବଦା ସଫଳ ଯୋଗଦାନ ଦେଇଆସିଛି ବୋଲି ସେ କହିବା ସହ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକତା ଏବଂ ଏହାର କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ ଏହି ପ୍ରକ୍ରିୟାରେ ଗଣମାଧ୍ୟମ ହେଉଛି ମୂଳ ଅଙ୍ଗ । ସେହିକ୍ରମରେ ବଲାଙ୍ଗିର ସାମ୍ବାଦିକତା

କ୍ଷେତ୍ର ନିଜର ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ବଳରେ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଯାହାକି ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।ସାମ୍ବାଦିକତା କ୍ଷେତ୍ରରେ କର୍ତ୍ତବ୍ୟବୋଧ ବଳିଷ୍ଠ ହେଲେ ଲୋକପ୍ରିୟତା ଆପେ ଆପେ ଆସେ । ଲୋକପ୍ରିୟତା ଅପେକ୍ଷା କର୍ତ୍ତବ୍ୟବୋଧ ପ୍ରତି ସାମ୍ବାଦିକମାନେ ଅଧିକ ଯତ୍ନବାନ ହେଲେ ସମାଜର ପ୍ରକୃତ ଉନ୍ନତି ସାଧନ ହୋଇପାରିବ ବୋଲି ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହାସହ ସମାରୋହର ଉଦ୍ଦେଶ୍ୟ ଏବଂ ଚଳିତ ବର୍ଷର ମୁଖ୍ୟ ପ୍ରସଙ୍ଗ ‘ସାମ୍ବାଦିକ: ଲୋକପ୍ରିୟତାବନାମ କର୍ତ୍ତବ୍ୟବୋଧ’ ଉପରେ ସେମାନେ ନିଜର ଗୁରୁତ୍ୱପୂର୍ଣ୍ଣ ଅଭିମତ ରଖିଥିଲେ । 

ସଭାକୁ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଶରତ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସମାରୋହରେ ଜିଲ୍ଲା ସାମ୍ବାଦିକ ସଂଘର ସଭ୍ୟସଭ୍ୟା, ଜିଲ୍ଲା ପ୍ରେସ୍ କ୍ଲବ୍‌ର ସଦସ୍ୟ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାର୍ଯ୍ୟରତ ସାମ୍ବାଦିକ ତଥା ବୁଦ୍ଧିଜୀବୀମାନେ ଏବଂ ମହିଳା ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   17-Nov-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   16-Nov-2026
  ଜିଲ୍ଲା  
CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   16-Nov-2026
  ଜିଲ୍ଲା  
୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    16-Nov-2026
  ଜିଲ୍ଲା  
କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   16-Nov-2026
  ଜିଲ୍ଲା  
ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   16-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ   16-Nov-2026
  ଜିଲ୍ଲା  
*ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   16-Nov-2026
  ଜିଲ୍ଲା  
ବରପାଳି ଯାଦବ ସମାଜର ମହାନତା   16-Nov-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   16-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   16-Nov-2026
  ଜିଲ୍ଲା  
*କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   16-Nov-2026

You Might Also Like