-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
16-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଚଳିତ ମାସ ୧୮ତାରିଖରୁ ୨୦ତାରିଖ ୩ଦିନ ଧରି ଅନୁଷ୍ଟିତ ହେବ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ।ଏଥିପାଇଁ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟି ସଭାପତି ଅଶୋକ ପୃଷ୍ଟି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ଵର ଓ ମାଁ ଚରଦେଇ ପୀଠରେ କାର୍ତ୍ତିକ ମାସରେ ଦଶମୀ/କଲାସୀ ଯାତ୍ରା କେଉଁ ଆବାହନ କାଳରୁ ପାଳିତ ହୋଇ ଆସୁଛି।ପ୍ରଭୁ ଶିବସମ୍ଭୁ ଓ ମା ଚରଦେଇଙ୍କ ଦର୍ଶନ ନିମନ୍ତେ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମେ ।ଏହି ଅବସରରେ ସମସ୍ତଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଛି ।ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ,ଦର୍ଶକ ଏବଂ ଅଞ୍ଚଳର କଳା ପ୍ରତିଭା ମାନଙ୍କ ପାଇଁ ଦୀର୍ଘ ୪ବର୍ଷ ହେଲା ଆୟୋଜନ ହୋଇ ଆସୁଛି ମାଁ ଚରଦେଇ ଲୋକ ମହୋତ୍ସବ। ଆସନ୍ତା ୧୮ ତାରିଖ ଏହି ମହୋତ୍ସବର ଉଦଘାଟନ ଉତ୍ସବକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ ସିଂ ଉଦ୍ଘାଟନ କରିବେ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ସେହିପରି ୧୯ତାରିଖ ସନ୍ଧ୍ୟାରେ ନୟାଗଡ଼ର ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ,ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା,ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ସମେତ ବିଭିନ୍ନ ଦଳର ରାଜନେତା ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଦଜାପନି ଉତ୍ସବରେ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ,ବୀରମହାରାଜପୁର ବିଧାୟକ ଇଁ ରଘୁନାଥ ଜଗଦଳା,ସାଂସଦ ପ୍ରତିନିଧି ସାନନ୍ଦ ମେହେରଙ୍କ ସମେତ ବିଜେପି ଦଳର ରାଜନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବକୁ ଆକୃଷ୍ଟ କରିବା ନେଇ ପ୍ରତିଦିନ ସନ୍ଧ୍ୟାରେ ମଞ୍ଚ ପେଣ୍ଡାଳରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର ମାନଙ୍କ ପ୍ରତିଭା ପ୍ରଦର୍ଶନ ହେବ ବୋଲି କମିଟି ସଭାପତି ଶ୍ରୀ ପୃଷ୍ଟି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।ଅନୁଷ୍ଟିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟି କୋଷାଧ୍ୟକ୍ଷ ବିକାଶ ଭୋଇ,ସତ୍ୟ ବଡମାଲି ମଞ୍ଚାସିନ ଥିଲେ।