-+91-9937148622 |

prerana_bgr@rediffmail.com |

  Tuesday 17th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||      ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   (16-Nov-2026)       ||      CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   (16-Nov-2026)       ||      ୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    (16-Nov-2026)       ||      କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   (16-Nov-2026)       ||      ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ    (16-Nov-2026)       ||      *ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   (16-Nov-2026)       ||      ବରପାଳି ଯାଦବ ସମାଜର ମହାନତା   (16-Nov-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   (16-Nov-2026)       ||      *ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   (16-Nov-2026)       ||      *କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   (16-Nov-2026)       ||      କୋକସରା ରେ କେ ଜେ ୟୁ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ   (16-Nov-2026)       ||      ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର    (16-Nov-2026)       ||      *ଡାବୁଗାଁ ଠାରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ♦️ -ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ   (16-Nov-2026)       ||      ୧୮ରୁ୨୦ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ   (16-Nov-2026)       ||      ରୟାଲ ଏକାଡେମୀର ବାର୍ଷିକ କ୍ରୀଡା   (16-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (16-Nov-2026)       ||      ବରିଷ୍ଠ ନାଗରିକ ସଂଘ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ    (16-Nov-2026)       ||     

HOME   ଜିଲ୍ଲା

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି

16-Nov-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର): ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଉତ୍ତମ ନାଗରିକ ସଂସ୍କୃତି ନିର୍ମାଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ କେବଳ ପାଠକବୃଦ୍ଧି ପଛରେ ନ ଧାଇଁ ନିରପେକ୍ଷ, ସତ୍ୟ ଓ ନିର୍ଭୀକ ଖବର ପ୍ରସାରଣ କରି ନିଜର ନୈତିକ ଦାୟିତ୍ୱ ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଲୋକପ୍ରିୟତା ଅର୍ଜନ ପାଇଁ ଅନେକ ସମୟରେ ଭ୍ରମାତ୍ମକ ଖବର ପ୍ରସାରିତ ହେଉଥିବାରୁ ପ୍ରେସ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସାମାଜିକ ଗଣମାଧ୍ୟମର ଶସ୍ତା ଲୋକପ୍ରିୟତା ପଛରେ ନ ଧାଇଁ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ପ୍ରତନିଧି ପ୍ରତ୍ୟେକ ଖବରର ସତ୍ୟତା ଯାଞ୍ଚ କରି ଲୋକଲୋଚନକୁ ଆଣିବା ବିଧେୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । 

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ସାମ୍ବାଦିକ ଦାୟିତ୍ୱବାନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିବାର ଆବଶ୍ୟକତା ରହିଛି । ସବୁ ସମୟରେ ନିଜକୁ ନିୟନ୍ତ୍ରିତ ଓ କଠୋର ଅନୁଶାସନ ମଧ୍ୟରେ ଜଣେ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟ କଲେ ଏହାର ପ୍ରଭାବ ଚିରସ୍ଥାୟୀ ରହିଥାଏ ବୋଲି ସେ ମତ ପ୍ରକାଶ କରିବା ସହ ଦେଶ ଓ ଜାତି ନିର୍ମାଣରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ଆଲୋକପାତ କରି ସେ କାମଳ ସାମ୍ବାଦିକତାରୁ ଊଦ୍ଧ୍ୱର୍କୁ ଯାଇ ସାମ୍ବାଦିକମାନେ ସାମାଜିକ ପ୍ରତିବଦ୍ଧତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । 

 

ମୁଖ୍ୟବକ୍ତା ଭାବେ ଯୋଗଦେଇ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଲେ ଯେ ଖବର ପ୍ରସାରଣ ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଏବଂ ସମ୍ବେଦନଶୀଳ ଖବର ପ୍ରସାରଣ ବେଳେ ଅଧିକ ଦାୟିତ୍ୱବାନ ହେବା ପ୍ରତ୍ୟେକ ସାମ୍ବାଦିକର ଆଭିମୁଖ୍ୟ ହେବା ଉଚିତ । ବିଭିନ୍ନ ଆଲେଖ୍ୟ ଉପସ୍ଥାପନ କରି ମୌଳିକ ଦାର୍ଶନିକ ଧାରଣାରୁ ଜୀବନ ଓ ସ୍ୱାଧୀନତା ସଂପର୍କରେ ମତ ରଖି ଦାୟିତ୍ୱବାନ ସାମ୍ବାଦିକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ବିଶ୍ୱାଳ ପୌରୋହିତ୍ୟ କରି କହିଥିଲେ ଯେ ଯୁଗ ସହ ତାଳଦେଇ ସମ୍ବାଦ ପରିବେଷଣର ପରିବର୍ତ୍ତନ ହେଉଛି । କିନ୍ତୁ ସାମ୍ବାଦିକତାର ମୌଳିକତାରେ କୌଣସି ପରିବର୍ତ୍ତନ ଆସିନାହିଁ । ବର୍ତ୍ତମାନର ଯୁବଗୋଷ୍ଠୀ ଓ ସାମାଜିକ ଗଣମାଧ୍ୟମର ବ୍ୟବହାର ସାମ୍ବାଦିକତାର ପରିଭାଷାକୁ ପରିବର୍ତ୍ତନ କରିଥିଲେ ସୁଦ୍ଧା ସମ୍ବାଦ ପରିବେଷଣର ମୌଳିକତା ଅକ୍ଷୁଣ୍ଣ ରଖିବାରେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ସେ କହିଥିଲେ । 

 

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, ‘ପେପରମ୍ୟାନ୍‌ ଇଣ୍ଡିଆ’ଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି । ଏଥିରେ ବିଭିନ୍ନ ପତ୍ରପତ୍ରିକା, ବିଦେଶୀ ଖବରକାଗଜ, ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ସମେତ ପ୍ରାୟ ଏକ ହଜାରଟି ଖବରକାଗଜ ଓ ପତ୍ରପତ୍ରିକା ସ୍ଥାନିତ ହୋଇଛି । 

ନିର୍ଦ୍ଦେଶକ (ବୈଷୟିକ) ଶ୍ରୀମତୀ ସ୍ମିତା କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଜାମ୍ବର ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀ, ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   17-Nov-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   16-Nov-2026
  ଜିଲ୍ଲା  
CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   16-Nov-2026
  ଜିଲ୍ଲା  
୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    16-Nov-2026
  ଜିଲ୍ଲା  
କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   16-Nov-2026
  ଜିଲ୍ଲା  
ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   16-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ   16-Nov-2026
  ଜିଲ୍ଲା  
*ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   16-Nov-2026
  ଜିଲ୍ଲା  
ବରପାଳି ଯାଦବ ସମାଜର ମହାନତା   16-Nov-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   16-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   16-Nov-2026
  ଜିଲ୍ଲା  
*କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   16-Nov-2026

You Might Also Like