-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
17-Nov-2026
ବରପାଲି, ତା ୧୭-୧୧ (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ନିକଟସ୍ଥ କୁମ୍ଭାରୀ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ବ୍ରଜେଶ୍ଵରୀ ଦେବୀ ଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ କାର୍ତ୍ତିକ ଶୁକ୍ଳ ପକ୍ଷ ସପ୍ତମୀ ରେ ଦେବୀ ଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ । ଏହି ଅବସର ରେ ସୋମବାର ୧୧ଘଣ୍ଟା ସମୟରେ ପୂଜାରମ୍ଭ ୧୨.୩୦ ମିନିଟ ରେ ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା।ସ୍ନାନ ଉତ୍ସବ ରେ ଗ୍ରାମର ଝିଅ ଭଉଣୀ ଏବଂ ପରିବାର ଲୋକ ଯେଉଁଠାରେ ଯେ ଥିଲେ ମଧ୍ୟ ଗ୍ରାମକୁ ଆସିଥାନ୍ତି। ମାଁ ଙ୍କ ଦର୍ଶନ ପାଇଁ ବାହାର ଜିଲ୍ଲା ସହିତ ପାଖ ଆଖ ଗ୍ରାମାଞ୍ଚଳର ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ମାନେ ଦର୍ଶନ କରି ଆସିଥାନ୍ତି। ମାଁ ଙ୍କ ଏହି ଦିନ ଦର୍ଶନ କଲେ ଲାଭପ୍ରଦ ହୋଇଥାଏ ବୋଲି ଏତିହ୍ୟ ଅଛି ବୋଲି ଭକ୍ତ ମାନେ କହିଥାନ୍ତି । ପରେ ପରେ ବ୍ରଜେଶ୍ୱରି ନାଟ୍ୟ ସାଂସଦ କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।