-+91-9937148622 |

prerana_bgr@rediffmail.com |

  Wednesday 18th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (17-Nov-2026)       ||      ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   (17-Nov-2026)       ||      ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   (17-Nov-2026)       ||      ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   (17-Nov-2026)       ||      ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   (17-Nov-2026)       ||      ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   (17-Nov-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   (17-Nov-2026)       ||      *କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   (17-Nov-2026)       ||      କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   (17-Nov-2026)       ||      Three Novels by Malaya Mishra Hit the Bookstores A Powerful Voice of Rebellion Against Conservative Ideologies and Outdated Values   (17-Nov-2026)       ||      ରେଶମ ଗ୍ରାମର କାର୍ତ୍ତିକ ସଂକ୍ରାନ୍ତି ଉତ୍ସବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଯୋଗଦାନ   (17-Nov-2026)       ||      ଆସନ୍ତା ନଭେମ୍ବର ୨୦ ରେ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ    (17-Nov-2026)       ||      *ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ଆଶୁତୋଷ ପଣ୍ଡା ଙ୍କ କୃତିତ୍ୱ*-   (17-Nov-2026)       ||      ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ମଧୁମେହ    (17-Nov-2026)       ||      କବ୍ଜା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ    (17-Nov-2026)       ||      ରାଜ୍ୟର ଅଗଣିତ ପାଠକ ପାଠିକାଙ୍କ ମନ ମୋହିବ କଥାକାର ମଳୟ ମିଶ୍ରଙ୍କ ସଦ୍ୟ ପ୍ରକାଶିତ ୩ ପୁସ୍ତକ♦️ ବିଦ୍ରୋହ  ଓ ଅଚଳ ମୂଲ୍ୟବୋଧ ବିରୁଦ୍ଧରେ ଶାଣିତ ସ୍ବର !   (17-Nov-2026)       ||      ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||     

HOME   ଜିଲ୍ଲା

ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ

17-Nov-2026



ବଲାଙ୍ଗୀର(ପ୍ରେରଣା ଖବର): ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ରୀମାନଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡା ଶିକ୍ଷା ଓ ସଫଳତାର ମନ୍ତ୍ର ପ୍ରଦାନ କରିବା ସହ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ଦିଗଦର୍ଶନ ଦେଇଥିଲେ । ଚଳିତ ଶିକ୍ଷାବର୍ଷରେ କିପରି ନିଜକୁ ସୁପରିକଳ୍ପିତ ଭାବରେ ପ୍ରସ୍ତୁତ କରିବେ,ପାଠପଢ଼ାରେ କିପରି ନିୟମିତତା ଓ ଶୃଙ୍ଖଳା ବଜାୟ ରଖିବେ,ସେ ସମ୍ପର୍କରେ ସେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ।କେବଳ ପାଠ୍ୟପୁସ୍ତକରେ ସୀମିତ ନରହି ମାନସିକ ଓ ଶାରୀରିକ ସ୍ତରରେ ମଧ୍ୟ ନିଜକୁ କିପରି ପ୍ରସ୍ତୁତ କରିବାକୁ ହେବ,ସେ ଦିଗରେ ଗୁରୁତ୍ୱ ଦେଇଥିଲେ।ପରୀକ୍ଷା ସମୟରେ ଆତ୍ମବିଶ୍ୱାସ, ଏକାଗ୍ରତା ଓ ଧୈର୍ଯ୍ୟ ରକ୍ଷା କରିବା ସହ ନିୟମିତ ଅଭ୍ୟାସ,

ସମୟର ସଠିକ୍ ଉପଯୋଗ, ପର୍ଯ୍ୟାପ୍ତ ବିଶ୍ରାମ ଓ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ।ପରୀକ୍ଷାକୁ ଭୟ ନକରି ଏକ ସୁଯୋଗ ଭାବରେ ଗ୍ରହଣ କରିବା ସହ ନିଜର ଲକ୍ଷ୍ୟ ପ୍ରତି ଦୃଢ଼ ସଂକଳ୍ପବଦ୍ଧ ହେବାକୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଶିକ୍ଷାବିତ୍ ଶ୍ରୀ ପଣ୍ଡା ଦଶମ ଶ୍ରେଣୀର ଇଂରାଜୀ ବ୍ୟାକରଣ ବିଷୟରେ ମଧ୍ୟ ଶିକ୍ଷାଦାନ କରିଥିଲେ। ବ୍ୟାକରଣର ବିଭିନ୍ନ ଦିଗକୁ ସରଳ ଓ ସହଜ ଉପାୟରେ ବୁଝାଇବା ସହ ଛାତ୍ରୀମାନଙ୍କୁ ଅଭ୍ୟାସ ମାଧ୍ୟମରେ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।ତାଙ୍କର ଏହି ମାର୍ଗଦର୍ଶନ ଛାତ୍ରୀମାନଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଆଗାମୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ହାସଲ ପାଇଁ ପ୍ରେରଣା ଯୋଗାଇଥିଲା।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା,ବରିଷ୍ଠ ଶିକ୍ଷୟତ୍ରୀ ନୂତନ ନାୟକ,ଶିକ୍ଷୟତ୍ରୀ ଦେବସ୍ମିତା ପାଣିଗ୍ରାହୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ   17-Nov-2026
  ଜିଲ୍ଲା  
ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   17-Nov-2026
  ଜିଲ୍ଲା  
ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   17-Nov-2026
  ଜିଲ୍ଲା  
ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   17-Nov-2026
  ଜିଲ୍ଲା  
ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   17-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   17-Nov-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   17-Nov-2026
  ଜିଲ୍ଲା  
*କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   17-Nov-2026
  ଜିଲ୍ଲା  
କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   17-Nov-2026

You Might Also Like