-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
18-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ପାଙ୍କେଲ କେନାଲ ରାସ୍ତା ମଝିରେ ଫିଲ୍ମ ଷ୍ଟାଇଲରେ ପ୍ରାୟ ପାଞ୍ଚ ରାଉଣ୍ଡ ଗୁଳିମାରି ଯୁବକଙ୍କୁ ବିଭତ୍ସ ହତ୍ୟା I ମୃତ ଯୁବକ ଜଣକ ହେଲେ ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁର ସୁଦାମ ସୁନା (35) ବୋଲି ଜଣାପଡିଛି I ମୃତ ସୁଦାମ ଗଜବନ୍ଧ ଛକରେ ଏକ ଛୋଟିଆ ଓଲଡିଂ ଦୋକାନ କରି ପରିବାର ଚଳାଉଥିଲା I ହେଲେ ଆଜି କୌଣସି କାରଣରୁ ସାଲେପାଲି ପାଙ୍କେଲ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ କେହି ଦୁର୍ବୁର୍ତ୍ତ ପ୍ରାୟ ପାଞ୍ଚ ରାଉଣ୍ଡ ଗୁଳିମାରି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ମାରିଛି I ଏପଟେ ଖବର ପାଇଁ ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ,ବରଗଡ଼ ଜିଲ୍ଲା ବରପାଲି ପୋଲିସ ଏବଂ ଡୁଙ୍ଗୁରିପାଲି ପୋଲିସ ପହଂଚି ଖୋକାକୁ ଜବତ କରି ତଦନ୍ତ ଚଳାଇଛି I ତେବେ ପୁର୍ବ ଶତ୍ରୁତା, ପ୍ରେମ ସମ୍ପର୍କ,ବ୍ୟବସାୟ, ଜମିବାଡ଼ି ବିବାଦ କି କେଉଁ କାରଣରୁ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ରହିଛି I