-+91-9937148622 |

prerana_bgr@rediffmail.com |

  Wednesday 18th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   (18-Nov-2026)       ||      ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   (18-Nov-2026)       ||      ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   (18-Nov-2026)       ||      ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (18-Nov-2026)       ||      ସମ୍ବିଧାନ ଦିବସ ଅବସରରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’♦️ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ   (18-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (18-Nov-2026)       ||      ନର୍ଲା ଡାକ ବଙ୍ଗଳା ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ   (17-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (17-Nov-2026)       ||      ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   (17-Nov-2026)       ||      ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   (17-Nov-2026)       ||      ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   (17-Nov-2026)       ||      ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   (17-Nov-2026)       ||      ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   (17-Nov-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   (17-Nov-2026)       ||      *କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   (17-Nov-2026)       ||      କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   (17-Nov-2026)       ||      Three Novels by Malaya Mishra Hit the Bookstores A Powerful Voice of Rebellion Against Conservative Ideologies and Outdated Values   (17-Nov-2026)       ||     

HOME   ଜିଲ୍ଲା

ସମ୍ବିଧାନ ଦିବସ ଅବସରରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’♦️ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ

18-Nov-2026



ଭୁବନେଶ୍ୱର (ପ୍ରେରଣା ଖବର): ଆସନ୍ତା ୨୫ ଓ ୨୬ ନଭେମ୍ବର ରାଜ୍ୟବ୍ୟାପୀ ବାତାବରଣ କଂଗ୍ରେସମୟ ହୋଇଯିବ। ଆସନ୍ତା ୨୬ ନଭେମ୍ବର ସମ୍ବିଧାନ ଦିବସକୁ ସମଗ୍ର ଦେଶରେ ‘ସମ୍ବିଧାନ ରକ୍ଷା ଦିବସ’ ଭାବେ ପାଳନ କରିବାକୁ ଏଆଇସିସିର ନିଷ୍ପତ୍ତି କ୍ରମେ ଏହାର ଅବ୍ୟବହିତ ପୂର୍ବରୁ ୨୫ ତାରିଖ ସକାଳୁ ଓଡ଼ିଶାର ରାଜଧାନୀଠାରୁ ୧୦୦-୧୫୦ କିମି ଦୂରବର୍ତ୍ତୀ ଜିଲ୍ଲା ଗୁଡ଼ିକର ପ୍ରତିଟି ପଂଚାୟତର ନେତା ଓ କର୍ମୀ ବାହାରି ରାଜଧାନୀ ଅଭିମୁଖେ ଯାତ୍ରା କରିବେ। ବାଟରେ ପଡ଼ୁଥିବା ସହର ଓ ଜନପଦଗୁଡ଼ିକରେ ସେମାନେ

ବିଜେପି ସରକାର ଓ.ବି.ସି.ଙ୍କ ଚଳିତ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ନିରନ୍ତର ଷଡ଼ଯନ୍ତ୍ରରୁ ନିବୃତ ରହୁ

ଶୋଭାଯାତ୍ରା କରି ସେଦିନ ସନ୍ଧ୍ୟାରେ ନିଜନିଜ ନିର୍ଦ୍ଧାରିତ ସହରରେ ରାତ୍ରୀଯାପନ କରି ୨୬ ତାରିଖ ଭୁବନେଶ୍ବରରେ ପହଞ୍ଚି ପଦଯାତ୍ରାରେ ଯୋଗଦେବେ। ଅନ୍ୟ ପକ୍ଷରେ ରାଜଧାନୀର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରତିଟି ପଂଚାୟତରୁ ଅନ୍ୟୁନ ୫ଟି ବାଇକ୍ ରାଲି ବାହାରି ଏକସଂଗେ ଭୁବେନଶ୍ବରର ଗାନ୍ଧୀ ଓ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ବିଶାଳ ରାଲିରେ ଆସି ଲୋୟର ପିଏମ୍‌ଜିରେ ଗର୍ଜିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ମଧ୍ୟାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅତି କମ୍‌ରେ ୧୦ ହଜାର ଲୋକଙ୍କର ଜନସମାଗମ ହେବ। ସହସ୍ରାଧିକ ସଂଖ୍ୟାରେ ଦୁଇଦିନ କାଳ ବାଇକ୍ ରାଲି ହେଉଥିବାରୁ ଉକ୍ତ ଦୁଇଦିନ ଓଡ଼ିଶା କଂଗ୍ରେସମୟ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏସ୍‌ଆଇଆର ରଦ୍ଦ, ଏସ୍‌ଆଇଆର ପରେ ହୋଇଥିବା ନିର୍ବାଚନ ରଦ୍ଦ, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଆଦି ଦାବି ସହ ଏମଏମଡିଆର ସଂଶୋଧନ ବାତିଲ, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ଗଂଜାମ ଓ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବନ୍ୟାବିପନ୍ନଙ୍କୁ ତୁରନ୍ତ ସହାୟତା, କୋଟିଆ ପ୍ରସଙ୍ଗରେ ତତ୍ପରତା ଦାବିରେ ୨୫ ଓ ୨୬ ତାରିଖର ରାଲିଗୁଡ଼ିକରେ କଂଗ୍ରେସ ନେତା ଓ କର୍ମୀ ଗର୍ଜିବେ ବୋଲି ଶ୍ରୀ ଦାସ ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ଏହାପରେ ଜାତି ଜନଗଣନା ପ୍ରସଙ୍ଗରେ ଗଣମାଧ଼୍ୟମକୁ ସମ୍ବୋଧନ କରି ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ରନାଥ ପ୍ରଧାନ କହିଥିଲେ, ଜାତି ଜନଗଣନା ୨୦୨୭ ମସିହାରେ ହେବାକୁ ଯାଉଛି। ୧୯୫୧ ମସିହାରେ ପ୍ରଥମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସାମାଜିକ ନ୍ୟାୟର ପଦକ୍ଷେପ କଂଗ୍ରେସ ପାର୍ଟି ଦ୍ୱାରା ନିଆଯାଇଥିଲା। ବର୍ତ୍ତମାନ ଏହାର ନେତୃତ୍ୱ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାମାଜିକ ନ୍ୟାୟର ପୁରୋଧା ଶ୍ରୀ ରାହୁଲ ଗାନ୍ଧୀ ନିଜ ହାତକୁ ନେଇଛନ୍ତି। ତେବେ କଂଗ୍ରେସ ଦ୍ୱାରା କରାଯାଇଥିବା ୨୦୧୧ ମସିହାର ସାମାଜିକ-ଆର୍ଥିକ ଜାତି ଜନଗଣନାର ଫଳାଫଳକୁ ମଧ୍ୟ ଆଜି ପର୍ଯ୍ୟନ୍ତ ମୋଦୀ ସରକାର ପ୍ରକାଶ କରିନାହାନ୍ତି। ବର୍ତ୍ତମାନର ବିଜେପି ସରକାର ଓ.ବି.ସି.ଙ୍କ ଚଳିତ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ନିରନ୍ତର ଷଡ଼ଯନ୍ତ୍ର ରଚନା କରୁଛି। ଏସ୍‌.ସି./ଏସ୍‌.ଟି.ଙ୍କ ପରି ପୃଥକ ବିକଳ୍ପ ଏବଂ ମାନକୀକୃତ କୋଡ୍ ଆଧାରିତ ବ୍ୟବସ୍ଥା ଲାଗୁ କରିବା ଆମର ମୁଖ୍ୟ ଦାବି। ବର୍ତ୍ତମାନର ବ୍ୟବସ୍ଥାରେ ଓପନ୍ କଲମ୍ ରହିବା ଦ୍ୱାରା ତଥ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ରାଜ୍ୟୱାରୀ ସରକାରୀ ଜାତି ନିର୍ଦ୍ଦେଶିକା, ପ୍ରତ୍ୟେକ ଜାତିକୁ ସ୍ୱତନ୍ତ୍ର କୋଡ୍ ପ୍ରଦାନ, ଅନୁସୂଚିତ ଜାତିର ଯାଞ୍ଚ ବ୍ୟବସ୍ଥା ଏବଂ ତଥ୍ୟ ସଂଗ୍ରହରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଆବଶ୍ୟକ। ଜାତି ଜନଗଣନା କେବଳ ତଥ୍ୟର ବିଷୟ ନୁହେଁ, ବରଂ ଓ.ବି.ସି. ସମାଜର ପ୍ରକୃତ ପରିଚୟ, ଭାଗୀଦାରୀ ଓ ସାମାଜିକ ନ୍ୟାୟର ଆଧାର ବୋଲି ଶ୍ରୀ ପ୍ରଧାନ କହିଥିଲେ।ଓବିସି କଂଗ୍ରେସର ଓଡ଼ିଶା ପ୍ରଭାରୀ ଶ୍ରୀ ଦେବବ୍ରତ ଯାଦବ କହିଥିଲେ, ଜାତି ଜନଗଣନାରେ ବ୍ୟବହୃତ

ଏସ୍‌.ସି./ଏସ୍‌.ଟି.ଙ୍କ ପରି ପୃଥକ ବିକଳ୍ପ ଏବଂ ମାନକୀକୃତ କୋଡ୍ ଆଧାରିତ ବ୍ୟବସ୍ଥା ଲାଗୁ ହେଉ

ହେଉଥିବା ଫର୍ମ କିମ୍ବା ସଫ୍ଟୱେର୍‌ରେ ଯେପରି SC ଓ ST ପାଇଁ ସ୍ୱତନ୍ତ୍ର କଲମ୍ କିମ୍ବା ଚୟନ କରିବାର ବିକଳ୍ପ ରହିଛି, ସେହିପରି OBC ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଚୟନ ବିକଳ୍ପ ରହିବା ଆବଶ୍ୟକ। ସେଥିରେ OBC/SEBC ଅନ୍ତର୍ଭୁକ୍ତ ସମସ୍ତ ଜାତିର ତାଲିକା ରହିବା ସହ ନିଜ ଜାତିକୁ ଚୟନ କରିବାର ସୁବିଧା ଦିଆଯାଉ। ଯେଉଁ ଜାତିଗୁଡ଼ିକ କୌଣସି ତାଲିକାରେ ସ୍ଥାନ ପାଇନାହାନ୍ତି, ସେମାନଙ୍କ ପାଇଁ ନିଜ ଜାତିର ନାମ ଲେଖିବାର ମଧ୍ୟ ବ୍ୟବସ୍ଥା ରହୁ।

ଯଦି ଆରମ୍ଭରୁ ବର୍ଗ ଚୟନରେ OBC ଏବଂ ଜାତି ଚୟନରେ OBC/SEBC ଅନ୍ତର୍ଭୁକ୍ତ ଜାତିଗୁଡ଼ିକର ତାଲିକା ଦିଆନଯାଏ, ତେବେ ଏହାକୁ ସମାଜର ପଛୁଆ ବର୍ଗଙ୍କ ପ୍ରତି ମୋଦୀ ସରକାର ଓ ଓଡ଼ିଶାର ମାଝୀ ସରକାରଙ୍କ ଅବହେଳା ବୋଲି ବିବେଚନା କରାଯିବ ବୋଲି ଶ୍ରୀ ଯାଦବ କହିଥିଲେ।

ପିସିସି ଗଣମାଓ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ, ଓବିସି ବିଭାଗର ସଭାପତି ସରୋଜ ପ୍ରଧାନଙ୍କ ଆବାହକତ୍ବରେ ତଥା ଶ୍ରୀ ଜେଠୀଙ୍କ ଉପସ୍ଥିତିରେ ଏକ ଦାବିପତ୍ର ଉପସ୍ଥାପନ କରାଯାଇଥିଲା। ୨୦୨୭ ଜନଗଣନା ପୂର୍ବରୁ କଂଗ୍ରେସର ଦାବିଗୁଡ଼ିକ:-
୧. ପ୍ରଶ୍ନ ସଂଖ୍ୟା ୧୦ରେ ସଂଶୋଧନ କରାଯାଉ।
୨. ବର୍ଗ ଏବଂ ଜାତିକୁ ପୃଥକ୍ ପୃଥକ୍ ଭାବେ ଲିପିବଦ୍ଧ କରାଯାଉ।
୩. ଯାଞ୍ଚ ହୋଇଥିବା ରାଜ୍ୟୱାରୀ ଜାତି ରେଜିଷ୍ଟ୍ରି ଏବଂ ସହଜରେ ଖୋଜିହେବା ଭଳି ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉ।
୪. ଜନଗଣନା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ସମାଜର ନାମ, ଉପଜାତି ଏବଂ ଭାଷାଗତ ରୂପଗୁଡ଼ିକୁ ଏକ ମାନକ କୋଡ୍ ସହିତ ସଂଯୁକ୍ତ କରାଯାଉ।
୫. ଯେଉଁ ଉତ୍ତରଗୁଡ଼ିକ ପାଇଁ କୌଣସି ମାନକୀକୃତ ବିକଳ୍ପ ଉପଲବ୍ଧ ନାହିଁ, କେବଳ ସେହି କ୍ଷେତ୍ରରେ ଓପନ୍ ଟେକ୍ସଟ୍ ବ୍ୟବସ୍ଥା ରଖାଯାଉ।

ଓଡ଼ିଶାରେ ଏଥିପାଇଁ ଏକ ଜନଆନ୍ଦୋଳନ କରାଯିବ ଏବଂ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଓବିସି ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   18-Nov-2026
  ଜିଲ୍ଲା  
ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   18-Nov-2026
  ଜିଲ୍ଲା  
ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   18-Nov-2026
  ଜିଲ୍ଲା  
ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା   18-Nov-2026
  ଜିଲ୍ଲା  
ସମ୍ବିଧାନ ଦିବସ ଅବସରରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’♦️ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ   18-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ   18-Nov-2026
  ଜିଲ୍ଲା  
ନର୍ଲା ଡାକ ବଙ୍ଗଳା ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ   17-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ   17-Nov-2026
  ଜିଲ୍ଲା  
ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   17-Nov-2026
  ଜିଲ୍ଲା  
ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   17-Nov-2026
  ଜିଲ୍ଲା  
ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   17-Nov-2026
  ଜିଲ୍ଲା  
ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   17-Nov-2026

You Might Also Like