-+91-9937148622 |
prerana_bgr@rediffmail.com |
Thursday 19th November 2026 |
R.N.I. Regd No. ODIODI/2010/46693
Breaking News
19-Nov-2026
ନବରଙ୍ଗପୁର(ମିହିର ପାତ୍ର)
ଡାବୁଗାଁ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଡୋଙ୍ଗରିଗୁଡ଼ାରେ ଖାଦ୍ୟ, କଳା ଓ ସାହିତ୍ୟ ମହୋତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି।ଆଜିର କାର୍ଯ୍ୟକ୍ରମ କୁ ବହୁତ ସୁନ୍ଦର ଭାବର ଆୟୋଜନ କରିଥିଲେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ର ମାନେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥାନା ଏସଆଇ ପ୍ରତ୍ୟୁଷ ପଟେଲ, ଏବିଓ ସନ୍ତୋଷ ସାହୁ, ଭୈରବ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୁନ୍ଦର ଭାବେ ଖାଦ୍ୟମେଲା ର ଆୟୋଜନ କରାଯାଇଥିଲା
ଏହା ସହ ନୃତ୍ୟ, ଗୀତ, କବିତା, ନାଟକ, ଚିତ୍ରକଳା, ବକ୍ତୃତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି କୁନିକୁନି ଛାତ୍ରଛାତ୍ରୀ ମାନେ । ଅତିଥିମାନେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଏ ବୋଲି କହିଛନ୍ତି।