-+91-9937148622 |
prerana_bgr@rediffmail.com |
Thursday 19th November 2026 |
R.N.I. Regd No. ODIODI/2010/46693
Breaking News
18-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଏନଏସି ଅଫିସରୁ ମଙ୍ଗଳବାର ରାତିରେ ଗଡ଼ରେଜ ଖୋଲି ସାଢେ ୪ ଲକ୍ଷ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗକାରି ପିଏ ସରୋଜ ମେହେରଙ୍କ କହିବାନୁଯାଇ ୧୬ ଲକ୍ଷ ୨୧ ହଜାର ୨ ଶହ ଟଙ୍କା ବ୍ୟାଙ୍କରୁ ଉଠାଣ କରି ୧୧ ଲକ୍ଷ ୭୧ ହଜାର ୨ ଶହ ଟଙ୍କା ବଣ୍ଟନ ସାରିଥିବାବେଳେ ସାଢେ ୪ ଲକ୍ଷ ଟଙ୍କା ବାଣ୍ଟିବା ପାଇଁ ଗଡ଼ରେଜରେ ରଖିଥିଲେ l ଗୋଟିଏ ଦିନରେ ୧ଏସପିର୫୭ ଜଣ ହିତାଧିକାରୀଙ୍କ ଟଙ୍କା ବଣ୍ଟନ କରିବା ସମ୍ଭବ ନ ଥିବାରୁ ମାସର ୧୫ ତାରିଖରୁ ୱାର୍ଡ କୁ ୱାର୍ଡ ବୁଲି ଶ୍ରୀ ମେହେ ଟଙ୍କା ବଣ୍ଟନ କରୁଥିଲେ l ବଳକା ଟଙ୍କା ନିଜ ଦାୟିତ୍ୱରେ ଥିବା ଗଡ଼ରେଜରେ ରଖି ଦେଇ ତା ପରଦିନ ପୁଣି ଭତ୍ତା ବଣ୍ଟନ କରୁଥିଲେ l ଅଭିଯୋଗ ହେବା ପରେ ୩୦୭/୨୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି l ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ଚୋରି ହୋଇଥିବା ଅଫିସକୁ ସିଲ କରି ଫେରି ଯାଇଛନ୍ତି l ପ୍ରକାଶ ଥାଉକି ବିନିକା ସହରରେ ଦିନକୁ ଦିନ ଦ୍ରୁତ ଗତିରେ ଚୋରି ଡକାୟତି ବଢ଼ିବାରେ ଲାଗିଛି l କିଛି ଦିନ ତଳେ ସିଦ୍ଧାର୍ଥ ମହାବିଦ୍ୟାଳୟର ଜଣେ ଛାତ୍ରଙ୍କ ମଟର ସାଇକେଲ ଡ଼ିକିରୁ ମୋବାଇଲ ଚୋରି କରୁଥିବା ସି ସି କ୍ୟାମେରାରେ ରେକର୍ଡ ହୋଇଥିବା ସ୍ଵତେ ଓ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ଛାତ୍ରକୁ ଧରାଗଲା ନାହିଁ। ।ସେହିପରି ଦୁର୍ଗା ମନ୍ଦିରରେ ଲାଗିଥିବା ପାଣି ପମ୍ପରୁ ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ତମ୍ବାତାର ଚୋରୀକରି ଫେରାର ମାରିଛନ୍ତି I କେବଳ ତମ୍ବା ତାର ଚୋରୀ ହୋଇଛି ତାହାନୁହେଁ I ଗତ ୩୦ ଅକ୍ଟୋବରରେ ଗୁଲାପଡା ଗାଁ ନିକଟ ମହାନଦୀରେ ବସିଥିବା ଉଠା ଜଳସେଚନ ପ୍ରକଳ୍ପର ପାଣି ପମ୍ପରୁ ତମ୍ବା ତାରକୁ ନାବାଳକ ମାନେ ଚୋରୀ କରିଥିବା ବେଳେ ଗତ ୨ ତାରିଖରେ ମଧ୍ୟ ଦୁର୍ଗା ମନ୍ଦିର ନିକଟ ଆହାର କେନ୍ଦ୍ରର ରୋଷେଇ ଘର ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବି ଦୁର୍ବୁର୍ତ୍ତ ମାନେ ଚୋରୀକରି ଫେରାର ମାରିଥିଲେ l ତେଣୁ ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।