-+91-9937148622 |

prerana_bgr@rediffmail.com |

  Thursday 19th November 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   (19-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ    (18-Nov-2026)       ||      ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   (18-Nov-2026)       ||      ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   (18-Nov-2026)       ||      ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   (18-Nov-2026)       ||      ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   (18-Nov-2026)       ||      ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   (18-Nov-2026)       ||      କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?    (18-Nov-2026)       ||      ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   (18-Nov-2026)       ||      ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   (18-Nov-2026)       ||      ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   (18-Nov-2026)       ||      ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (18-Nov-2026)       ||      ସମ୍ବିଧାନ ଦିବସ ଅବସରରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’♦️ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ   (18-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (18-Nov-2026)       ||      ନର୍ଲା ଡାକ ବଙ୍ଗଳା ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ   (17-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (17-Nov-2026)       ||      ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   (17-Nov-2026)       ||      ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   (17-Nov-2026)       ||      ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   (17-Nov-2026)       ||      ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   (17-Nov-2026)       ||     

HOME   ଜିଲ୍ଲା

ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ

18-Nov-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର): ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱନ’ର ମୁକାବିଲା ଏବଂ ସହରବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ନଭେମ୍ବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସହରର ଜଳବନ୍ଦୀ ଅଞ୍ଚଳ, ତଳିଆ ଅଞ୍ଚଳ ଓ ବିପଦସଙ୍କୁଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏଥିପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କେହି ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ବିଏମ୍‌ସିର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ୱାଟକୋ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ, ଗାଡ଼ି ଓ ଯନ୍ତ୍ରପାତିକୁ ଆଜି ରାତି ସୁଦ୍ଧା ପ୍ରସ୍ତୁତ ରଖିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ। ଜଣେ ଡେପୁଟି କମିଶନର କିମ୍ବା ସହକାରୀ କମିଶନର ଏହାର ଦାୟିତ୍ୱରେ ରହିବେ ଏବଂ ଅତିରିକ୍ତ କମିଶନର ସମଗ୍ର କାର୍ଯ୍ୟର ତଦାରଖ କରିବେ। ପ୍ରତ୍ୟେକ ୱାର୍ଡରେ ଜଣେ ଅଧିକାରୀ ଓ ଜଣେ ଯନ୍ତ୍ରୀ ଦାୟିତ୍ୱରେ ରହିବେ। ପମ୍ପ ଚାଳକ ଓ ରାପିଡ୍ ଆକ୍ସନ ଟିମ୍ (ରାଟ୍) ୨୪ ଘଣ୍ଟିଆ ଡ୍ୟୁଟି କରିବା ସହ ୱାର୍ଡ କାର୍ଯ୍ୟାଳୟରେ ଦିନରାତି ଉପସ୍ଥିତ ରହିବେ।
ଜଳବନ୍ଦୀ ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ପାଣି ପମ୍ପ ମୁତୟନ କରିବାକୁ ଇଞ୍ଜିନିୟରିଂ ବିଭାଗ, ଜୋନାଲ ଡେପୁଟି କମିଶନର ଓ ଅଗ୍ନିଶମ ବିଭାଗକୁ କୁହାଯାଇଛି। ଡ୍ରେନ୍‌ରୁ ପଙ୍କ ଉଦ୍ଧାର, ଜାମ୍ ହୋଇଥିବା ଅଂଶ ସଫା ଏବଂ ଜଳ ନିଷ୍କାସନ ପଥରେ ଥିବା ଅବରୋଧ ହଟାଇବା କାର୍ଯ୍ୟ ତୁରନ୍ତ ଶେଷ କରାଯିବ। ଡ୍ରେନ୍‌ର ଭେଣ୍ଟ ଓ ଖୋଲା ଡ୍ରେନ୍ ନିକଟରେ ଆବଶ୍ୟକ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଡ଼ିଲେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ସମସ୍ୟା ତୁରନ୍ତ ଦୂର କରିବା ସମ୍ଭବ ନ ହେଲେ ମାଇକିଂ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।
ବାତ୍ୟା ସମୟରେ ଗଛ ଉପୁଡ଼ି ପଡ଼ିବା କିମ୍ବା ଡାଳ ଭାଙ୍ଗି ରାସ୍ତା ଅବରୋଧ ହେବା ଆଶଙ୍କା ଥିବାରୁ ଟ୍ରିମିଂ ଟିମ୍, ଜେସିବି, କଟର ଓ ଆବଶ୍ୟକ ମାନବ ସମ୍ବଳ ପ୍ରସ୍ତୁତ ରଖାଯିବ। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ଟିମ୍‌ଗୁଡ଼ିକୁ ଆଗୁଆ ମୁତୟନ କରାଯିବ। ଏହି କାର୍ଯ୍ୟରେ ଅଗ୍ନିଶମ ବିଭାଗ ସହଯୋଗ କରିବ। ସେହିପରି ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ କ୍ରେନ୍‌ଗୁଡ଼ିକୁ ସୁରକ୍ଷିତ ଓ ବନ୍ଦ କରିବାକୁ ବିଲ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ   18-Nov-2026
  ଜିଲ୍ଲା  
ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   18-Nov-2026
  ଜିଲ୍ଲା  
ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   18-Nov-2026
  ଜିଲ୍ଲା  
ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   18-Nov-2026
  ଜିଲ୍ଲା  
ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   18-Nov-2026
  ଜିଲ୍ଲା  
ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   18-Nov-2026
  ଜିଲ୍ଲା  
କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?   18-Nov-2026
  ଜିଲ୍ଲା  
ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   18-Nov-2026
  ଜିଲ୍ଲା  
ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   18-Nov-2026
  ଜିଲ୍ଲା  
ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   18-Nov-2026
  ଜିଲ୍ଲା  
ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା   18-Nov-2026

You Might Also Like