-+91-9937148622 |
prerana_bgr@rediffmail.com |
Thursday 19th November 2026 |
R.N.I. Regd No. ODIODI/2010/46693
Breaking News
18-Nov-2026
ଲୋଇସିଂହା, (ବିନୋଦ ଦୀପ) ଆୟୋଜକ ଷ୍ଟାଡିୟମ୍ ଟ୍ରଷ୍ଟ ବୋର୍ଡ ଓ ଆଥଲେଟିକ ଏସୋସିଏସନ ଲୋଇସିଂହା ତଥା ୨୦୨୬ ମସିହାର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ ର ପଞ୍ଚମ ମ୍ୟାଚ୍ ବିଶାଖାପାଟନମ୍ ବୁଟସ ଏଫସି ବନାମ ସମ୍ବଲପୁର ଆଶିଷ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ଖେଳ ସମୟରେ ସମ୍ବଲପୁର ଆଶିଷ ଏକାଦଶ ୨-୧ ଗୋଲ୍ରେ ବିଜୟୀ ହେଲା l ପଞ୍ଚମ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବେ ଦିଲୁ ଓରାମ ଜର୍ସି ନ. ୦୮, ସମ୍ବଲପୁର ଆଶିଷ ଏକାଦଶ l ରେଫରୀ ଦାୟିତ୍ୱ ରେ କରୁଣାକର ପଧ।ନ, ସୁଧାଂଶୁ ସେଠ୍, ବିଜୟ ରଣା, ଗୋପାଳ ପଧାନ l ମ୍ୟାଚ୍ କମିଶନର୍: ସୁଦୟ ବାରିକ l ମୁଖ୍ୟ ଅତିଥି ଭାବେ ସୁରେଶ ମହାଲିଙ୍ଗ ବରିଷ୍ଠ ବିଜେପି ନେତା ଓ ସମାଜସେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଶୋକ ଭିତ୍ରିଆ ପ୍ରିନ୍ସିପାଲ ରେନବୋ ପବ୍ଲିକ ସ୍କୁଲ ଯୋଗ ଦେଇଥିଲେ l ଶ୍ରୀ ଦିଲୀପ କୁମାର ବେହେରା ସଦସ୍ୟ ଷ୍ଟାଡିୟମ୍ ଟ୍ରଷ୍ଟ ବୋର୍ଡ ତଥା ସଭାପତି, ଆଥଲେଟିକ୍ ଏସୋସିଏସନ୍ ଲୋଇସିଂହା ଉପସ୍ଥିତ ଥିଲେ l ଆସନ୍ତା କାଲି ର ମ୍ୟାଚ୍ ଦ୍ୱିତୀୟ ସେମି ଫାଇନାଲ: ରେବେଲ ଟାଇଗର, ଭିଲାଇ, ଛତିଶଗଡ ବନାମ ସମ୍ବଲପୁର ଆଶିଷ ଏକାଦଶ l ଆନନ୍ଦ ପୁଟେଲ, ଚତୁର ଦଳାଇ, ନଜୁ ଖାନ୍, ରଞ୍ଜନ ବେହେରା, ବ୍ରଜ ବିଶୋଇ, ସଞ୍ଜୀବ ସାହୁ, ବିଷ୍ଣୁ, ଶିବ ଅଗ୍ରୱାଲ, ସିଲୁ ସେବକ, ଭାଗବତିଆ ଭୋଇ, କରନ ପଧାନ, କୁନା ବାରିକ, ମନୋଜ ମାହାଣା, ଟିକୁ ପାଣ୍ଡିଆ, ଦେବ ବିଶ୍ୱାଳ, ରିତେଶ, ରମେଶ, ସୁମିତ, ମୋହିତ ମିଶ୍ର, ପ୍ରକାଶ ମହାରଣା, ବୁଧିଆ ନାଏକ, ଆକାଶ ପଧାନ, ସରୋଜ ବିଶ୍ୱାଳ ଓ ସରୋଜ ପୁଟେଲ ପ୍ରମୁଖ ଆଜିର ଖେଳ ରେ ସହଯୋଗ କରିଥିଲେ l