-+91-9937148622 |
prerana_bgr@rediffmail.com |
Thursday 19th November 2026 |
R.N.I. Regd No. ODIODI/2010/46693
Breaking News
18-Nov-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଂଚଳରେ ଏକ ଚାଞ୍ଚଲ୍ୟକାର ହତ୍ୟାକାଣ୍ଡ ଘଟିଯାଇଛି । ମିଳିଥିବା ସୁଚନା ଅନୁସାରେ ରାମପୁର ଥାନା ଗଜବନ୍ଧ ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମର ସୁଦାମ ନାଗ(୪୫) ଗତକାଲି ବାଇକ ମରାମତି ପାଇଁ ଡୁଙ୍ଗୁରିପାଲି ଆସିଥିବା ତାଙ୍କ ପରିବାର ପକ୍ଷରୁ ଜଣାଇଛନ୍ତି । ବାଇକ ମରାମତି ପରେ ସେ ସଂଧ୍ୟାରେ ଘରକୁ ଫେରୁଥିଲେ । ସଂଧ୍ୟ ଘରକୁ ଫେରିବା ବେଳେ ନିଜ ସ୍ତ୍ରୀଙ୍କୁ ସେ ଫୋନରେ ଜଣାଇ ଘରେ ପହଂଚିଲେ ଖାଇବା ବୋଲି ଜଣାଇଥିଲେ । ସାଲେପାଲି-ଅଇଁଲାସାରୀ ରାସ୍ତାଠାରୁ ପ୍ରାୟ ୧ କିମି ଦୂର ପାଙ୍କେଲ ଗ୍ରାମର ଛକ ପ୍ରଥମେ ଗୁଳି କରିଥିବା ଓ ସେଥୁରେ ସେମାନେ ସଫଳ ହେବାରୁ ସମ୍ମୁଖ ପଟରୁ ଗୁଳି କରିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି l ବୁଲାଣି ଠାରେ ଗୁଳି କରିତାଙ୍କୁ ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ତାଙ୍କୁ ପିଛାକରି ପଛ ପଟୁରୁ ଶରୀରର ଜଙ୍ଘ ତଥା ଅନ୍ୟାନ୍ୟ ସ୍ଥାନରେ ଗୁଳି କରି ଥୁବା ବେଳେ ପ୍ରାୟ ୪ରୁ ୫ଟି ଗୁଳି ବାଜିଥିବା ଜଣାଯାଏ । ଘଟଣାସ୍ଥଳରେ ବ୍ୟବହୃତ ଖୋକା ପଡିଥିଲା । ଗୁଳି ଫୁଟିବା ପରେ ଡୁଙ୍ଗୁରିପାଇଁ ପୁଲିସ ଘଟ ରୋଜାଲିନ ଘଟଣାସ୍ଥଳରେ ପହଂଚି ଚଦନ୍ତ ଆରମ୍ଭ କରିଥିଲେ । ଡୁଙ୍ଗୁରିପାଲି ଥାନାଧିକାରୀ ପଟେ ରାମପୁର ପୁଲିସ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ମଧ୍ୟ ପହଂଚିଥିଲେ । ଘଟଣାଟି ରାତି ୯ଟା ପାଖାପାଖି
ହୋଇଥିବାରୁ ରୁ ସେଠାରୁ ଶବ ବାହାର କରିବା ସମ୍ଭବ ହାଇନଥିଲା । ରାଚିସାରା ଡୁଙ୍ଗୁରିପାଲି ପୁଲିସ ଶବକୁ ଜବତ କରି ଜଗି ରହିଥିଲେ । ଆଜି ସକାଳେ ବଲାଗ ଲାଙ୍ଗିର ବୈଷୟିକ ଦଳ, ସନ୍ଧାନୀ କୁକୁର ଘଟଣା ସ୍ଥଳ ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ପୁଲିସ ଉପଖଣ୍ଡ ଅଧୂକାରୀ କଲ୍ୟାଣୀ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ବରିଷ୍ଠ ଅଧିକାରୀମାନେ ପହଂଚିଥିଲେ। ପଂଚନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଥୁଲ ପୁଲିସ ଏକ ଏକ ହତ୍ୟା ମାମଲା ଋଜୁ କରି ତଦନ୍ତ ଜାରି ରଖୁଛି । ପ୍ରକାଶ ଥାଉକି ଭକ୍ତ ରାସ୍ତାରେ ଗତକାଲିର ଘଟଣା ସ୍ଥଳରୁ ପ୍ରାୟ ଅଧ କିମି ଆଗକୁ ମଲେଇଚୁଆ ଗ୍ରାମର ସ୍ୱରୁପ ପାଣ୍ଡେଙ୍କୁ ଗତ ୧୦/୯/ ୨୦୨୬ରେ ଠିକ୍ ସଂଧ୍ୟାରେ ହତ୍ୟା କରି ନିକଟସୁ ଏକ ଛୋଟି ଜଙ୍ଗଲ ରାସ୍ତାରେ ପକାଇ ଦିଆଯାଇଥିଲା । ଏଥିରେ ୨୪ଘ । ମଧ୍ଯରେ ପୁଲିସ ଅଭିନ୍ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ।ସେହିପରି କେବାଡ ଗ୍ରାମର ଅଚ୍ୟୁତା ନନ୍ଦ ନାୟକଙ୍କୁ ସେପ୍ଟେମ୍ବର ୧୦ତାରିଖ ରାତିରେ କାର ଭିତରେ ଗୁଳି କରି ହତ୍ୟା କରି ଫେରାର ମାରିଛନ୍ତି । ଏଥିରେ ବରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାର ବଛବଛା ପୁଲିସ ଅଧୁକାରୀମାନଙ୍କୁ ନେଇ ଏକ ଟିମ ଗଠନ କରିଥିଲେ ମଧ୍ୟ ଆସାମୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡି ନାହାନ୍ତି । ଗତକାଲି ମୃତ ସୁଦାମ ନାଗ ବ୍"ରେ ଜ ଜଣେ ୱେଲଡିଂ ମେକାନିକ । ଜୀବନ୍ଧ ଛକରେ ଏକ ଛୋଟିଆ ଦୋକାନି ସହିତ ବୁଲି ବୁଲି ୱେଲଡିଂ କାମ କରିଆସୁଛି । ଘରେ ସ୍ତ୍ରୀ ନବମ ଶ୍ରେଣୀ ୧୧ରେ ପଢ଼ୁଥିବା ଏକ ଝିଅ ଓ ୫ ଶ୍ରେଣୀରେ ପଢୁଥିବା ଗୋଟିଏ ପୁଅ ଅଛି । ଘରର ମୁରବୀଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପୋଡିଛନ୍ତି । ମୃତ ସୁଦାମର କାହା ସହିତ କୌଣସି ଶତୃତା ନଥୁବା ତାଙ୍କ କାକା ଶୁବାସ ନାଗ ପ୍ରକାଶ କରିଛନ୍ତି । କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଚାଙ୍କୁ ହତ୍ୟା । କରାଯାଇଛି ପୁଲିସ ଏହାର ଚଦନ୍ତ କରି ପରିବାକୁ ନ୍ୟାୟ ଦେବାକୁ ପରିବାର ଲୋକେ ଗୁହାରୀ କରିଛନ୍ତି ।