-+91-9937148622 |
prerana_bgr@rediffmail.com |
Friday 20th November 2026 |
R.N.I. Regd No. ODIODI/2010/46693
Breaking News
19-Nov-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲାରେ ଜନଗଣନା ୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରଶିକ୍ଷକ ମାନଙ୍କ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପୁରୁଣା ମେଡିକାଲ୍ ସଭା ଗୃହ ଠାରେ ଆରମ୍ଭ ହୋଇଯାଇଛି। ୧୮ ତାରିଖ ରୁ ୨୦ ତାରିଖ ତିନି ଦିନ ଯାଏ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ର ଦ୍ୱିତୀୟ ଦିବସ ରେ ପହଞ୍ଚିଥିଲେ ସମ୍ବଲପୁର ରାଜସ୍ୱ କମିସନର ଓ ଜନ ଗଣନା କାର୍ଯ୍ୟ କଳାପ , ଉଦ୍ଦେଶ୍ୟ, ବ୍ରିଟିଶ ସମୟର ରୁ ଜନ ଗଣନା ର ଇତିହାସ ଏଵଂ ଏ ସେନ୍ସଂସ କେତେ ଗୁରୁତ୍ୱ ତା ଉପରେ ବୁଝାଇଥିଲେ l ଜିଲ୍ଲାର ସମସ୍ତ ଚାର୍ଜ ରୁ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକ ତାଲିମ୍ କେନ୍ଦ୍ର ରେ ଯୋଗ ଦେଇଥିଲେ l ମାଷ୍ଟର ଟ୍ରେନର ଭାବେ ଡ଼ଃ ସୋମ୍ୟାରୁପା ରଥ , ଉପଜିଲ୍ଲାପାଳ, ସୋନପୁର ଓ ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ, ତହସିଲଦାର, ବୀରମହାରାଜପୁର ଏହି ତାଲିମ୍ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନ ଉତ୍ତର ମାଧ୍ଯମରେ ଖୁବ୍ ସୁନ୍ଦର ଭାବେ ତାଲିମ୍ ପ୍ରଦାନ କରୁଛନ୍ତି । ତ୍ରୁଟି ଶୂନ୍ୟ ଭାବେ ଆତ୍ମ ବିଶ୍ୱାସ ର ସହ କାମ କରିବେ କ୍ଷେତ୍ର ପ୍ରଶିକ୍ଷକ ବୋଲି ଉପ ଜିଲ୍ଲାପାଳ ଡଃ ରଥ ମତ ରଖି ପ୍ରଥମେ ସ୍ଵ ଗଣନା ହେବ ଜାନୁଆରୀ ୧୦ ରୁ ୨୪ ଯାଏ ୧୬୦୦ ଏନୁମେରେଟର ବ୍ଲକ କୁ ଯିବେ, ଓ ଜାନୁୟାରୀ ୨୫ ରୁ ୨୮ ଯାଏ ଏନୁମିନେଟର ଘର କୁ ଘର ବୁଲି ଜନ ଗଣନା କରିବେ ବୋଲି କହିଥିଲେ l ୨୦୧୧ ଠାରୁ ଏ ପର୍ଯ୍ୟନ୍ତ ଜନ ଗଣନା ହୋଈ ପାରି ନାହିଁ ଏଣୁ ପ୍ରଥମ ଥର ପାଇଁ ଜାତି ଗଣନା କରା ଯାଇଛି ଯା ଦ୍ଵାରା କି ଜାତିଗତ ଭାଷାଗତ ଚିହ୍ନଟ ହୋଇ ପାରିବ ବୋଲି ଡ଼ଃ ରଥ ମିଡିଆ ଙ୍କୁ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅନିରୁଦ୍ଧ ପ୍ରଧାନ, ସୁବର୍ଣ୍ଣପୁର, ସହକାରୀ ଜିଲ୍ଲାପାଳ, ଜନଗଣନା ଶାଖା, ସୁବର୍ଣ୍ଣପୁର ଶ୍ରୀ ଆଜାଦ୍ କୁମାର ସାହୁ, ଜନଗଣାନା ନିର୍ଦେଶାଳୟ ରୁ ନିଯୁକ୍ତ ଜିଲ୍ଲା କୋ କୋଡ଼ିନେଟର ଶ୍ରୀ ଶିଭମ ଜୟସ୍ବାଲ , ଶ୍ରୀ ଆକାଶ ସାହୁ, ସମସ୍ତ ଚାର୍ଜ ଅଫିସର, ଫିଲ୍ଡ ଟ୍ରେନର ଉପସ୍ଥିତ ଥିଲେ । ଏଥିରେ ଫିଲ୍ଡ ଟ୍ରେନର ମାନଙ୍କୁ ଏନୁ ମେରେଟର ଓ ସୁପର୍ ଭାଇଜର ମାନଙ୍କୁ କିପରି କାର୍ଯ୍ୟ କରିବାକୁ ହେବ ସେ ପ୍ରଣାଳୀ ସମ୍ପର୍କରେ ତାଲିମ୍ ପ୍ରଶିକ୍ଷଣ ଦିଆଯାଇଛି l