-+91-9937148622 |
prerana_bgr@rediffmail.com |
Friday 20th November 2026 |
R.N.I. Regd No. ODIODI/2010/46693
Breaking News
19-Nov-2026
ଲୋଇସିଂହା, (ବିନୋଦ ଦୀପ) ଆୟୋଜକ ଷ୍ଟାଡିୟମ୍ ଟ୍ରଷ୍ଟ ବୋର୍ଡ ଓ ଆଥଲେଟିକ ଏସୋସିଏସନ ଲୋଇସିଂହା ତଥା ୨୦୨୬ ମସିହାର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ ର ଦ୍ୱିତୀୟ ସେମି ଫାଇନାଲ ରେବେଲ ଟାଇଗର, ଭିଲାଇ, ଛତିଶଗଡ ବନାମ ସମ୍ବଲପୁର ଆଶିଷ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ଖେଳ ସମୟରେ ସମ୍ବଲପୁର ଆଶିଷ ଏକାଦଶ ୪-୧ ଗୋଲ୍ରେ ବିଜୟୀ ହେଲା l ଆଜିର ଖେଳ ରେ ଶ୍ରେଷ୍ଠ ଖେଳାଳି ଭାବେ ଲିଙ୍ଗରାଜ ଓରାମ ଜର୍ସି ନ. ୦୭ ସମ୍ବଲପୁର ଆଶିଷ ଏକାଦଶ l ରେଫରୀବୃନ୍ଦ ଭାବେ ଦେବାଶିଷ ବାଗ, ସୁଧାଂଶୁ ସେଠ୍, ବିଜୟ ରଣା, ଅଞ୍ଜନ ବେଶ୍ରା ପ୍ରମୁଖ l ମ୍ୟାଚ୍ କମିଶନର୍ ସୁଦୟ ବାରିକ l ଆଜିର ଦ୍ଵିତୀୟ ସେମିଫାଇନାଲ ରେ ମୁଖ୍ୟ ଅତିଥି ଭାବେ ନାରାୟଣ ନାୟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର, ସମ୍ମାନିତ ଅତିଥି ଭାବେ ଯତୀନ୍ଦ୍ର ପଟେଲ ଅଧ୍ୟକ୍ଷ ଲୋଇସିଂହା ବ୍ଲକ, ବୀଣା ନାଏକ ଯୁବ ବିଜେଡି ନେତା, ଯୁଧିଷ୍ଠିର ପଧାନ ସମାଜସେବୀ ତଥା ସଭାପତି ରୁଗୁଡ଼ିଖାଲ ରାମମନ୍ଦିର (ମାନସ ବିହାର) କମିଟି ଯୋଗ ଦେଇଥିଲେ l ଶ୍ରୀ ଦିଲୀପ କୁମାର ବେହେରା ସଦସ୍ୟ ଷ୍ଟାଡିୟମ୍ ଟ୍ରଷ୍ଟ ବୋର୍ଡ ତଥା ସଭାପତି, ଆଥଲେଟିକ୍ ଏସୋସିଏସନ୍ ଲୋଇସିଂହା l ଆସନ୍ତା କାଲି ର ଫାଇନାଲ ମ୍ୟାଚ୍: ଆଥଲେଟିକ୍ ଏସୋସିଏସନ୍, ଲୋଇସିଂହା ବନାମ ସମ୍ବଲପୁର ଆଶିଷ ଏକାଦଶ l ଆନନ୍ଦ ପୁଟେଲ, ଚତୁର ଦଳାଇ, ନଜୁ ଖାନ୍, ରଞ୍ଜନ ବେହେରା, ବ୍ରଜ ବିଶୋଇ, ସଞ୍ଜୀବ ସାହୁ, ବିଷ୍ଣୁ, ଶିବ ଅଗ୍ରୱାଲ, ସିଲୁ ସେବକ, ଭାଗବତିଆ ଭୋଇ, କରନ ପଧାନ, କୁନା ବାରିକ, ମନୋଜ ମାହାଣା, ଟିକୁ ପାଣ୍ଡିଆ, ଦେବ ବିଶ୍ୱାଳ, ରିତେଶ, ରମେଶ, ସୁମିତ, ମୋହିତ ମିଶ୍ର, ପ୍ରକାଶ ମହାରଣା, ବୁଧିଆ ନାଏକ, ଆକାଶ ପଧାନ ସରୋଜ ବିଶ୍ୱାଳ ଓ ସରୋଜ ପୁଟେଲ ପ୍ରମୁଖ ଆଜିର ସେମିଫାଇନାଲ ମ୍ୟାଚ ରେ ସହଯୋଗ କରିଥିଲେ l