-+91-9937148622 |
prerana_bgr@rediffmail.com |
Saturday 21st November 2026 |
R.N.I. Regd No. ODIODI/2010/46693
Breaking News
20-Nov-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକରେ ମୋଟ ୬୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ହୋଇଛନ୍ତି। ଆଜିର ଏହି ଖୁସିର ମୁହୂର୍ତ୍ତ ରେ ଶିକ୍ଷକ ମାନଙ୍କ ସହ ଉପସ୍ଥିତ ଥିଲେ ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ (BEO) ସୁକାନ୍ତ କର୍ତ୍ତମୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ସନ୍ତସ ସାହୁ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ।ଏହାକୁ ନେଇ ବ୍ଲକର ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି। ପଦୋନ୍ନତି ବିବରଣୀ ଅନୁଯାୟୀ, ଲେଭଲ୍ VB ରୁ ଲେଭଲ୍ IV କୁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ (PS HM) ଭାବେ *୧୦ ଜଣ*ପଦୋନ୍ନତି ପାଇଛନ୍ତି। ସେହିପରି ଲେଭଲ୍ IV ସ୍ନାତକ ଶିକ୍ଷକ ଭାବେ କଳା ବିଭାଗରେ *୧୨ ଜଣ* ଓ ବିଜ୍ଞାନ ବିଭାଗରେ *୮ ଜଣ* ପଦୋନ୍ନତି ପାଇଛନ୍ତି।
ଏହା ସହ ଲେଭଲ୍ VA ରୁ ଲେଭଲ୍ VB କୁ କ୍ୟାଟେଗୋରୀ-୧ ରେ *୧୬ ଜଣ* ଓ କ୍ୟାଟେଗୋରୀ-୨ ରେ *୨୧ ଜଣ* ଶିକ୍ଷକ ପଦୋନ୍ନତି ପାଇଛନ୍ତି।ପଦୋନ୍ନତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ପଦୋନ୍ନତି ପରେ ବ୍ଲକର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।