-+91-9937148622 |

prerana_bgr@rediffmail.com |

  Friday 20th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା ! ୪ ଟି ପଦରେ ଜଣେ ଭାରପ୍ରାପ୍ତ ♦️ ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ    (20-Nov-2026)       ||      ଚଳିତ ବଜେଟ ରାଶିର ଅର୍ଥ ଖର୍ଚ୍ଚ କରିପାରୁନାହଁ, ପୁଣି କାହିଁକି ଅତିରିକ୍ତ ବଜେଟ ଆଣିଛ?: କଂଗ୍ରେସ   (20-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||      ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   (19-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   (19-Nov-2026)       ||      *ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ଅନୁଭୂତିରେ ଶ୍ରୀ ଗୋପାଳ ଜୀ   (19-Nov-2026)       ||      *ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   (19-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ    (18-Nov-2026)       ||      ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   (18-Nov-2026)       ||      ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   (18-Nov-2026)       ||      ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   (18-Nov-2026)       ||      ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   (18-Nov-2026)       ||      ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   (18-Nov-2026)       ||      କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?    (18-Nov-2026)       ||      ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   (18-Nov-2026)       ||     

HOME   ଜିଲ୍ଲା

ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା ! ୪ ଟି ପଦରେ ଜଣେ ଭାରପ୍ରାପ୍ତ ♦️ ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ

20-Nov-2026



ରିପୋର୍ଟ  : ମଳୟ ମିଶ୍ର

ସୋନପୁର  :  ସାରା ରାଜ୍ୟର ପ୍ରାଥମିକ ସ୍କୁଲରେ ୫୪ ହଜାର ଶିକ୍ଷକ ପଦବୀ ଖାଲି ପଡିଥିବା ଚଳିତ ବିଧାନସଭା ଅଧିବେଶନର ଏକ ମୁଖ୍ୟସମସ୍ୟା ଭାବେ ପ୍ରଥମଦିନରେ ପ୍ରମୁଖ ଦୈନିକ ଖବରକାଗଜର ମୁଖପୃଷ୍ଠ ଖବର ପ୍ରକାଶ ପାଇଛି । ୧୪୫୮ଟି ସ୍କୁଲରେ ଜଣେ ଶିକ୍ଷକ ଥିବା ଏଥିରୁ ପ୍ରକାଶ ।  ତେବେ ଏହି ପରିପ୍ରେକ୍ଷୀରେ ପଶ୍ଚିମଓଡିଶାର ଏକ ଛୋଟ ନଈକୂଳିଆ ଜିଲ୍ଲା ସୁବର୍ଣପୁରରେ କିଛିଦିନ ତଳେ ଏକ ୮୬ ଜଣିଆ ଅଦିନିଆ ଶିକ୍ଷକବଦଳି କରାଯାଇଛି । ଏହି ବଦଳି ପାଇଁ ବିଭାଗର ଗତ ୧୪.୫ .୨୦୨୫ ର ଏକ ନିର୍ଦ୍ଦେଶ ମୁତାବକ ଏଲିମେଣ୍ଟାରୀ ନିର୍ଦ୍ଦେଶକଙ୍କର ଗତ ୨.୯. ୨୦୨୬ର ଏକ ଚିଠିକୁ ଦର୍ଶାଯାଇ ' ଏହା ବଦଳି ନୁହେଁ ' , ଆଗରୁ ରହିଥିବା ସରକାରୀ ଗାଇଡ୍ ଲାଇନ ରହିଥିବାରୁ ବିଇଓମାନେ କରିଦେଇଥିଲେ , ଆମେ ଖାଲି ତାକୁ ରେଗୁଲାର୍ କଲୁ ଓ ବିଇଓଙ୍କ ତାଲିକାକୁ ଆଧାର କରି ବଳକା ଶିକ୍ଷକ ଥିବା ସ୍କୁଲର  ସିଙ୍ଗଲକୁ ଡବଲ କରିଥିବା ଏକ ଆଡଜଷ୍ଟମେଣ୍ଟ ଓ ବୋଲି ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଜବ୍ ସଫେଇ ଦେଇଛନ୍ତି  !  ଏଭଳି ବିଭାଗୀୟ ନିର୍ଦ୍ଦେଶକଙ୍କ  ଚିଠି ଆଧାରରେ ଗତ ୧୧ ତାରିଖରେ ଏକ ଅଦିନିଆ ବଦଳି ରାଜ୍ୟର ଏକମାତ୍ର ଏହି ଜିଲ୍ଲାରେ କରାଯାଇଥିବା ବେଳେ , ଅନ୍ୟାନ୍ୟ କେତେକ ଜିଲ୍ଲାରେ ହୋଇଛି ଓ କେତେ ଜିଲ୍ଲାରେ ହୋଇନଥିବା ଉକ୍ତ ଅଧିକାରୀ  ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମିଛ କହିଛନ୍ତି  !

ବିଭାଗୀୟ ତାଲିକାନୁଯାୟୀ , ଜିଲ୍ଲାର ୬ ଟି ବ୍ଲକ୍ ରେ କରାଯାଇଥିବା ଏହି ସିଙ୍ଗଲସ୍କୁଲ ଶିକ୍ଷକ ବଦଳିରେ ପ୍ରମୋଶନ୍ ପାଇଥିବା ଲେଭେଲ୍ -୩ ପ୍ରଧାନଶିକ୍ଷକ , ଅନ୍ୟାନ୍ୟ ଶିକ୍ଷକ ଓ କେତେଜଣଙ୍କର ମ୍ୟୁଚୁଆଲ୍ ବୋଲି ଜଣାପଡିଛି ।

ଏବେ ଜିଲ୍ଲାର ଉଲୁଣ୍ଡା ବ୍ଲକର ବିଇଓ ଅଜୟ ଲୁହା , ଡୁଙ୍ଗୁରିପାଲିର ଗଣେଶ କିଶାନ ,ବୀରମହାରାଜପୁରର ଅଭିଷେକ ଭୁଏ , ସୋନପୁର ଓ ବିନକା ବ୍ଲକରେ ଜଣେ ବିଇଓ ଲକ୍ଷ୍ମଣ ମିଶ୍ର ଓ ତରଭା ବ୍ଲକରେ ସେ ନିଜେ ବିଇଓ ରହିଛନ୍ତି ।

ତେବେ ଏହି ୬ ଜଣଙ୍କର ମ୍ୟୁଚୁଆଲ୍ ବଦଳିରେ ଅଳ୍ପ କିଛିମାସ ତଳର ଏକ ମ୍ୟୁଚୁଆଲ୍ ବଦଳିକୁ ପୁନର୍ବାର ମ୍ୟୁଚୁଆଲ୍ ଆଳରେ ସୁବିଧାଜନକ ସ୍ଥାନକୁ ବଦଳି , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭାଇ , ଭାଇବୋହୁ ଓ ସମ୍ପର୍କୀୟ ଶିକ୍ଷକ / ଶିକ୍ଷୟିତ୍ରୀମାନେ ଅନ୍ତର୍ଭୁକ୍ତ । ଏମାନଙ୍କ ମଧ୍ୟରେ ବାଲପୁର ରୁ ଖଇରଟିକ୍ରା ଓ ପୁଣି ବାଲପୁରରୁ ଖର୍ଜୁରା , ତରଭା ବ୍ଲକ୍ ରୁ ଡୁଙ୍ଗୁରିପାଲି ବ୍ଲକ୍ କୁ ଏହି ମ୍ୟୁଚୁଆଲ୍ ବଦଳି କରାଯାଇଛି । 

ଦ୍ବିତୀୟତଃ ଏତେ ସଂଖ୍ୟକ ବଦଳିରେ ଜଣପିଛା ୨୦ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ସଂଗ୍ରହ କରାଯାଇଥିବା ଚର୍ଚ୍ଚା ଉଠିଛି । ଏହି ୧୬ ଲକ୍ଷଟଙ୍କାରୁ ଉର୍ଦ୍ଧ୍ବ ଉତ୍କୋଚର ପରିମାଣ ସମ୍ପର୍କରେ ଗତ ୧୭ ତାରିଖରେ ତାଙ୍କ ଅଫିସରେ ଭେଟି ପଚାରିବାରୁ ଭାରପ୍ରାପ୍ତ ଡିଇଓ ଘନଶ୍ୟାମ ମେହେର ଏହାକୁ ଅସ୍ବୀକାର କରି ସେ ପ୍ରାଶାସନିକ କଠୋର ରହୁଥିବାରୁ ଓ ତାଙ୍କ ବିରୁଦ୍ଧରେ କେତେକ ଅଫିସ୍ କର୍ମଚାରୀ  ଅସନ୍ତୁଷ୍ଟ ରହିଥିବାରୁ ଏଭଳି ମିଥ୍ୟା ଅଭିଯୋଗ କରାଯାଉଛି ଏବଂ ତାଙ୍କ ପୂର୍ବର ଡିଇଓଙ୍କ ବିରୁଦ୍ଧରେ ବହୁକଥା ଉଠିଥିବା ବେଳେ , କୌଣସି ସାମ୍ବାଦିକ ଆସି ନ ଥିବା ବେଳେ ତାଙ୍କ ସମୟରେ ଏଭଳି ପଚରାଉଚୁରା କରିବା ନେଇ ପ୍ରଶ୍ନ ଉଠାଇଥିଲେ । 

ଏଭଳି ଅଦିନିଆ ବଦଳି ପାଇଁ ଗତ ଜିଲ୍ଲାପାଳ ଡ ନୃପରାଜ ସାହୁଙ୍କ ସମୟରେ  ଆବଶ୍ୟକ ଡି ଏଲଟିସି ବୈଠକ ହୋଇପାରି ନଥିଲା । ଏବେ ଚଳିତମାସରେ ଯୋଗଦେଇଥିବା ଥିବା ନୂତନ ଜିଲ୍ଲାପାଳ ଦେବାଶିଷ ସିଂଙ୍କୁ ପ୍ରକୃତ ସ୍ଥିତି ସମ୍ପର୍କରେ ଅନ୍ଧାରରେ ରଖାଯାଇ ଚତୁରତା ପୂର୍ବକ ତାଙ୍କର ଅନୁମୋଦନରେ ଗତମାସ ୩୧ ତାରିଖରେ ଏକ ତରବରିଆ ତଥାକଥିତ ବୈଠକ କରା ଯାଇଥିବା କୁହାଯାଇଛି । ଏ ସମ୍ପର୍କରେ ମତାମତ ପାଇଁ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ , ସେ ଫୋନ୍ ଉଠାଇ ନଥିବାରୁ ସମ୍ଭବ ହୋଇପାରିନାହିଁ ।

ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ସୁବର୍ଣପୁର ଜିଲ୍ଲାରେ ଗତ ପ୍ରାୟ ଦେଢବର୍ଷ ହେଲା ଭାରପ୍ରାପ୍ତ ଡିଇଓ ଥିବା ଏହି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଧାନବସା ଗ୍ରାମର ବାସିନ୍ଦା ଘନଶ୍ୟାମ ମେହେର ଏଡିଇଓ ସମେତ ଡିପିସି ଓ ତରଭା ବିଇଓ ଇତ୍ୟାଦି ୪ ଟି ପଦରେ ରହିଛନ୍ତି ।  ଜିଲ୍ଲାର ସର୍ବଶିକ୍ଷା ଅଭିଯାନ ବା ସମଗ୍ରଶିକ୍ଷା ଅଧୀନସ୍ଥ ସୋନପୁର(ବଡବଜାର), ତରଭା ବ୍ଲକର ଅତାସିଂହା, ବିନିକା ବ୍ଲକର ସେଲେଡି, ଡୁଙ୍ଗୁରିପାଲି ବ୍ଲକର ମାୟାବର୍ହା , ବୀରମହାରାଜପୁର ବ୍ଲକର ସୁବଳୟା ଓ ଉଲୁଣ୍ଡା ବ୍ଲକର ସିଣ୍ଢୋଲ ଠାରେ ଥିବା କେଜିବିଭି ଆବାସିକ ସ୍କୁଲଗୁଡିକ ସମେତ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ଏହି କାର୍ଯ୍ୟକ୍ରମ ମଧ୍ୟ ତାଙ୍କ ପରିଚାଳନାଧୀନ । ତେଣୁ ତାଙ୍କର ପାଞ୍ଚଆଙ୍ଗୁଠି ଘିଅରେ ବୁଡିଥିବା ଓ ତାଙ୍କର ଚିକ୍କଣହାତ ବିଭାଗୀୟ ନିର୍ଦ୍ଦେଶକଙ୍କ ଠାରୁ ପୂର୍ବସରକାରଙ୍କ ଠାରୁ ଚଳିତ ଡବଲଇଞ୍ଜିନ୍ ସରକାରର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ଏପରିକି ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଠାରୁ ବିଜେପି ସରକାରର ସାଂସଦ ଓ ଉପମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ତୈଳମର୍ଦ୍ଦନ ବା  ବିନା ରାଜନୈତିକ ସପକ୍ଷରେ ଏ ଚାରିଇଞ୍ଜିନ୍ ବିଶିଷ୍ଟ ଦୁର୍ନୀତିର କଳ ଚାଲିପାରିବା ସମ୍ଭବ ନୁହେଁ ବୋଲି ଲୋକେ ସମାଲୋଚନା ପ୍ରକାଶ କରୁଛନ୍ତି । 

ପ୍ରକାଶଯୋଗ୍ୟ ଯେ ଏହାପୂର୍ବରୁ ମଧ୍ୟ ଏଠାରେ ଡିଇଓ ଥିବା ମୀନାରାଣୀ ମଙ୍ଗଳଙ୍କ ସମୟରେ ବ୍ୟାପକ ଦୁର୍ନୀତି ହୋଇଥିଲା , ଯାହାକୁ ଲୋକେ ଭୁଲିପାରି ନାହାଁନ୍ତି । ଖୁବ୍ ଶୀଘ୍ର ସେ ସମ୍ପର୍କରେ ମଧ୍ୟ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ ।

ଏଣୁ ସୁବର୍ଣପୁର ଜିଲ୍ଲାର ଏହି ଅଦିନିଆ ବଦଳିକୁ  ଚଳିତ ବିଧାନସଭାରେ ପ୍ରାଥମିକ ଶିକ୍ଷାର ଏକ ଚତୁରତାପୂର୍ଣ ଅନିୟମିତତାର  ଏକ ଜ୍ବଳନ୍ତ ପ୍ରସଙ୍ଗ ଭାବରେ ଉପସ୍ଥାପନ କରାଯାଇ ତୁରନ୍ତ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଯିବାକୁ ଜିଲ୍ଲାବାସୀ ଦାବି କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା ! ୪ ଟି ପଦରେ ଜଣେ ଭାରପ୍ରାପ୍ତ ♦️ ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ   20-Nov-2026
  ଜିଲ୍ଲା  
ଚଳିତ ବଜେଟ ରାଶିର ଅର୍ଥ ଖର୍ଚ୍ଚ କରିପାରୁନାହଁ, ପୁଣି କାହିଁକି ଅତିରିକ୍ତ ବଜେଟ ଆଣିଛ?: କଂଗ୍ରେସ   20-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   19-Nov-2026
  ଜିଲ୍ଲା  
*ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   19-Nov-2026
  ଜିଲ୍ଲା  
ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   19-Nov-2026
  ଜିଲ୍ଲା  
*ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ଅନୁଭୂତିରେ ଶ୍ରୀ ଗୋପାଳ ଜୀ   19-Nov-2026
  ଜିଲ୍ଲା  
*ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   19-Nov-2026

You Might Also Like