-+91-9937148622 |

prerana_bgr@rediffmail.com |

  Sunday 22nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ    (21-Nov-2026)       ||      କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   (21-Nov-2026)       ||      ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   (21-Nov-2026)       ||      ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   (21-Nov-2026)       ||      ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   (21-Nov-2026)       ||      ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   (21-Nov-2026)       ||      ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ    (21-Nov-2026)       ||      ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   (21-Nov-2026)       ||      ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ    (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      *ଉମରକୋଟ ବ୍ଲକରେ ପଦୋନ୍ନତି ପାଇଲେ ପ୍ରାଥମିକ ଶିକ୍ଷକ*   (21-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଆଦିକବି ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ ଅନୁଷ୍ଠିତ   (21-Nov-2026)       ||      ସପ୍ତାହ ପାରାୟଣରେ ବଳି-ବାମନ ଚରିତ୍ର ଓ କୃଷ୍ଣ ଜନ୍ମ ବ୍ୟାଖ୍ୟା,ଭାବବିହ୍ଵଳ ହେଲେ ଶ୍ରୋତା   (21-Nov-2026)       ||      ବଲାଙ୍ଗୀରର ଜେଏସ୍‌ଏମ୍‌ ମହାବିଦ୍ୟାଳୟର ୧୧ତମ  ପ୍ରତିଷ୍ଠା ଦିବସ ପାଳିତ    (21-Nov-2026)       ||      ବାତ୍ୟା ଅକଭାନ୍ ର ସଫଳ ମୁକାବିଲା: ସ୍ଥିତି ସ୍ୱାଭାବିକ, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ଓଡ଼ିଶାରେ ଟଳିଲା ବଡ଼ ବିପଦ: ବାତ୍ୟା ଅକଭାନ୍’ ପରେ ତ୍ୱରିତ ପୁନରୁଦ୍ଧାର ଏବଂ ଦୀର୍ଘମିଆଦୀ ବିପର୍ଯ୍ୟୟ ପରିଚାଳନା ଉପରେ ସରକାରଙ୍କ ଗୁରୁତ୍ୱ    (21-Nov-2026)       ||      ହାତୀ-ମଣିଷ ମୁହାଁମୁହିଁରେ ଉଭୟଙ୍କ ପ୍ରାଣହାନୀ ! ଘାଗୁର୍ଲିରେ ଜଣକର ମୃତ୍ୟୁର କାରଣ ଚଲାପଥ ଅବରୋଧ    (21-Nov-2026)       ||      ଥାଲେସେମିଆ ରୋଗୀର ଚିକିତ୍ସା ପାଇଁ ରକ୍ତ ବାଧକ   (21-Nov-2026)       ||      କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପ♦️ସରକାରୀ ଯୋଜନାର ବିକଳାଙ୍ଗ ଗର୍ଭପାତ !   (21-Nov-2026)       ||     

HOME   ଜିଲ୍ଲା

ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି

21-Nov-2026



ଭବାନୀପାଟଣା(ପ୍ରେରଣା ଖବର): ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଛାତ୍ରୀମାନଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟର ମାନକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଗତ ୧୫ ନଭେମ୍ବର ରବିବାର ମଧ୍ୟାହ୍ନ ଭୋଜନ ସମୟରେ ଜଣେ ଛାତ୍ରୀଙ୍କ ଖାଦ୍ୟ ଥାଳିରୁ ଏକ ବଡ଼ ପୋକର ଲାର୍ଭା ବାହାରିଥିବା ଅଭିଯୋଗ ହୋଇଛି। ଏ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ ଛାତ୍ରୀନିବାସ ରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଖାଦ୍ୟର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ନେଇ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ

ଏକ ପ୍ରତିନିଧି ଦଳ ଜିଲ୍ଲା ଖାଦ୍ୟ ନିରାପତ୍ତାର ପଦସ୍ଥ ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ବଜିତ ନାୟକ ଉଭୟଙ୍କୁ ସାକ୍ଷାତ କରିବା ସହ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମସ୍ତ ହଷ୍ଟେଲ ନିରିକ୍ଷଣ ପାଇଁ ଦାବିପତ୍ର ଦେଇଛନ୍ତି। 

ଅଭିଯୋଗ ଅନୁଯାୟୀ, ଛାତ୍ରୀନିବାସର ରୋଷେଇଶାଳାରେ ପରିମଳ ବ୍ୟବସ୍ଥା ଓ ଖାଦ୍ୟର ଗୁଣବତ୍ତା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନାହିଁ। ଏପରିକି ଘଟଣାଟିକୁ ଚାପି ଦେବାକୁ ହଷ୍ଟେଲ ଅଧିକ୍ଷକ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଛି।ଅନ୍ୟପକ୍ଷରେ, ମେସ୍ ପରିଚାଳନା ପାଇଁ ବୈଧ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ  ଲାଇସେନ୍ସ ରହିଛି କି ନାହିଁ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିୟମାନୁଯାୟୀ ଟେଣ୍ଡର ପ୍ରକ୍ରିୟା ଅନୁସରଣ କରାଯାଇଛି କି ନାହିଁ ଯାଞ୍ଚ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ହୋଇଛି। ବିନା ଉପଯୁକ୍ତ ଅନୁମତି ଓ ଯାଞ୍ଚରେ

ଶତାଧିକ ଛାତ୍ରୀଙ୍କୁ ଖାଦ୍ୟ ଯୋଗାଣ କରାଯାଉଥିବା ଅଭିଯୋଗ ହୋଇଛି।

ବିଜୁ ଯୁବ ଜନତା ଦଳ ପକ୍ଷରୁ ନାଗାବଳୀ ଛାତ୍ରୀନିବାସର ରୋଷେଇଶାଳା ଓ ଖାଦ୍ୟର ମାନ ତୁରନ୍ତ ଯାଞ୍ଚ କରିବା, ମେସ୍ ପରିଚାଳକ ଓ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରି ଆବଶ୍ୟକ ପ୍ରଶାସନିକ ଓ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିସହ ପୁରୁଣା ମେସ୍ ବ୍ୟବସ୍ଥାର ସମୀକ୍ଷା କରି ବୈଧ ଫୁଡ୍ ସେଫଟି ଲାଇସେନ୍ସଧାରୀ ସଂସ୍ଥାକୁ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟାରେ ମେସ୍ ପରିଚାଳନା ଦାୟିତ୍ୱ ଦେବା ପାଇଁ ମାନକ ପରିଚାଳନା ପ୍ରକ୍ରିୟା ନିର୍ଧାରଣ କରିବା, ଛାତ୍ରୀମାନଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟକର ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, କେ ପ୍ରବୀଣ କୁମାର, ସିଦ୍ଧାର୍ଥ ନାୟକ, ଭୋଳାନାଥ ନାଗ, ସୁରଜ୍ ହରପାଲ, ଆଦିତ୍ୟ ରାଉତ, କଳିକେଶ ଖମାରୀ ପ୍ରମୁଖ ଯୋଗଦେଇଥିଲେ।


News Comment




Photo in News

Advertisment
Lastest News
  ଅପରାଧ  
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ   21-Nov-2026
  ରାଜନୀତି  
କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   21-Nov-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   21-Nov-2026
  ଜିଲ୍ଲା  
ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   21-Nov-2026
  ଜିଲ୍ଲା  
ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   21-Nov-2026
  ଜିଲ୍ଲା  
ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   21-Nov-2026
  ଜିଲ୍ଲା  
ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ   21-Nov-2026
  ଜିଲ୍ଲା  
ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   21-Nov-2026
  ଜିଲ୍ଲା  
ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026
  ଜିଲ୍ଲା  
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026

You Might Also Like