-+91-9937148622 |

prerana_bgr@rediffmail.com |

  Sunday 22nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ    (21-Nov-2026)       ||      କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   (21-Nov-2026)       ||      ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   (21-Nov-2026)       ||      ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   (21-Nov-2026)       ||      ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   (21-Nov-2026)       ||      ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   (21-Nov-2026)       ||      ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ    (21-Nov-2026)       ||      ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   (21-Nov-2026)       ||      ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ    (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   (21-Nov-2026)       ||      ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   (21-Nov-2026)       ||      *ଉମରକୋଟ ବ୍ଲକରେ ପଦୋନ୍ନତି ପାଇଲେ ପ୍ରାଥମିକ ଶିକ୍ଷକ*   (21-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଆଦିକବି ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ ଅନୁଷ୍ଠିତ   (21-Nov-2026)       ||      ସପ୍ତାହ ପାରାୟଣରେ ବଳି-ବାମନ ଚରିତ୍ର ଓ କୃଷ୍ଣ ଜନ୍ମ ବ୍ୟାଖ୍ୟା,ଭାବବିହ୍ଵଳ ହେଲେ ଶ୍ରୋତା   (21-Nov-2026)       ||      ବଲାଙ୍ଗୀରର ଜେଏସ୍‌ଏମ୍‌ ମହାବିଦ୍ୟାଳୟର ୧୧ତମ  ପ୍ରତିଷ୍ଠା ଦିବସ ପାଳିତ    (21-Nov-2026)       ||      ବାତ୍ୟା ଅକଭାନ୍ ର ସଫଳ ମୁକାବିଲା: ସ୍ଥିତି ସ୍ୱାଭାବିକ, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ଓଡ଼ିଶାରେ ଟଳିଲା ବଡ଼ ବିପଦ: ବାତ୍ୟା ଅକଭାନ୍’ ପରେ ତ୍ୱରିତ ପୁନରୁଦ୍ଧାର ଏବଂ ଦୀର୍ଘମିଆଦୀ ବିପର୍ଯ୍ୟୟ ପରିଚାଳନା ଉପରେ ସରକାରଙ୍କ ଗୁରୁତ୍ୱ    (21-Nov-2026)       ||      ହାତୀ-ମଣିଷ ମୁହାଁମୁହିଁରେ ଉଭୟଙ୍କ ପ୍ରାଣହାନୀ ! ଘାଗୁର୍ଲିରେ ଜଣକର ମୃତ୍ୟୁର କାରଣ ଚଲାପଥ ଅବରୋଧ    (21-Nov-2026)       ||      ଥାଲେସେମିଆ ରୋଗୀର ଚିକିତ୍ସା ପାଇଁ ରକ୍ତ ବାଧକ   (21-Nov-2026)       ||      କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପ♦️ସରକାରୀ ଯୋଜନାର ବିକଳାଙ୍ଗ ଗର୍ଭପାତ !   (21-Nov-2026)       ||     

HOME   ଜିଲ୍ଲା

କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପ♦️ସରକାରୀ ଯୋଜନାର ବିକଳାଙ୍ଗ ଗର୍ଭପାତ !

21-Nov-2026



ରିପୋର୍ଟ  : ମଳୟ ମିଶ୍ର

ବଲାଙ୍ଗିର: ଗତ କିଛିବର୍ଷ ହେଲା ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପଗୁଡିକ ବସ୍ତୁତଃ ସରକାରୀ ଯୋଜନାର ବିକଳାଙ୍ଗ ଗର୍ଭପାତରେ ପରିଣତ ହୋଇଥିବା ଜନସାଧାରଣଙ୍କ ମଧ୍ୟରେ ସମାଲୋଚନା ପ୍ରକାଶ ପାଇଛି ।  ତାହା ଏମ୍ ଆଇ ପି ହେଉ ବା ଚେକ୍ ଡ୍ୟାମ୍ , ପ୍ରତିବର୍ଷ ଶହ ଶହ କୋଟିର ଟଙ୍କା ପାଣିରେ ପଡୁଛି । ସ୍ଥାନୀୟ ରାଜନେତା ବନାମ ନିର୍ବାଚିତ ଲୋକପ୍ରତିନିଧି ବା ଶାସନକ୍ଷମତାରେ ଥିବାଦଳର ନେତା ଓ ସେମାନଙ୍କର ତଥାକଥିତ କର୍ମୀଙ୍କ ସମେତ ପ୍ରଶାସନ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ପାଇଁ ଏହି ବିଭାଗର ପ୍ରକଳ୍ପଗୁଡିକ ଦୁର୍ନୀତିର ଦୁହାଁଳିଆ ଗାଈ ପାଲଟିଯାଇଛି । 

ବିଡମ୍ବନାର ବିଷୟ ଏହା ଯେ , ବଛା ବଛା ଦୁର୍ନୀତିଗ୍ରସ୍ତ କନିଷ୍ଠ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ , ନିର୍ବାହୀଯନ୍ତ୍ରୀ ବା ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଏହି ବିଭାଗରେ ଏଥିପାଇଁ ଥଇଥାନ କରାଯାଇ ପ୍ରକଳ୍ପର ବିଫଳତା ପାଇଁ ସମୀକ୍ଷାପୂର୍ବକ ଉତ୍ତରଦାୟୀ ହେବା ପୂର୍ବରୁ ଅଳ୍ପସମୟର ଅବଧୀ ଭିତରେ ସେମାନେ ଅନ୍ୟତ୍ର ବଦଳି ହୋଇ ପଳାଉଛନ୍ତି । 

ବଲାଙ୍ଗିର କ୍ଷୁଦ୍ର ଜଳସେଚନ ଡିଭିଜନ ଅନ୍ତର୍ଗତ ବଲାଙ୍ଗିର , ପାଟଣାଗଡ , ଟିଟିଲାଗଡ , ଖପ୍ରାଖୋଲ ଆଦି ସବ୍- ଡିଭିଜନରେ ଗତ କିଛିବର୍ଷରେ ହୋଇଥିବା କେତେକ ଏମ୍ ଆଇ ଓ ଚେକ୍ ଡ୍ୟାମ୍ ଗୁଡିକୁ ଅନୁଧ୍ୟାନ କରାଗଲେ , ଉପରୋକ୍ତ ଅଭିଯୋଗର ସତ୍ୟତା ଜଣାପଡେ । ଏଥିରୁ ଗୋଟିଏ ଦୁଇଟି ଉଦାହରଣ ଯଥେଷ୍ଟ । 

ବଲାଙ୍ଗିର ସହର ବା ଜିଲ୍ଲା ସଦର ମହକୁମାର ଗନ୍ଧରେଲ୍ ଏମ୍ ଆଇ ପି ଓ ଲକ୍ଷ୍ମୀଜୋର୍ ଚେକ୍ ଡ୍ୟାମ୍ ଇ ଏହାର ଜ୍ଳଳନ୍ତ ପ୍ରମାଣ । ଏହାର ପରିଚାଳନାଗତ ତ୍ରୁଟି ନିମନ୍ତେ ବିଗତବର୍ଷ ଓ ଗତବର୍ଷ ଏହାର ଉଦ୍ ବୃତ୍ତ ବର୍ଷା ବା ବନ୍ୟାଜଳ ସହରଭିତରେ ପଶିଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହାର ନିର୍ମାଣ ଓ ମରାମତି ପାଇଁ ହୋଇଥିବା କୋଟି କୋଟି ଟଙ୍କାର ବ୍ୟୟକୁ ନେଇ ରାଜନୈତିକ ଦଳ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଲା । ଅଦ୍ୟାବଧି ଏହା ସମସ୍ୟା ହୋଇ ରହିଛି ।

ଜିଲ୍ଲା ବା ଡିଭିଜନରେ କରାଯାଇଥିବା ଖପ୍ରାଖୋଲରୁ ଆରମ୍ଭ କରି ସଇଁନ୍ତଳା ପର୍ଯ୍ୟନ୍ତ ଅଞ୍ଚଳରେ ଚେକ୍ ଡ୍ୟାମ୍ ନିର୍ମାଣରେ ବ୍ୟାପକ ନିମ୍ନମାନର କାମ , ମିଥ୍ୟାବିଲ୍ ଓ ବାଟମାରଣା ହୋଇଥିବା ଅଭିଯୋଗର ସଠିକ୍ ତଦନ୍ତ ହେଲାନାହିଁ ।  ଏଷ୍ଟିମେଟ୍ ଉଲଙ୍ଘନ କରାଯାଇ ଶସ୍ତାସିମେଣ୍ଟ , ନିର୍ଦ୍ଧାରିତ ଓଜନରୁ କମ୍ ଲୁହାଛଡ ଓ କମ୍ ଗଭୀରତାର ଖାଲ ଖୋଳି ନରମ ମାଟି ଜାଗାରେ ହାର୍ଡ ସଏଲ୍ ଦର୍ଶାଯାଇ ଏମ୍ ବି ରେ ବିଲ୍ କରାଯାଇଥିବା ଅଭିଯୋଗ ହେଉଛି ।

  ମନ୍ତ୍ରୀବିଧାୟକଙ୍କ ସୁପାରିଶରେ ରାଜନୈତିକ କୁଜି ଠିକାଦାରଙ୍କୁ ତୋଷଣନୀତିରେ କାମ ଦିଆଯାଇ ରୀତିମତ ଲୁଣ୍ଠନ କରାଯାଇଆସୁଛି । ଗତବର୍ଷ ଓ ଚଳିତବର୍ଷର ବର୍ଷାଋତୁର ସାମାନ୍ୟ ବନ୍ୟାରେ ବହୁ ଚେକ୍ ଡ୍ୟାମ୍ ଭାଙ୍ଗିଯାଇଛି ଓ ସେସବୁର ମରାମତିର ବର୍ଦ୍ଧିତଆକଳନ କରାଯାଇ ସରକାରଙ୍କୁ ଆହୁରି ଅର୍ଥ ମଗାଯାଇଛି ।  ବିଲ୍ ପେମେଣ୍ଟକୁ ଉପରୁ ଅଟକାଇ ରଖି ଓ ଅଧା ଅଧା କରି ଉପରୁ ତଳ ଯାଏ ବିପୁଳ ପିସି ଆଦାୟ କରାଯାଉଛି ବୋଲି ଅଭିଯୋଗ ହେଉଛି ।

ଏବେ ଏଠାରେ ଏସ୍ ଇ ଥିବା ଇଂ ରବୀନ୍ଦ୍ର କୁମାର ସେଠୀ ବଦଳି ହୋଇ ବ୍ରହ୍ମପୁରର ଋଷିକୂଲ୍ୟା ନଦୀବନ୍ଧ ଯୋଜନାକୁ ଚୁପ୍ ଚାପ୍ ଖସିଗଲେ ଓ ଏବେ ତାଙ୍କସ୍ଥାନରେ ଜଣେ ଭାରପ୍ରାପ୍ତ ନିର୍ବାହୀଯନ୍ତ୍ରୀ ଆସିଛନ୍ତି । ଖପ୍ରାଖୋଲ ଓ ପାଟଣାଗଡ ସବ୍ ଡିଭିଜନ ଦୁଇଟି ଦାୟିତ୍ବରେ ପୂର୍ବରୁ ଏହି ଡିଭିଜନରେ କନିଷ୍ଠଯନ୍ତ୍ରୀ ଓ ଟିଟିଲାଗଡରେ ଥିବା ଇଂ ମୁରଲୀଧର ମହାଲିକ ଏସ ଡି ଓ ଅଛନ୍ତି । ସେହିପରି ବଲାଙ୍ଗିର ଓ ଟିଟିଲାଗଡ ସବ୍ ଡିଭିଜନ ଦୁଇଟି ଦାୟିତ୍ବରେ  ଇଂ ମାନଭଞ୍ଜନ ଶତପଥୀ ଅଛନ୍ତି । ବଲାଙ୍ଗିର ଚିଫ୍ ଇଞ୍ଜିନିୟରଙ୍କ ଅଧୀନରେ ରହିଥିବା ସୋନପୁର ଡିଭିଜନରେ ମଧ୍ୟ ଅନୁରୂପ ଦୁର୍ନୀତି ଓ ଅନିୟମିତତା ଚାଲିଥିବା ଚର୍ଚ୍ଚାହେଉଛି । 

ଏଣୁ ଏହାକୁ ଚଳିତ ବିଧାନସଭାରେ ଏକ ପ୍ରସଙ୍ଗ ଭାବରେ ଉପସ୍ଥାପିତ କରାଯାଇ ସମଗ୍ର ଡିଭିଜନର ପ୍ରକଳ୍ପଗୁଡିକର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଯିବାକୁ ଜନସାଧାରଣ ଦାବି କରୁଛନ୍ତି ।

ପରେ ଏହି ବିଭାଗର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନମୂଳକ ରିପୋର୍ଟ  ପ୍ରକାଶ ପାଇବ ।


News Comment




Photo in News

Advertisment
Lastest News
  ଅପରାଧ  
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ   21-Nov-2026
  ରାଜନୀତି  
କୃଷିମହାବିଦ୍ୟାଳୟ ଶିଳାନ୍ୟାସ ପ୍ରସଙ୍ଗ.. ବିଧାୟକଙ୍କର ପ୍ରଶ୍ନ ସରକାରଙ୍କୁ ; ଉତ୍ତର ସରକାର ବଦଳରେ ବିଜେପି ପାର୍ଟିର   21-Nov-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ, ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ   21-Nov-2026
  ଜିଲ୍ଲା  
ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’   21-Nov-2026
  ଜିଲ୍ଲା  
ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ   21-Nov-2026
  ଜିଲ୍ଲା  
ଓଡ଼ିଶାର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଲାଇଭରେ ଝୁମିଲେ ଛାତ୍ରଛାତ୍ରୀ   21-Nov-2026
  ଜିଲ୍ଲା  
ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ   21-Nov-2026
  ଜିଲ୍ଲା  
ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଦାବି   21-Nov-2026
  ଜିଲ୍ଲା  
ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଟିକ୍ରାପଡା ରାମଜୀ ମନ୍ଦିର ଛକ ରେ ଆଜିଠାରୁ ଆରମ୍ଭ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026
  ଜିଲ୍ଲା  
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ସୁବର୍ଣ୍ଣପୁର ଜିଲ୍ଲାର ୮୩୩ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ   21-Nov-2026
  ଜିଲ୍ଲା  
ବଲାଙ୍ଗିରର ସାମଗ୍ରିକ ବିକାଶକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ନରସିଂହ♦️ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନୀତିକୁ ନେଇ ବିଭିନ୍ନ ପ୍ରସ୍ତାବ   21-Nov-2026

You Might Also Like